Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଟୀକାକରଣ ଅଭିଯାନରେ ମନ୍ଥର ଗତି: ଦ୍ୱିତୀୟ ଡୋଜ ପାଇଁ ଆସୁନାହାଁନ୍ତି ଲୋକେ

ଭୁବନେଶ୍ୱର: ରାଜ୍ୟରେ କୋଭିଡ -୧୯ ଟୀକାକରଣ ଅଭିଯାନ ମନ୍ଥର ଗତି କରୁଛି। ପ୍ରଥମ ଡୋଜ ନେବା ପରେ ଲୋକେ ଦ୍ୱିତୀୟ ଡୋଜ ପାଇଁ ଆସୁନାହାଁନ୍ତି, ଯେଉଁ କାରଣରୁ ରାଜ୍ୟରେ ଏହି ଅଭିଯାନ ମନ୍ଥର ଗତି କରୁଛି। ଓଡିଶାରେ ବର୍ତ୍ତମାନ ସୁଦ୍ଧା ଦୁଇ କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣର ପ୍ରଥମ ଡୋଜ ଦିଆଯାଇଥିବାବେଳେ ଉଭୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ମାତ୍ର ୬୯.୮ ଲକ୍ଷ ଅଟେ। ଏବଂ ବର୍ତ୍ତମାନ ସୁଦ୍ଧା ଆଉ ୨୮ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେବା ଉଚିତ୍। ରାଜ୍ୟର କେତେକ ଅଞ୍ଚଳରେ ବିଶେଷକରି ଆଦିବାସୀ ଅଞ୍ଚଳରେ ଟୀକାକରଣର ଦ୍ୱିତୀୟ ଡୋଜର ଗତି ମନ୍ଥର ରହିଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଡା. ପାଣିଗ୍ରାହୀ କହିଛନ୍ତି ଯେ, ବାରମ୍ବାର ଚେତାବନୀ ସତ୍ତ୍ୱେ ଲୋକମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ଓଡିଶାର ୩.୯ କୋଟି ଯୋଗ୍ୟ ଜନସଂଖ୍ୟାର ୫୧.୪ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି। ଏହି ଅଭିଯାନ ପ୍ରତି ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।