Categories
ଆଜିର ଖବର ଖେଳ ଜାତୀୟ ଖବର

ଡକ୍ୱର୍ଥ-ଲୁଇସ୍ ନିୟମରେ କୋଲକାତାକୁ ୭ ରନରେ ପରାସ୍ତ କଲା ପଞ୍ଜାବ, ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ଦ୍ୱିତୀୟ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସକୁ ପଞ୍ଜାବ କିଙ୍ଗସ୍ ପରାସ୍ତ କରିଛି। ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ପଞ୍ଜାବ ୭ ରନ୍ ରେ ମ୍ୟାଚ୍ ଜିତିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୯୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ କୋଲକାତା ୧୬ ଓଭରରେ ୧୪୬ ରନ୍ ସଂଗ୍ରହ କରିଥିଲା। କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଥିଲା। ପଞ୍ଜାବ ପକ୍ଷରୁ ଶିଖର ଧାୱନ ୪୦ ରନ୍ ଏବଂ ରାଜପକ୍ସ ୫୦ ରନ୍ ସଂଗ୍ରହ କରିଥିଲେ। ଅର୍ଶଦୀପ ସିଂ ଚମତ୍କାର ବୋଲିଂ କରି ୩ ଟି ୱିକେଟ୍ ନେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମହିଳା ଟି-୨୦ ବିଶ୍ଵକପ: ଆୟର୍ଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ ଆଜି ସେଣ୍ଟ ଜର୍ଜ ପାର୍କରେ ଖେଳାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଆୟର୍ଲାଣ୍ଡକୁ ୫ ରନ୍ ରେ ପରାସ୍ତ କରି ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଲଗାତାର ତୃତୀୟ ଥର ପାଇଁ ଏହି ଇଭେଣ୍ଟରେ ଭାରତ ଅନ୍ତିମ ୪ ରେ ସ୍ଥାନ ପାଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ଦଳକୁ ୧୫୬ ରନର ଟାର୍ଗେଟ ଦେଇଥିଲା। ଭାରତ ପକ୍ଷରୁ ସ୍ମୃତି ମାନ୍ଧନା ୮୭ ରନର ଏକ ଧୂଆଁଧାର ପାଳି ଖେଳିଥିଲେ। କିନ୍ତୁ ଟାର୍ଗେଟକୁ ପିଛା କରି ଆୟର୍ଲାଣ୍ଡ ଦଳ ୮.୨ ଓଭରରେ ୨ ୱିକେଟ ହରାଇ ୫୪ ରନ ସଂଗ୍ରହ କରିଥିଲା। ଏହାପରେ ବର୍ଷା ହେବାରୁ ଡକ୍ୱର୍ଥ-ଲୁଇସ୍ ନିୟମରେ ଭାରତକୁ ବିଜେତା ଘୋଷଣା କରାଯାଇଥିଲା।