ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅପରାଧୀ ମାନଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ଅଭିଯାନରେ ବ୍ରହ୍ମପୁର ପୋଲିସକୁ ପୁଣି ସଫଳତା ମିଳିଛି। ଆଜି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ବିବୃତ୍ତି ରଖିଛନ୍ତି ଯେ, ନିଜ ବିଭାଗୀୟ କର୍ମଚାରୀମାନଙ୍କର ସ୍ବତନ୍ତ୍ର ଅଭିଯାନ ଫଳରେ ୭ ଅସାମାଜିକ ଯୁବକ, ୫ ବନ୍ଧୁକ, ୪୩ ଜୀବନ୍ତ ଗୁଳି, ୨୨ ଏ ଟି ଏମ୍ କାର୍ଡ୍ ୬ ମୋବାଇଲ ଫୋନ, ନଗଦ ଏକଲକ୍ଷ ୧୧ ହଜାର ୫ ଶହ ଟଙ୍କା ଓ ଗୋଟିଏ ଟି ୟୁ ଭି କାର୍ ଜବତ କରିଛନ୍ତି।
ଧରାପଡ଼ିଥିବା ଅସାମାଜିକ ଯୁବକ ମାନଙ୍କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଗୋଷାଣୀ ନୁଆଁଗାଁ ଥାନା ଅଞ୍ଚଳର ସୁରଜ୍ ପାଢ଼ୀ, ଲକ୍ଷ୍ମୀ ନୃସିଂହ ସାହି, ଗୋବର୍ଦ୍ଧନ ପାତ୍ର, ଭଞ୍ଜନଗର ଅଞ୍ଚଳର, ସୁମନ୍ତ ପାତ୍ର ଜଟଣୀ, ରବିନ୍ଦ୍ର ମହାରଣା ଜଙ୍କିଆ ଓ ସୁନୀଲ ସାହୁ ଶାସ୍ତ୍ରୀ ନଗର ହୋଇଥିବା ବେଳେ ବୈଦ୍ୟନାଥ ପୁର ଥାନା ତରଫରୁ ବିଭିନ୍ନ ମକଦ୍ଦମାରେ ଜଡିତ ରଞ୍ଜନ ଗୌଡ ଜରଡା ଓ ସୁଶୀଲ ପଣ୍ଡା ଚିକିଟି ପ୍ରମୁଖ ଅଟନ୍ତି।