Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଭୁବନେଶ୍ୱର ଠାରେ ଆର୍ଗସ ଓଡ଼ିଶା ସ୍ୱାସ୍ଥ୍ୟ ସଂଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ରାଜ୍ୟର ଜନସାଧାରଣଙ୍କ ଅଧିକ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ ହେଲେ ଓଡ଼ିଶାର ଯେକୌଣସି ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବ । ମାତ୍ର ଦୁର୍ଭାଗ୍ୟବଶତଃ ଏହି ଯୋଜନା ଏଠାରେ ତ୍ୱରାନ୍ୱିତ ହେଉନାହିଁ । ରାଜ୍ୟ ସରକାର ଏ ବିଷୟ ଚିନ୍ତା କରି ତୁରନ୍ତ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ଉଚିତ ବୋଲି ଡ ପାୱାର କାର୍ଯ୍ୟକ୍ରମ ଅବସରରେ ଏହା ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଛଅ ହଜାରରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । “କେନ୍ଦ୍ର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଜରିଆରେ ରାଜ୍ୟକୁ ୧୩୪୭ କୋଟି ଟଙ୍କା ପ୍ରଦାନ କରିଛି । ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱାସ୍ଥ୍ୟ ଯାଞ୍ଚରେ ଉନ୍ନତି ଆଣିବାକୁ ତଥା ଭିତ୍ତିଭୂମି ବିକାଶ ପାଇଁ ଆଗୁଆ ପ୍ରଯୁକ୍ତି ଉପଯୋଗ ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଛି” ବୋଲି ସେ କହିଛନ୍ତି ।

ଭାରତ ଜି-୨ଠରେ ସଭାପତି ପଦ ଗ୍ରହଣ କରିବା ଦେଶ ପାଇଁ ଏକ ଗର୍ବର କ୍ଷଣ ବୋଲି ଡକ୍ଟର ପାୱାର କହିଛନ୍ତି । ଭାରତ କରୋନା କାଳରେ ଏହି ଶକ୍ତି ପ୍ରଦର୍ଶନ କରିଥିବା ସେ ପ୍ରକାଶ କରିଛନ୍ତି । “ପ୍ରଥମେ ପିପିଇ କିଟ୍ ଓ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ରପ୍ତାନୀ କରିଛୁ । ଭାରତ ୧୫ଠରୁ ଅଧିକ ଦେଶକୁ ଟିକା ଯୋଗାଇବା ସହ ବିଶ୍ୱ ନେତୃତ୍ୱର ଶକ୍ତି ପ୍ରଦର୍ଶନ କରିଛି” ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ’ର ବାର୍ତ୍ତା ଦେଇଛନ୍ତି ଓ ସେହି ଭାବନାରେ ପ୍ରତ୍ୟେକ ବ୍ୟକ୍ତି ଭାରତକୁ ମଜବୁତ କରିବା ପାଇଁ ନିଜର ଅବଦାନ ଦେବା ଆବଶ୍ୟକ । “ଆମେ ବର୍ତ୍ତମାନ ଅମୃତକାଳ ଦେଇ ଗତି କରୁଛୁ ଓ ଦେଶକୁ କିପରି ଆହୁରି ଶକ୍ତିଶାଳୀ କରିବା ସେଥିପାଇଁ ପ୍ରୟାସ କରିବା ଉଚିତ । ସେଥିପାଇଁ ସମ୍ମିଳିତ ଉଦ୍ୟମ ହିଁ ବର୍ତ୍ତମାନ ଆବଶ୍ୟକ” ବୋଲି ଡାକ୍ତର ପାୱାର କହିଛନ୍ତି ।

‘ଏକ ଭାରତ ସୁସ୍ଥ ଭାରତ’ ଉପରେ ଗୁରୁତ୍ୱ ଆରୋପ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଦେଇଥିବା ପ୍ରସ୍ତାବମାନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲାଗୁ କରାଗଲେ ଏହା ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ଆହୁରି ଉନ୍ନତି ଆଣିବ । “ଫିଡବ୍ୟାକ ସଦାସର୍ବଦା ଆମକୁ ଉନ୍ନତି କରିବା ପାଇଁ ସହାୟକ ହୁଏ ଓ ମୁଁ ମନେକରେ ଯେ ଏହି କାର୍ଯ୍ୟକ୍ରମ ଏଥିପାଇଁ ଉଦିଷ୍ଟ ଉଦେଶ୍ୟ ପୂରଣ କରିବ” ବୋଲି ସେ କହିଥିଲେ ।

 

ଡ. ପାୱାର ସନ୍ଧ୍ୟାରେ ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା ସଂସ୍ଥାନ (ଆର ଏମ ଆର ସି) ର କାର୍ଯ୍ୟ ସମୀକ୍ଷା କରିଥିଲେ । କୋଭିଡ ମହାମାରୀ ସମୟରେ ଅନୁଷ୍ଠାନର କାର୍ଯ୍ୟକୁ ସେ ବିଶେଷ ରୂପେ ପ୍ରସଂଶା କରିଥିଲେ । ଏଥି ପୂର୍ବରୁ ସେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

 

SM/MB