Categories
ଜାତୀୟ ଖବର ବିଶେଷ ଖବର

ଜଳ ସଙ୍କଟ: ବିଶ୍ଵର ୧୦୦ଟି ସହର ତାଲିକାରେ ଭାରତରେ ୩୦ ଟି ପ୍ରମୁଖ ସହର

ନୂଆଦିଲ୍ଲୀ: ବିଶ୍ବରେ ଜଳ ସଙ୍କଟ ବଢିବାକୁ ନେଇ ସତର୍କତା ସ୍ୱରୂପ ଏକ ତଥ୍ୟ ଜାରି କରିଛି ୱାର୍ଲଡ ୱାଇଡ୍‌ ଫଣ୍ଡ। ଏହି ସଂଗଠନର ତଥ୍ୟ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ବିଶ୍ଵର ୧୦୦ଟି ବଡ ବଡ ସହରରେ ଜଳର ଅଭାବ ପରିଲିକ୍ଷିତ ହେବ। କିନ୍ତୁ ଭାରତରେ ଏହି ଜଳ ସଙ୍କଟ ଅଧିକ ପରିମାଣରେ ଦେଖାଯିବ। ବିଶ୍ଵର ୧୦୦ଟି ସହର ମଧ୍ୟରୁ କେବଳ ଭାରତରେ ୩୦ ଟି ସହରରେ ଜଳର ଅଭାବ ଦେଖାଯିବ। ଯଦି ଏବେଠାରୁ ଜଳ ସଙ୍କଟର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରା ନଯିବ ତେବେ ଭବିଷ୍ୟତ ଅତ୍ୟନ୍ତ ଭୟାନକ ହେବ ବୋଲି କୁହାଯାଇଛି।

ତେବେ ଉକ୍ତ ତାଲିକାରେ ସ୍ଥାନ ପାଇଥିବା ଭାରତର ୩୦ ପ୍ରମୁଖ ସହର ମଧ୍ୟରେ ରହିଛି ଜୟପୁର, ଇନ୍ଦୋର, ଅମୃତସର, ପୁନେ, ଶ୍ରୀନଗର, କୋଲକାତା, ବେଙ୍ଗାଲୁରୁ, ମୁମ୍ବାଇ, କୋଝିକୋଡ୍‌, ବିଶାଖାପଟନମ୍‌, ଥାନେ, ବଡୋଦରା, ରାଜକୋଟ୍‌, କୋଟା, ନାସିକ, ଅହମ୍ମଦାବାଦ, ଜବଲପୁର, ହୁବଲି-ଧରୱାଡ, ଭୋପାଳ, ଗ୍ୱାଲିୟର, ସୁରଟ, ଦିଲ୍ଲୀ, ଆଲିଗଡ, ଲକ୍ଷ୍ନୌ ଓ କନ୍ନୁର।

ଏସବୁ ସହରରେ ଏବେ ଜଳବିତ୍ପାତ ଓ ଜଳ ସଙ୍କଟ ଦେଖିବାକୁ ମିଳୁଛି। ତେଣୁ ଏହି ସମସ୍ୟାର ସମାଧାନ କରିବାକୁ ହେଲେ ସହରାଞ୍ଚଳ ଜଳ ବିଭାଜିକା ପ୍ରକଳ୍ପର ପୁନରୁଦ୍ଧାର ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଧ୍ୟାନଦେବାକୁ ପଡିବ। ତା’ଛଡା ସ୍ମାର୍ଟ ସିଟି ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରି ଜଳସମସ୍ୟା ଓ ଜଳସଙ୍କଟର ସମାଧାନ ପାଇଁ ଉପାୟ ବାହାର କରିବାକୁ ପଡିବ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଡିଆର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡକ୍ଟର ସେଜାଲ ୱରାହ ପ୍ରକାଶ କରିଛନ୍ତି।