Categories
ବିଶେଷ ଖବର

ମୋଦୀ ସରକାରଙ୍କ ‘ଡିଜିଟାଲ୍ ଷ୍ଟ୍ରାଇକ୍’: ଆଉ ୫୪ ଟି ଚାଇନିଜ୍ ଆପ୍ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା ପ୍ରତି ବିପଦ ଥିବା ୫୪ ଟି ଚାଇନିଜ୍ ଆପକୁ କେନ୍ଦ୍ର ସରକାର ନିଷିଦ୍ଧ କରିବେ। କେନ୍ଦ୍ର ସରକାର ବିଶ୍ଵାସ କରନ୍ତି ଯେ, ଏହି ଆପଗୁଡ଼ିକ ଭାରତର ସୁରକ୍ଷା, ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ସେଗୁଡିକୁ ନିଷିଦ୍ଧ କରାଯିବା ଉଚିତ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୦ ପୂର୍ବରୁ ମଧ୍ୟ ସୁରକ୍ଷା ବିପଦକୁ ବିଚାର କରି ମୋଟ ୨୭୦ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଏହି ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଏହା ପ୍ରଥମ ଥର ପାଇଁ ସରକାରଙ୍କ ଦ୍ୱାରା ଆପ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପଗୁଡିକ ଆଇଟି ଆକ୍ଟର ଧାରା ୬୯ ଏ ଅନୁଯାୟୀ ନିଷେଧ କରାଯାଇଛି।

ତେବେ ସୂଚନା ମୁତାବକ ନିଷେଧ ହେବାକୁ ଥିବା ଚୀନା ଆପ୍‌ଗୁଡ଼ିକ ମଧ୍ୟରେ ‘ବିୟୁଟି କ୍ୟାମେରା- ସେଲ୍‌ଫି କ୍ୟାମେରା’, ‘କ୍ୟାମ୍‌କାର୍ଡ ଫର୍‌ ସେଲ୍‌ସ୍‌ ଫୋର୍ସ ଇଏନ୍‌ଟ୍’, ‘ଭିଭା ଭିଡିଓ ଏଡିଟର୍‌’, ‘ଆପ୍‌ଲକ୍‌’ ଏବଂ ‘ଡୁଆଲ୍‌ ସ୍ପେସ୍‌ ଲାଇଟ୍‌’, ‘ବିୟୁଟି କ୍ୟାମେରା: ସୁଇଟ୍ ସେଲ୍‌ଫି ଏଚ୍‌ଡି’,  ‘ଅନ୍‌ଜିଓଜି ଆରେନା’, ‘ଆଇସୋଲାଣ୍ଡ୍‌ ୨: ଆସେସ୍‌ ଅଫ୍‌ ଟାଇମ୍‌ ଲାଇଟ୍‌’, ‘ଟେନ୍‌ସେଣ୍ଟ୍‌ ଚିଭିୟର୍‌’, ‘ଅନ୍‌ମିଓଜି ଚେସ୍‌’, ‘ଇକ୍ବାଲାଇଜର୍‌ ଆଣ୍ଡ୍‌ ବାସ୍‌ ବୁଷ୍ଟର୍‌’ ।