Categories
ଆଜିର ଖବର ରାଜ୍ୟ ଖବର

ଶ୍ରମିକମାନଙ୍କ ଦାବୀ ମାନିଲେ ପିପିଏଲ କର୍ତ୍ତୃପକ୍ଷ, ଶ୍ରମିକ ନେତା ରାଜେନ୍ଦ୍ରଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ

କୁଜଙ୍ଗ: ପିପିଏଲରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ମାସିକ ଦରମା ବୃଦ୍ଧି ନେଇ ପାରାଦୀପ ଫସଫେଟ୍ ମଜଦୂର ୟୁନିଅନ ଦିର୍ଘଦିନଧରି ଦାବି କରିଆସୁଥିଲା। ଏହି ୟୁନିୟନର ସ୍ୱର୍ଗତ ସଭାପତି ସର୍ବଭାରତୀୟ ଶ୍ରମିକ ନେତା ତଥା ହିନ୍ଦମଜଦୂର ସଭା ଡଡ଼ିଶା ରାଜ୍ୟ ସଭାପତି ସ୍ୱର୍ଗତ ରାଜେନ୍ଦ୍ର ପ୍ରସାସ ସିଂହ ତାଙ୍କ ଜୀବନ ଦଶରେ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଅନେକ ସ୍ମରଣଈୟ କାର୍ଯ୍ୟ କରିଥିଲେ।

ତାଙ୍କୁ ଅନୁକରଣ କରି ହିନ୍ଦ ମଜଦୂର ସଭା ଅନୁବନ୍ଧିତ, ପାରାଦୀପ ଫସଫେଟ ୟୁନିଅନ ମଧ୍ୟ ତାଙ୍କର ଅବର୍ତମାନରେ ଶ୍ରମିକ ମାନଙ୍କ ଦରମା ବୃଦ୍ଧି ସମେତ ଅନ୍ୟାନ୍ୟ ମୌଳିକ ଦାବିକୁ ନେଇ ସଙ୍ଗ୍ରାମ ଜାରି ରଖିଥିଲା। ଯାହା ଫଳରେ ପିପିଏଲ କର୍ତୃପକ୍ଷ ବାଧ୍ୟହୋଇ ଗତକାଲି ଆଲେଶଚନା କରିବା ପାଇଁ ଶ୍ରମିକ ସଭ୍‌ଘ ମାନଙ୍କରପ ପ୍ରତିନିଧି ମାନଙ୍କୁ ଡାକିଥିଲେ।

ଏନେଇ ବିଶଦ ଭାବେ ଆଲୋଚନା କରାଯିବାପରେ ଠିକା ଶ୍ରମିକ ମାନଙ୍କର ମାସିକ ଦରମାରେ ୮ ହଜାର ଟଙ୍କା ମାସିକ ବୃଦ୍ଧି କରିଛନ୍ତି। ଏହା ଫଳରେ କାର୍ଯ୍ୟରତ ୩୬୬ ଜଣ ଶ୍ରମିକ ଉପକୃତ ହେବା ସହିତ ପିଛିଲା ଭାବେ ଗତ ୨୦୨୧ ମସିହା ଅପ୍ରେଲ ମାସରୁ ପିଛିଲା ଭାବେ ପାଇବେ ବୋଲି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଅନ୍ୟାନ୍ୟ ଦାବିସମୂହ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ପିପିଏଲ କର୍ତୃପକ୍ଷ ଓ ଶ୍ରମିକ ସଙ୍ଘ ମଧ୍ୟରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପାରାଦୀପ ଫସଫେଟ ମଜଦୂର ୟୁନିଅନର ବରିଷ୍ଠ ଉପସଭାପତି ତଥା ହିନ୍ଦ ମଜଦୂର ସଭାର ରାଜ୍ୟ ସମ୍ପାଦକ ଓ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ଉପସଭାପତି ଆଇନଜିବୀ ଅମୃତ ଦାସ ଜଣାଇଛନ୍ତି।

ଶ୍ରମିକ ମାନଙ୍କର ଦରମା ବୃଦ୍ଧି ନେଇ ପାରାଦୀପ ଫସଫେଟ ମଜଦୂର ୟୁନିଅନର ସଭାପତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଉପସଭାପତି ତଥା ପାରାଦୀପ ପୌରପାଳ ବସନ୍ତ ବିଶ୍ୱାଳଙ୍କ ଅବଦାନକୁ ଶ୍ରମିକ ସମାଜ ମନେରଖିବ। ପିପିଏଲ କର୍ତୃପକ୍ଷ ଶ୍ରମିକ ମାନଙ୍କର ଦରମା ବୃଦ୍ଧି କରିଥିବାରୁ ୟୁନିଅନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯିବା ସହିତ ଏହା ଦିବଙ୍ଗତ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି କୁହାଯାଇଛି।

ଏହି ଚୂକ୍ତିପତ୍ର ସ୍ୱାକ୍ଷର ହେବା ସମୟରେ ଶ୍ରମିକ ନେତା ଅନନ୍ତ ଦାସ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଖଟୁଆ, ଯୁଗ୍ମ ସମ୍ପାଦକ ଅଜୟ ସ୍ୱାଇଁ, ପ୍ରତାପ ହଜାରୀ, ନୀଳକଣ୍ଠ ଦେ, ପ୍ରଫୁଲ୍ଲ ଦତ୍ତ, ଦୂର୍ଗଚରଣ ମଲ୍ଲିକ ଓ ପିପିଏଲ ପକ୍ଷରୁ ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଲୁମିନିୟମ ପରିବହନ ଏବଂ ଠିକା ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଓ କୁଲାଡ଼ରେ ଟ୍ରକ୍ ଦ୍ୱାରା ଆଲୁମିନିୟମ ପରିବହନକୁ ସୁଚାରୁରୂପେ କରିବା ଏବଂ କୋଇଲା ଓ ଖଣି କ୍ଷେତ୍ରରେ କାମ କରୁଥିବା ଠିକା ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ନେଇ ଆଲୋଚନା କରିଛନ୍ତି।

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଅନୁଗୋଳ ଓ କୁଲାଡ଼ ଟ୍ରକ ମାଲିକ ସଂଘର ଦାବୀକୁ ନେଇ ଆଜି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଯୋଶୀଙ୍କ ସହ ସାକ୍ଷାତ୍ କରି ଟ୍ରକ ମାଧ୍ୟମରେ ଆଲୁମିନିୟମ ପରିବହନ କାର୍ଯ୍ୟ କିପରି ସୁଚାରୁ ରୂପେ ହୋଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଗଲା। ଏହାସହ କୋଇଲା ଓ ଖଣି କ୍ଷେତ୍ରରେ କାମ କରୁଥିବା ଠିକା ଶ୍ରମିକଙ୍କ ଦୈନିକ ମଜୁରୀକୁ ଯଥେଷ୍ଟ ବୃଦ୍ଧି କରିବା ସହ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ଲାଗୁ କରିବା ଦିଗରେ ଆଲୋଚନା କରାଗଲା। ନାଲକୋ ଦ୍ୱାରା ସ୍ମେଲଟର ପ୍ଲାଣ୍ଟର ସମ୍ପ୍ରସାରଣ ନେଇ ମଧ୍ୟ କଥାବାର୍ତ୍ତା ହୋଇଛି।

ଏହାବ୍ୟତିତ କୋଇଲା ଖନନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସିଏସଆର ଖର୍ଚ୍ଚ ଅଟକଳକୁ ବୃଦ୍ଧି କରି ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ପାନୀୟ ଜଳ, ମୌଳିକ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ କରିବା ପାଇଁ ମଧ୍ୟ ଆଲୋଚନା କାଳରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ କୋଇଲା ଓ ଖଣି ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସମସ୍ତ ବିଷୟକୁ ଅନୁଧ୍ୟାନ କରାଯାଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି।