ନୂଆଦିଲ୍ଲୀ: ମୋଦୀ ସରକାର ୯ ବର୍ଷର ଶାସନକାଳ ୨୦୧୪ ରୁ ୨୦୨୩ ମଧ୍ୟରେ ପ୍ରାୟ ୯ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେଇଛନ୍ତି, ଯେତେବେଳେ କି ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଶାସନର ୯ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସରକାରୀ ନିହୁକ୍ତି ପ୍ରଦାନ କରାଯାଇଥିଲା।
ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପରମାଣୁ ଶକ୍ତି ବିଭାଗ ଏବଂ ମହାକାଶ ବିଭାଗ ତଥା କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ସୋମବାର ଦିନ ଏହା ଜାରି କରିଛନ୍ତି, ଏବଂ ଏହା ସହିତ ପ୍ରତ୍ୟକ ଟିପ୍ପଣୀକୁ ତୁଳନାତ୍ମକ ଏବଂ ସଂଖ୍ୟା ଆଧାରରେ ଉଲ୍ଲେଖ କରିଛନ୍ତି।
ମୋଦୀ ସରକାରଙ୍କ ନଅ ବର୍ଷ ମଧ୍ୟରେ ନିଯୁକ୍ତି ସୃଷ୍ଟ ିକ୍ଷେତ୍ରରେ ଯଥେଷ୍ଟ ବୃଦ୍ଧି ଘଟିଥିବା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୬ଟି ରୋଜଗାର ମେଳା ସମୟରେ ବହୁ ନିଯୁକ୍ତି ଆରମ୍ଭ ହୋଇଛି, ପ୍ରତ୍ୟେକ ଅଭିଯାନରେ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ସବିଶେଷ ତଥ୍ୟ ପ୍ରଦାନ କରି ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ୟୁପିଏର ପ୍ରଥମ ନଅ ବର୍ଷରେ ପ୍ରଦାନ କରାଯାଇଥିବା ୬,୦୨,୦୪୫ ସରକାରୀ ନିଯୁକ୍ତି ତୁଳନାରେ ଗତ ନଅ ବର୍ଷରେ ୮,୮୨,୧୯୧ କେନ୍ଦ୍ର ସରକାରୀ ପଦବୀ ପୂରଣ ହୋଇଛି। ତିନୋଟି ପ୍ରମୁଖ ସରକାରୀ ଏଜେନ୍ସି, – ୟୁପିଏସ୍ସି ୨୦୦୪ – ୧୩ ମଧ୍ୟରେ ୪୫,୪୩୧ ତୁଳନାରେ ୨୦୧୪ – ୨୩ ମଧ୍ୟରେ ୫୦,୯୦୬ ପ୍ରାର୍ଥୀ ନିଯୁକ୍ତ କରିଥିଲା, ଏସ୍ଏସ୍ସି ୨,୦୭,୫୬୩ ତୁଳନାରେ ୪,୦୦,୬୯୧ ପ୍ରାର୍ଥୀ ଚୟନ କରିଥିଲା ଏବଂ ଆରଆରବି ୨୦୦୪ ରୁ ୨୦୧୩ ମଧ୍ୟରେ ୩,୪୭,୨୫୧ ତୁଳନାରେ ୨୦୧୪ – ୨୩ ମଧ୍ୟରେ ୪,୩୦,୫୯୨ ଯୁବକଙ୍କୁ ସରକାରୀ ଚାକିରି ଦେଇଥିଲା।
ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯୁବକ ମାନଙ୍କୁ କେବଳ ସରକାରୀ ଚାକିରି ଉପରେ ନିର୍ଭରଶୀଳ ନୁହେଁ ବରଂ ଚାକିରି ସୃଷ୍ଟି କରିବାକୁ ମଧ୍ୟ ଜାଗ୍ରତ କରିଛନ୍ତି। ପୂର୍ବରୁ ଅତି କମ୍ ସଂଖ୍ୟକ ଅର୍ଥାତ୍ ୩୫୦ ଷ୍ଟାର୍ଟଅପ ଥିବାବେଳେ ବର୍ତ୍ତମାନ ୧ ଲକ୍ଷ ଷ୍ଟାର୍ଟଅପ୍ ଅଛି; ଉଦାହରଣ ସ୍ୱରୂପ, ଆରୋମା ମିଶନ୍ ଆରମ୍ଭ ହୋଇଥିଲା, ଦକ୍ଷିଣ ପୂର୍ବ ଏସିଆରୁ ଧୂପକାଠି ଆମଦାନୀ କରାଯାଉଥିଲା କିନ୍ତୁ ସ୍ୱଦେଶୀ ବାଉଁଶ ଚାଷକୁ ସଂଶୋଧନ ଦ୍ୱାରା ଭାରତୀୟ ଜଙ୍ଗଲ ଅଧିନିୟମ ୧୯୨୭ ରୁ ବାହାର କରାଯାଇଥିବାବେଳେ ଆମଦାନୀ ଶୁଳ୍କ ୨୫% କୁ ବୃଦ୍ଧି କରି ଦିଆଯାଇଛି। ବାଉଁଶ ଶିଳ୍ପକୁ ବିଶ୍ୱକୁ ଯିବାର ଏକ ସୁଯୋଗ ଯୋଗାଇ ଦିଆଯାଇଛି। ଖଦି ଆଜି ଏକ ଲକ୍ଷ କୋଟି ଟଙ୍କାର କାରବାର ସହିତ ଏକ ଡିଜାଇନର୍ ସାମଗ୍ରୀ ହୋଇପାରିଛି।
“ଆପଣମାନେ ବିଶ୍ୱ ଆହ୍ୱାନ, ବିଶ୍ୱସ୍ତରୀୟ ମାନଦଣ୍ଡ ଏବଂ ବିଶ୍ୱ ମାପଦଣ୍ଡଗୁଡିକ ବାହାରେ ବାସ କରିବେ ; ତେଣୁ ଏହା ମଧ୍ୟ ଏମିତି ଏକ ଉପାୟ, ଯାହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆମକୁ ଭିଜନ ୨୦୪୭ ପାଇଁ ପ୍ରସ୍ତୁତ କରୁଛନ୍ତି ଯାହାକି ବାକି ବିଶ୍ୱକୁ ଆଗେଇ ନେବ ବୋଲି ସେ କହିଛନ୍ତି।
ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଭାରତର ୧୪୦ କୋଟି ଜନସଂଖ୍ୟାକୁ ଲାଭାଂଶ ଭାବରେ ବ୍ୟବହାର କରା ଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ବିଶ୍ୱାସ କରୁଛନ୍ତି।
ନୂତନ ବିକଳ୍ପଗୁଡ଼ିକ ସାମନାକୁ ଆସିଛି, ପ୍ରାୟ ୫୦ ରୁ, ଆଜି ୬,୦୦୦ ବାୟୋଟେକ୍ ଷ୍ଟାର୍ଟଅପ୍ ଅଛି, ହିମାଳୟ ଅଞ୍ଚଳ ପାଇଁ ଆରୋମା ମିଶନ୍ ଆରମ୍ଭ ହୋଇଥିବାବେଳେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିବା ଡିପ୍ ସି ମିଶନର ପରିଣାମ ଅର୍ଥ ବ୍ୟବସ୍ଥା ସହିତ ମୂଲ୍ୟ ବୃଦ୍ଧି କରିବ, ରୋଜଗାର ସୃଷ୍ଟି କରିବ ଏବଂ ଆମକୁ ଏକ ବିଶ୍ୱସ୍ତରୀୟ ଭୂମିକା ପ୍ରଦାନ କରିବ ବୋଲି ସେ କହିଛନ୍ତି।
ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ବହୁ ପରିମାଣରେ ନିଯୁକ୍ତି ବ୍ୟତୀତ ଗତ ବର୍ଷ ୯,୦୦୦ କର୍ମଚାରୀଙ୍କର ସମୂହ ପଦୋନ୍ନତି କରା ଯାଇଥିଲା ଏବଂ ଏହି ବର୍ଷ ପାଇଁ ୪,୦୦୦ ପଦୋନ୍ନତି ଧାର୍ଯ୍ୟ କରାଯାଇଛି।
ବିଭାଗୀୟ ବିଳମ୍ବ ଏବଂ ଅଧୀନସ୍ଥ ମାମଲା ହେତୁ ବିଭିନ୍ନ କାରକ କାରଣରୁ ପୂର୍ବ ସରକାରଙ୍କ ଅଧୀନରେ ପଦୋନ୍ନତି ଅଟକି ରହିଥିଲା। ସଂସ୍କାର ହେବା କାରଣରୁ ଏହି ବାଧା ଦୂର ହୋଇଥିଲା, ଏହା କେବଳ ଶାସନ ସଂସ୍କାର ଆକାରରେ ନୁହେଁ ବରଂ ଏହାର ସାମାଜିକ – ଅର୍ଥନୈତିକ ପ୍ରଭାବ ମଧ୍ୟ ରହିଛି ବୋଲି ସେ କହିଛନ୍ତି।
ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଶାସନିକ ସଂସ୍କାର ଯୋଗୁଁ ଉଭୟ ମାତ୍ରାତ୍ମକ ଏବଂ ଗୁଣାତ୍ମକ ଉନ୍ନତି ଘଟିଛି।
“ଦାୟିତ୍ୱ ଗ୍ରହଣ କରିବାର ଏକ ବର୍ଷ ମଧ୍ୟରେ, ସରକାରରେ ନିମ୍ନ ପଦବୀରେ ନିଯୁକ୍ତି ପାଇଁ ସାକ୍ଷାତକାରକୁ ରଦ୍ଦ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ୧୫ ଅଗଷ୍ଟ ୨୦୧୫ ରେ ଆହ୍ୱାନ ଦେଇଥିଲେ। ଡିଓପିଟି ତିନି ମାସ ମଧ୍ୟରେ ସଂସ୍କାର ଆଣିଥିଲା, ଫଳସ୍ୱରୂପ ଫେବୃଆରୀ ୧, ୨୦୧୬ ରୁ ଗ୍ରୁପ୍ ସି ପୋଷ୍ଟଗୁଡିକ ପାଇଁ ସାକ୍ଷାତକାର ଗୁଡିକ ସମାପ୍ତ ହୋଇଥିବାବେଳେ କେତେକ ରାଜ୍ୟ ଅଧିକ ସମୟ ନେଇଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଏକ ସମାନ ଖେଳକୁ କ୍ଷେତ୍ର ଯୋଗାଇଲା, ଯେଉଁଥିରେ ସ୍ୱଚ୍ଛତା ଏବଂ ଲାଞ୍ଚ କାରବାର ଏବଂ ଆଂଶିକ – ପକ୍ଷପାତିତା ଯାଞ୍ଚ ହେତୁ ଯୋଗ୍ୟତାକୁ ମାନ୍ୟତା ପ୍ରଦାନ କରାଯାଇଥିଲା ବୋଲି ଡଃ ଜିତେନ୍ଦ୍ର ସିଂହ କହିଛନ୍ତି।
“ସେହିପରି, ଉପନିବେଶ ଯୁଗର ଏକ ଉତ୍ତରାଧିକାରୀ ଆତ୍ମ – ପ୍ରମାଣନକୁ ରଦ୍ଦ କରି ସେପ୍ଟେମ୍ବର ୨୦୧୪ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ୨୬ ମଇ ୨୦୧୪ ରେ ଶପଥ ଗ୍ରହଣ କରିବାର କିଛି ମାସ ପରେ ସରକାରଙ୍କ ଦ୍ୱାରା ଯୁବପିଢ଼ିଙ୍କ ଉପରେ ବିଶ୍ୱାସକୁ ଦୋହରାଇ, ଉଭୟ ସେବାରେ ଥିବା ଏବଂ ନୂତନ ନିଯୁକ୍ତି ପାଇଁ ସାମଥ୍ୟଁ ବୃଦ୍ଧି ପାଇଁ ମିଶନ୍ କର୍ମଯୋଗୀ ଅଧିୀନରେ କାର୍ଯ୍ୟ ହାତକୁ ନିଆ ଯାଇଥିଲା ବୋଲି ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳତାକୁ ପ୍ରଧାନମନ୍ତ୍ରୀ ମୋଦୀ ସମର୍ଥନ କରିଛନ୍ତି। “ପିସିଏ ୧୯୮୮ କୁ ୩୦ ବର୍ଷ ପରେ ସଂଶୋଧନ କରାଯାଇଥିଲା ଯାହା ଦ୍ୱାରା ଲାଂଚ ପ୍ରଦାନକାରୀ ମଧ୍ୟ ଏହାର ପରିସରରେ ଆସିବେ। ସଚ୍ଚୋଟ ଅଧିକାରୀମାନେ ଭୟଭୀତ ହୋଇ ନଥାନ୍ତି ଏବଂ ଯଥାସମ୍ଭବ କର୍ତ୍ତବ୍ୟ ସମ୍ପାଦନ କରି ପାରିବେ ବୋଲି ସେ କହିଛନ୍ତି।
ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଅନ୍ୟ ଏକ ପ୍ରମୁଖ ସଂସ୍କାର ହେଉଛି ସରକାରଙ୍କ ଅଭିଯୋଗ ସମାଧାନ ବ୍ୟବସ୍ଥା। “ଅନ୍ୟ ଦେଶଗୁଡିକ ସିପିଜିଆର୍ଏଏମ୍ଏସ୍ ସହିତ ପରିଚିତ ହେବାକୁ ଆସୁଛନ୍ତି, ଏହା ପୂର୍ବରୁ ବାର୍ଷିକ କେବଳ ୨ ଲକ୍ଷ ଅଭିଯୋଗ ଗ୍ରହଣ କରା ଯାଉଥିଲା, ସିଷ୍ଟମ କମ୍ପ୍ୟୁଟରୀକରଣ କରାଯାଇଥିଲା, ଅନଲାଇନ୍ କରାଯାଇଥିଲା, ୫ ଦିନର ସୀମା ନିର୍ଦ୍ଧାରଣ କରାଯାଇଥିଲା, ବର୍ତ୍ତମାନ ବାର୍ଷିକ ପ୍ରାୟ ୨୦ ଲକ୍ଷ ଅଭିଯୋଗ ଗ୍ରହଣ କରାଯାଏ, ଯାହା ବ୍ୟବସ୍ଥାକୁ ଅଧିକ ପ୍ରତିକ୍ରିୟାଶୀଳ, ତ୍ୱରିତ ଏବଂ ସମୟାନୁବର୍ତ୍ତୀ କରିଥାଏ। ଅଭିଯୋଗ ପରେ ପୁନଃ ପ୍ରତିକାର ପାଇଁ ଏକ ହେଲ୍ପ ଡେସ୍କ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ବୟସ୍କ ନାଗରିକ ଏବଂ ମହିଳାଙ୍କ କ୍ଷେତ୍ରରେ ସବୁଠୁ ବଡ ପେନସନ ସଂସ୍କାର କରାଯାଇଛି। ହାରାହାରି ଆୟୁଷ ବୃଦ୍ଧି ପାଇଛି, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ଲାଭପ୍ରଦ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନୀତି ଗୁଡିକରେ ସଂଶୋଧନ କରାଯାଇଛି।
“ଛାଡପତ୍ର ପ୍ରକ୍ରିୟା କୋର୍ଟରେ ବିଚାରାଧୀନ ଥବାବେଳେ ବିଳମ୍ବ ହେତୁ ଛାଡପତ୍ର ପାଇବାକୁ ଥିବା ଝିଅକୁ ପେନସନ୍ ପାଇବାକୁ ସକ୍ଷମ କରିବାକୁ ପ୍ରଚଳିତ ନିୟମକୁ ରଦ୍ଦ କରି ଦିଆଯାଇଛି, ଦଶ ବର୍ଷରୁ କମ୍ ସେବାରେ ଥିବା କର୍ମଚାରୀଙ୍କ କ୍ଷେତ୍ରରେ ଅମାନବୀୟ ବ୍ୟବସ୍ଥା ଥିଲା, ଯଦି ସେ ଦୁର୍ଭାଗ୍ୟବଶତଃ ମୃତ୍ୟୁବରଣ କରେ ପୂର୍ବ ପ୍ରଚଳିତ ନିୟମକୁ ସମାପ୍ତ କରି ପାରିବାରିକ ପେନସନ ସକ୍ଷମ କରାଯାଇଛି ; ନିଖୋଜ କର୍ମଚାରୀମାନଙ୍କ କ୍ଷେତ୍ରରେ – ଶରୀର ଫେରି ଆସିବାର ଅବଧି ୭ ବର୍ଷ, ଉଦାହରଣ ସ୍ୱରୂପ ଏଲଡବ୍ଲ୍ୟୁଇ କିମ୍ବା ଆତଙ୍କବାଦ ପ୍ରଭାବିତ ଅଞ୍ଚଳରେ, ସେମାନଙ୍କୁ ପରିବାର ପେନସନ୍ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।