Categories
ଆଜିର ଖବର ରାଜ୍ୟ ଖବର

ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବିଡ଼ିଓ କଲୋନୀରେ ଗୁରୁଦିବସ ପାଳନ ଅବସରରେ ପ୍ରତିଭା ସମ୍ମାନ ସମାରୋହ

ଭୁବନେଶ୍ୱର : ଆଜି ୧୩୫ ତମ ଗୁରୁଦିବସ ଅବସରରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପ୍ରାଙ୍ଗଣରେ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଜନ୍ମଜୟନ୍ତୀ ପାଳନ ସହିତ ଗୁରୁଜୁନଙ୍କ ମହାସମାରୋହରେ ପାଳନ କରାଯାଇଅଛି । ଉକ୍ତ ସମାରୋହରେ ବିଦ୍ୟାଳୟର ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦନା କରିବା ସହିତ ଗୁରୁବନ୍ଦନା ଗାନ କରିଥିଲେ ।

ଉକ୍ତ ଉତ୍ସବରେ ବିଦ୍ୟାଳୟର ଚଳିତବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରିକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା। ସେହିପରି ୧୪ ଜଣ ସ୍କାଉଡ଼୍‌ଗାଇଡ଼ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ଜେଡ଼ିୟୁଭିର ନିର୍ଦ୍ଦେଶକ ଶ୍ରୀ ବି.କେ ସାହୁ ଡଃ ଆର.ସି. ରାଉତ, ସୁଦେଷ୍ମା ମିଶ୍ର (ପ୍ରସନ୍ନ ଫାଉଣ୍ଡେସନ), ଡଃ ଅଶୋକ ସାହୁ ବିଦ୍ୟାଳୟର ସଭାପତି ମଦନ ମୋହନ ଧଳ, ବିଦ୍ୟାଳୟର ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଗୁରୁଦିବସରେ ଶୁଭେଚ୍ଛା ଜଣାଇବା ସହ ଉତିନ୍ନ ଛାତ୍ରଛାତ୍ରୀଙ୍କ ଭବିଷ୍ୟ ଉଜ୍ଜଳ କାମନା କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଗଙ୍ଗାଧର ମହାରଣା ଗୁରୁଦିବସର ତାପର୍ଯ୍ୟ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଲୋକନାଥ ପ୍ରହରାଜ, ବିଜୟ କୁମାର ଦାସ, ଅଭୟ କୁମାର ଶତପଥି, ସୁଧିର କୁମାର ବେହେରା, ବିପାଶା ପାତ୍ର ଓ ଅନ୍ୟମାନେ ସଭାକୁ ପରିଚାଳନା କରିଥିଲେ ।