Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷାକୁ ନେଇ କର୍ମଶାଳା

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ- ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି।

ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ମାର୍ଗଦର୍ଶିକା ଅନୁଯାୟୀ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉଦ୍‌ଘାଟନ କରିଥିଲେ।

ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଫ୍ୟାକଲ୍ଟିମାନେ ଅଧିକ ପ୍ରଶିକ୍ଷିତ ହେଲେ ସେମାନେ କିଭଳି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଦକ୍ଷ ଓ ଗୁଣବତା ଭିତିକ ଡାକ୍ତର ହେବାରେ ସହାୟକ ହୋଇପାରିବେ ଏବଂ ସମାଜର ଆବଶ୍ୟକତା ଅନୁଯାୟୀ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଆୟୋଜିତ ଏହି କର୍ମଶାଳାରେ ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ଅବ୍‌ଜରଭର୍ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ମେଡିକାଲ୍ ଏଜୁକେସନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ ଜେନା, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଏବଂ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ପ୍ରାୟ ୩୦ ଜଣ ଫ୍ୟାକଲ୍ଟି ଏହି କର୍ମଶାଳାରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍‌ର ବାର୍ଷିକ ଉତ୍ସବ ଇମ୍ପଲସ୍ ଆୟୋଜିତ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି। ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବାର୍ଷିକ ଉତ୍ସବ ‘ଇମ୍ପଲସ୍‌-୨୦୨୨’ ରେ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ଦକ୍ଷତାର ଝଲକ ଦେଖିବାକୁ ମିଳିଥିଲା।

ପ୍ରଥମ ଦିବସରେ ଆନୁଷ୍ଠାନିକ ଭାବେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମଂଚସ୍ଥ ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଦକ୍ଷତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ଦ୍ୱିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭିନୀତ ନାଟକ “ଦୁର୍ଦ୍ଦଶା’ ସମସ୍ତଙ୍କୁ ମନମୁଗ୍ଦ କରିଥିବାବେଳେ ଏହାପରେ କୃତି କଳାକାରମାନଙ୍କୁ ମାନପତ୍ର ଏବଂ ପୁରସ୍କୃତ ମଧ୍ୟ କରାଯାଇଥିଲା।

ଶେଷ ଦିବସରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ମନୋରଂଜନ କାର୍ଯ୍ୟ ପରିବେଷଣ କରିବା ସହିତ ମ୍ୟୁଜିକ୍ ବ୍ୟାଣ୍ଡ ତଥା “ସାଜ” ଦ୍ୱାରା ଡିଜେ ନାଇଟ୍ ପରିବେଷଣ କରାଯାଇଥିଲା।