Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ପାଇଁ ବିରୋଧୀ ଦଳ ତରଫରୁ ନାମାଙ୍କନ ଦାଖଲ କଲେ ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ମହାସଚିବଙ୍କ ନିକଟରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥପତ୍ର ଦାଖଲ କରିଛନ୍ତି ଯଶବନ୍ତ ସିହ୍ନା। ସେ ବିରୋଧୀଦଳର ମିଳିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢେଇ କରିବେ। ଆଜି ନାମଙ୍କାନ ଦାଖଲ ବେଳେ ତାଙ୍କ ସହିତ ଥିଲେ କଂଗ୍ରେସର ରାହୁଳ ଗାନ୍ଧୀ, ମଲ୍ଲିକାର୍ଜ୍ଜୁନ ଖଡଗେ, ଜୟରାମ ରମେଶ, ଏନସିପିର ଶରଦ ପାୱାର, ସମାଜାବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ, ଡିଏମ କେ ର ଏ ରାଜା ଏବଂ ଏନସି ର ମୁଖ୍ୟ ଫାରୁକ ଅବଦୁଲା।

ହେଲେ ଏହି କାର୍ଯ୍ୟକ୍ରମରେ ଟିଏମସି ମୁଖ୍ୟ ମମତା ବାନାର୍ଜି ଯୋଗ ଦେଇ ନ ଥିଲେ। ସିହ୍ନା ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହେବେ ବୋଲି ସେ ନିକଟରେ ଟିଏମସିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ପ୍ରାର୍ଥୀ କରିବା ପାଇଁ ମମତାଙ୍କର ଭୂମିକା ବେଶ୍ ଗୁରୁତ୍ବ ରହିଛି। ହେଲେ ସେ ନାମାଙ୍କନ ଦାଖଲକୁ ନ ଆସିବା ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।