Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ହସ୍ପିଟାଲ ଡାକ୍ତରଙ୍କ ପାଇଁ ଦୈନିକ ଖାଇବା ଖର୍ଚ୍ଚ 240 ଟଙ୍କା

ଭୁବନେଶ୍ବର, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ ଖାଦ୍ୟ ଖର୍ଚ୍ଚ ସରକାର ନିର୍ଦ୍ଧାରଣ କରିଛନ୍ତି। କୋଭିଡ କେୟାର ସେଣ୍ଟର, କୋଭିଡ ହେଲଥ ସେଣ୍ଟର ଓ କୋଭିଡ ହସ୍ପିଟାଲ ପାଇଁ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀଙ୍କ ପାଇଁ ଖାଦ୍ୟ ଖର୍ଚ୍ଚ ନିର୍ଦ୍ଧାରଣ ହୋଇଛି। ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ବାବଦରେ 240 ଟଙ୍କା ଧାର୍ଯ୍ୟ କରାଯାଇଛି। ଖାଦ୍ୟ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ।