Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ସଂପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥି ପାଇଁ ମୋଟ ୧୪.୯୦୩ କୋଟି ଟଙ୍କା ଖର୍ଚ୍ଚ ହେବ।

୨୦୧୫ ଜୁଲାଇ ପହିଲାରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦେଶର ନାଗରିକମାନଙ୍କୁ ଡିଜିଟାଲ ମାଧ୍ୟମରେ ଯୋଗାଇବା ସେବା ଏହାର ଉଦ୍ଦେଶ୍ୟ। ଏହି ଯୋଜନାଟି ବେଶ ସଫଳ ପ୍ରମାଣିତ ହୋଇଛି। ଏହି ଯୋଜନାର ସମ୍ପ୍ରସାରଣ ଫଳରେ ଅନେକ ଲକ୍ଷ୍ୟ ସାଧିତ ହୋଇପାରିବ। ଏହା ଦ୍ୱାରା ଯେଉଁ ସବୁ କାର୍ଯ୍ୟ କରାଯିବ ସେଗୁଡିକ ନିମ୍ନରେ ପ୍ରଦାନ କରାଗଲା।

ଦେଶର ୬.୨୫ଲକ୍ଷ ଆଇଟି ବୃତ୍ଥିଧାରୀଙ୍କୁ ପୁନଃଦକ୍ଷ (ରି-ସ୍କିଲଡ୍‌) ଓ ସେମାନଙ୍କ ଦକ୍ଷତା ବୃଦ୍ଧି (ଅପ୍ -ସ୍କିଲ୍‌ଡ) କରାଯିବ । କମ୍ପ୍ୟୁଟର ସ୍କିଲ୍ ପ୍ରାଇମ ପ୍ରୋଗ୍ରାମରେ ସେମାନଙ୍କୁ ଏହି ଦକ୍ଷତା ବିକାଶର  ସୁଯୋଗ ମିଳିବ ।

୨.୬୫ଲକ୍ଷ ଲୋକଙ୍କୁ ସୂଚନା ନିରାପତ୍ତା ସମ୍ପର୍କରେ ତାଲିମ ଦିଆଯିବ । ସେମାନେ ଏହି ତାଲିମ ସୂଚନା ନିରାପତ୍ତା ଓ ଶିକ୍ଷା ସଚେତନତା ପର୍ଯ୍ୟାୟ ଆଇଏସ୍‌ଇଏ କାର୍ଯ୍ୟକ୍ରମ ଅଧୀନରେ ପାଇବେ ।

ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତିରିକ୍ତ ସେବା ଉପଲବ୍ଧ ହେବ ଏବଂ ଏସବୁ ଉମଙ୍ଗ ଆପ୍ /ପ୍ଳାଟଫର୍ମରେ ମିଳିବ । ଏବେ ଉମଙ୍ଗରେ ୧୭୦୦ରୁ ଅଧିକ ସେବା ଉପଲବ୍ଧ ।

ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟରକୁ  ସାମିଲ କରାଯିବ । ଏବେ ଦେଶର ୧୮ଟି ସୁପର କମ୍ପ୍ୟୁଟର କାର୍ଯ୍ୟ କରୁଛି ।

ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତିରିକ୍ତ ସେବା ଉପଲବ୍ଧ ହେବ ଏବଂ ଏସବୁ ଉମଙ୍ଗ ଆପ୍ ପ୍ଲାଟଫର୍ମରେ ମିଳିବ । ଏବେ ଉମଙ୍ଗରେ ୧୭୦୦ରୁ ଅଧିକ ସେବା ଉପଲବ୍ଧ ହେଉଛି ।

ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟରକୁ  ସାମିଲ କରାଯିବ । ଏବେ ଦେଶର ୧୮ଟି ସୁପର କମ୍ପ୍ୟୁଟର କାର୍ଯ୍ୟ କରୁଛି ।

ଭାଷିନୀ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପରିଚାଳିତ ବହୁଭାଷୀ ଅନୁବାଦ ଯନ୍ତ୍ର (ଟୁଲ) ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ ସମସ୍ତ ୨୨ଟି ଭାଷା ଉପଲବ୍ଧ ହେବ । ଏବେ ଏହାର ସୁବିଧା ୧୦ଟି ଭାଷାରେ ମିଳୁଛି ।

ଜାତୀୟ ନଲେଜ ନେଟ ୱାର୍କର ଆଧୁନିକୀକରଣ କରାଯିବ । ଏହି ଜ୍ଞାନ ସଂଯୋଗ ବ୍ୟବସ୍ଥାରେ ଦେଶର ୧୭୮୭ ଶିକ୍ଷାନୁଷ୍ଠାନ ପରସ୍ପର ସହିତ ସମ୍ପୃକ୍ତ ।

ଡିଜିଟାଲ ଡକ୍ୟୁମେଣ୍ଟ ଭେରିଫିକେସନ ସୁବିଧା ଯାହା ଏବେ ଡିଜିି ଲକର ମାଧ୍ୟମରେ ମିଳୁଛି,ସେ ସୁବିଧା ଏମ୍‌ଏସ୍‌ଏମ୍‌ଇ ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ଯୋଗାଇ ଦିଆଯିବ ।

ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ୧୨୦୦ଷ୍ଟାର୍ଟଅପ ସୁବିଧା ଉପଲବ୍ଧ ହେବ ।

ଆଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ୩ଟି ଉତ୍କର୍ଷ କେନ୍ଦ୍ର ସ୍ୱାସ୍ଥ୍ୟ, କୃଷି ଏବଂ ନିରନ୍ତର ବିକାଶ କରୁଥିବା ସହରମାନଙ୍କ ପାଇଁ ପ୍ରତିଷ୍ଠା କରାଯିବ ।

ଦେଶର ୧୨କୋଟି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସଚେତନତା ପାଠ୍ୟକ୍ରମ ପ୍ରବର୍ତ୍ତନ କରାଯିବ।

ସାଇବର ନିରାପତ୍ତାର ନୂଆ ନୂଆ କ୍ଷେତ୍ର ଯଥା ଟୁଲସର ବିକାଶ ଓ ଜାତୀୟ ସାଇବର କୋ-ଅର୍ଡିନେସନ କେନ୍ଦ୍ରର ସହିତ ୨୦୦ରୁ ଅଧିକ ସାଇଟ୍ସକୁ ସମ୍ପୃକ୍ତ କରାଯିବ । ଏହା ସହିତ ଏ କ୍ଷେତ୍ରରେ ଆହୁରି ଅଧିକ ନୂଆ ନୂଆ ପ୍ରୟାସମାନ ଆରମ୍ଭ ହେବ ।

ଆଜିର ଘୋଷଣା ଦେଶର ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହନ ଯୋଗାଇବ । ଏହା ସେବା ଯୋଗାଣରେ ଡିଜିଟାଲ ମାଧ୍ୟମର ଉପଯୋଗ ଓ ପହଂଚକୁ ବଢାଇବା ସହିତ ଭାରତର ଆଇଟି ଏବଂ ଇଲେକ୍‌ଟ୍ରୋନିକ ପରିତନ୍ତ୍ରକୁ ସହାୟତା ପ୍ରଦାନ କରିବ ।

Categories
ଜାତୀୟ ଖବର ବିଶେଷ ଖବର

ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ ପୁରସ୍କାର-୨୦୨୩ ଜିତିଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି। ଜିଏସଏମ ଆସୋସିଏସନ ପକ୍ଷରୁ ଭାରତକୁ ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର- ୨୦୨୩ ପ୍ରଦାନ କରାଯାଇଛି। ଦୂରସଞ୍ଚାର ନୀତି ଓ ନିୟାମକ କ୍ଷେତ୍ରରେ ଶ୍ରେଷ୍ଠ ପଦ୍ଧତି କାର୍ଯ୍ୟକାରୀ କରିବା ଲାଗି ଭାରତକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

ଭାରତ ପୁରସ୍କାର ଜିତିବା ଅବସରରେ, କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଦୂରସଞ୍ଚାର ସଂସ୍କାରକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି, ଜିଏସଏମଏ ପୁରସ୍କାର ଏହାର ଏକ ଉଦାହରଣ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ସଂସ୍କାରର ପ୍ରଭାବ ଦେଖିଛୁ। ପୂର୍ବରୁ ଆରଓଡବ୍ଲୁ ଅନୁମତି ପାଇବାକୁ ୨୩୦ ଦିନରୁ ଅଧିକ ସମୟ ଲାଗୁଥିଲା, ବର୍ତ୍ତମାନ ଏହା ମାତ୍ର ୮ ଦିନରେ ମିଳି ଯାଉଛି। ୮୫% ପ୍ରତିଶତରୁ ଅଧିକ ମୋବାଇଲ ଟାୱାର ମଞ୍ଜୁରି ଏବେ ତୁରନ୍ତ ମିଳିଯାଉଛି। ଭାରତ ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ 5ଜି ପ୍ରଯୁକ୍ତି କାର୍ଯ୍ୟକାରୀ କରୁଛି, ଏବେ ସୁଦ୍ଧା ୩୮୭ଟି ଜିଲ୍ଲାର ପ୍ରାୟ ୧ଲକ୍ଷ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହୋଇସାରିଛି। ଭାରତର ଦୂରସଞ୍ଚାର କ୍ଷେତ୍ର ଏକ ନୂଆ ଯୁଗର ଶୁଭାରମ୍ଭ କରିଛି ଏବଂ ସାରା ବିଶ୍ୱ ଏହି ଅଭ୍ୟୁଦୟ ଉପରେ ଦୃଷ୍ଟି ରଖିଛି।

ଜିଏସଏମଏରେ ୭୫୦ରୁ ଅଧିକ ମୋବାଇଲ ଅପରେଟର ଏବଂ ୪୦୦ କମ୍ପାନୀ ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଏହା ପ୍ରତିବର୍ଷ ଗୋଟିଏ ରାଷ୍ଟ୍ରକୁ ସମ୍ମାନିତ କରିଥାଏ। ୨୭ ଫେବୃଆରୀ ୨୦୨୩ରେ ବାର୍ସିଲୋନା ଠାରେ ଅନୁଷ୍ଠିତ ମୋବାଇଲ ବିଶ୍ୱ କଂଗ୍ରେସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତକୁ ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ ଇଣ୍ଡିଆ’ ଦୂରଦୃଷ୍ଟିକୁ ଅନୁସରଣ କରି ସରକାର ସେପ୍ଟେମ୍ବର ୨୦୨୧ରେ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାର ଆଣିଥିଲେ। ଏହାପରେ ଲାଇସେନ୍ସିଂ କ୍ଷେତ୍ରରେ ସଂସ୍କାର, ପିଏମ ଗତି ଶକ୍ତି ସଞ୍ଚାର ପୋର୍ଟାଲ ଗଠନ, ରାଇଟ୍‌ ଅଫ୍‌ ୱେ (ଆରଓଡବ୍ଲୁ)କୁ ବ୍ୟବସ୍ଥିତ କରିବା, ସ୍ପେକ୍ଟ୍ରମ କ୍ଷେତ୍ରରେ ସଂସ୍କାର, ସାଟେଲାଇଟ୍‌ ସଂସ୍କାର ଆଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Categories
ବିଶେଷ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ ଅନୁପ୍ରାଣିତ, ଉତ୍ସାହିତ ଓ ସ୍ୱୀକୃତି ପ୍ରଦାନ କରି ନ ଥାଏ, ଏହା ମଧ୍ୟ ଷ୍ଟାର୍ଟ ଅପ୍‌ଗୁଡିକୁ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ। ଏହି ପୁରସ୍କାର ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜନସାଧାରଣଙ୍କୁ ଡିଜିଟାଲ ଶାସନର ସଫଳ ପ୍ରୟୋଗ ଦିଗରେ ସମର୍ଥ କରିଥାଏ।

ରାଷ୍ଟ୍ରପତି ପୁରସ୍କାର ବିଜୟୀମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ନବସୃଜନ ଆଣି ଲୋକଙ୍କ ସେବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତାହା ବେଶ୍ ଆନନ୍ଦଦାୟକ। ଏହା ଦ୍ୱାରା ନାଗରିକମାନେ ସଶକ୍ତ ହେବା ସହିତ, ଡାଟା ସେୟାରିଂ ଓ ବ୍ୟାବସାୟିକ ସୁଗମତା ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି।

ରାଷ୍ଟ୍ରପତି କହିଛନ୍ତି ଯେ ସାମାଜିକ ନ୍ୟାୟ ପ୍ରଦାନ, ଡିଜିଟାଲ ନବସୃଜନ (ଇନୋଭେସନ)ର ପ୍ରମୁଖ  ଲକ୍ଷ୍ୟ ହେବା ଉଚିତ। ଏବେ ଦେଶରେ ଯେଉଁ ଡିଜିଟାଲ ବିଭାଜନ ବା ସହର  ମଫସଲ ଭିତରେ ଡିଜିଟାଲ ତାରତମ୍ୟ ରହିଛି; ଟେକ୍‌ନୋଲୋଜି ମାଧ୍ୟମରେ ତାହାର ଦୂରୀକରଣ କରାଯାଇପାରିଲେ ଭାରତ ଏକ ଜ୍ଞାନ ଅର୍ଥନୀତିରେ ପରିଣତ ହୋଇପାରିବ। ଭାରତ ଏ ଦିଗରେ ଯେଉଁ ପଦକ୍ଷେପ ନେଉଛି ତାହା ଇପ୍‌ସିତ୍ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି  ରାଷ୍ଟ୍ରପତି ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି। ସେ କହିଛନ୍ତି  ଯେ ‘ଡିଜିଟାଲ ଅନ୍ତ୍ୟୋଦୟ ଯାତ୍ରା ପଥରେ ଭାରତ ଉପଯୁକ୍ତଭାବେ ଆଗେଇ ଚାଲିଛି ଏବଂ ଏଥିରେ ସମାଜର ଅବହେଳିତ ଓ ବଂଚିତ ବର୍ଗଙ୍କୁ ସାମିଲ କରି ସେମାନଙ୍କ ଅର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଥିôଲେ ଯେ ଭାରତରେ ଡିଜିଟାଲ ପରିବର୍ତ୍ତନର କାହାଣୀ, ନବସୃଜନ, ରୂପାୟନ ଓ ସମସ୍ତଙ୍କୁ ସମ୍ପୃକ୍ତ କରିବାର କାହାଣୀ। ସମଗ୍ର ବିଶ୍ୱକୁ ଅଧିକ ସୁଗମ, ସମାନ ଏବଂ ସମାବେଶୀ କରିବା ପାଇଁ ଅଧିକରୁ ଅଧିକ ସହଯୋଗ ଭିତ୍ତିକ ମଞ୍ଚ ସୃଷ୍ଟି ମାଧ୍ୟମରେ ନୂଆ ନୂଆ ଅଭିନବ ସମାଧାନ ସୂତ୍ର ବାହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଭାରତୀୟ ଆଇଟି କମ୍ପାନୀମାନେ ବିଦେଶୀଙ୍କୁ ଭାରତର ପ୍ରତିଭାର ମୂଲ୍ୟ ବୁଝିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଆମେ ବର୍ତ୍ତମାନର ନୀତିର ସଦୁପଯୋଗ କରି ଆମର ସୂଚନା ପ୍ରଯୁକ୍ତି ପରିବେଶକୁ ଆହୁରି ସୁଦୃଢ କରିବା ସହିତ ସପ୍ଟଓୟାର ଓ ହାର୍ଡଓୟାର କ୍ଷେତ୍ରରେ ଭାରତକୁ ଏକ ବୈଶ୍ୱିକ ପାୱାର ହାଉସରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଏ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ପରିଣତ ହେବା ନିମନ୍ତେ ଭାରତ ଇନୋଭେଟିଭ ମେଡ୍ ଇନ୍ ଇଣ୍ଡିଆ ଟେକ୍‌ନୋଲୋଜି ପ୍ରସ୍ତୁତ କରିବା ଉଚିତ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ନୂଆ ଜ୍ଞାନ, ଅନ୍ତର୍ଦୃଷ୍ଟି ଓ ସମସ୍ୟା ସମାଧାନ ସୂତ୍ର ସୃଷ୍ଟିରେ ଦାତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ସଫଳତା ବିନିଯୋଗର ନୂଆ କ୍ଷେତ୍ର ସୃଷ୍ଟି କରିଥାଏ। ତେଣୁ ଆମେ ସରକାରୀ ଡାଟା ବ୍ୟବହାରକୁ ଅଧିକ ଗଣତାନ୍ତ୍ରିକ କରିବା ଉଚିତ। ଏହା ପଥରେ ଯୁବ ଟେକ୍ନୋଲୋଜି ଉତ୍ସାହୀମାନେ ଏହାକୁ ବ୍ୟବହାର କରି ସ୍ଥାନୀୟ ଡିଜିଟାଲ ସଲ୍ୟୁସନ୍ସର ବାଟ ବାହାର କରିପାରିବେ।

ରାଷ୍ଟ୍ରପତି ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯେ ଭାରତର ସରକାରୀ  ସଂସ୍ଥାମାନେ ଯେଉଁ ନବ ସୃଜନକାରୀ ପ୍ରୟାସ ତୃଣମୂଳ ସ୍ତରରେ ହାତକୁ ଦେଇଛନ୍ତି ଏବଂ ଘରୋଇ-ସରକାରୀ ଅଂଶୀଦାରୀରେ ଷ୍ଟାର୍ଟଅପ୍‌ଗୁଡିକ ସହିତ ଯେଉଁ ସହଯୋଗ ରଖିଛନ୍ତି ତାହା ବେଶ ଉତ୍ସାହର ବିଷୟ। ସବୁ ନାଗରିକଙ୍କ ଜୀବନ ଧାରଣର ମାନକୁୁ  ବଢାଇ ସେମାନଙ୍କୁ ଜୀବନକୁ  ସୁଖଦ କରିବାର ଆହ୍ୱାନକୁ ସାକାର କରିବାକୁ ଆମକୁ ବ୍ରତୀ ହେବାକୁ ପଡିବ। ଏଥିପାଇଁ ନ୍ୟାୟପାଳିକା, ଭୂ-ପଞ୍ଜୀକରଣ, ସାର ଓ ଉର୍ବରକ ଉପଯୋଗ, ସାଧାରଣ ବଣ୍ଟନ ବ୍ୟବସ୍ଥାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମକୁ କାମ କରିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ପର୍ଶ ମାଧ୍ୟମରେ ପ୍ରତିରକ୍ଷା ପେନସନଧାରୀଙ୍କୁ ରେକର୍ଡ ପେନସନ ବିତରଣ

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ଆଗେଇ ନେଇ ପେନସନ ପ୍ରଶାସନ ପ୍ରଣାଳୀ- ରକ୍ଷା ବା ସ୍ପର୍ଶ ଦ୍ୱାରା ଅଗଷ୍ଟ, ୨୦୨୨ ମାସରେ ପ୍ରତିରକ୍ଷା ପେନସନଭୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ୩୦୯୦ କୋଟି ଟଙ୍କାରୁ ଅଧିକ ବିତରଣ କରାଯାଇଛି। ୫,୬୨,୯୪୬ ପ୍ରତିରକ୍ଷା ପେନସନଧାରୀ ସଫଳତାର ସହ ସ୍ପର୍ଶ ଡିଜିଟାଲ ପ୍ଲାଟଫର୍ମକୁ ଚାଲି ଆସିବା ଦ୍ୱାରା ଆଉ ଏକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ସ୍ପର୍ଶ ପ୍ରଣାଳୀରେ ପେନସନଭୋଗୀଙ୍କ ସମୁଦାୟ ସଂଖ୍ୟା ୧୧ ଲକ୍ଷ ଲାଭାର୍ଥୀଙ୍କ ସହ ଏକ ମିଲିୟନ ଅତିକ୍ରମ କରିଛି। ଏହା ଭାରତର ସମୁଦାୟ ପ୍ରତିରକ୍ଷା ପେନସନଭୋଗୀଙ୍କ ପ୍ରାୟ ୩୩ ପ୍ରତିଶତ।

ଏହି ରୂପାନ୍ତରମୂଳକ ପରିବର୍ତ୍ତନ କାର୍ମିକ ନବାଚାର ମାଧ୍ୟମରେ ସମ୍ଭବ ହୋଇପାରିଛି। ୱେବ ଆଧାରିତ ପ୍ରଣାଳୀ ସ୍ପର୍ଶ ମାଧ୍ୟମରେ ପେନସନ ଦାବି ପ୍ରୋସେସିଂ ହୁଏ ଓ କୌଣସି ବାହ୍ୟ ହସ୍ତକ୍ଷେପ ବିନା ପ୍ରତିରକ୍ଷା ପେନସନଧାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ପେନସନ ସିଧାସଳଖ ଜମା ହୋଇଥାଏ । ଏହାର ବିକାଶ ତ୍ୱରିତ ହୋଇଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ଏହି ପ୍ରଣାଳୀ ମାଧ୍ୟମରେ ୧୧,୬୦୦ କୋଟି ଟଙ୍କାରୁ ଅଧିକ ବିତରଣ ହୋଇପାରିଛି।

୨୦୨୦-୨୧ରେ ଏହି ପ୍ରଣାଳୀରେ ପ୍ରାୟ ୫୭ କୋଟି ଟଙ୍କା ବିତରଣ ହୋଇଥିଲା।
ସ୍ପର୍ଶ ପ୍ରକଳ୍ପ ଲାଗୁ କରିବାର ନୋଡାଲ ଏଜେନ୍ସି ପ୍ରତିରକ୍ଷା ଏକାଉଣ୍ଟସ ବିଭାଗ ୩ ହଜାରରୁ ଅଧିକ ପ୍ରାରମ୍ଭିକ ପେନସନ ଉପକ୍ରମ, ମଞ୍ଜୁରୀ ଓ ବିତରଣ ଏଜେନ୍ସିଗୁଡିକୁ ଏକାଠି କରିଥାଏ। ଏହାଦ୍ୱାରା ପେନସନ ସେବା -ପେନସନଭୋଗୀ ସତ୍ୟାପନ ଠାରୁ ଆରମ୍ଭ କରି ଅଭିଯୋଗ ନିବାରଣର ପ୍ରକୃତ ସମୟ ନୀରିକ୍ଷଣ ପର୍ଯ୍ୟନ୍ତ- ପୂର୍ବତନ ସୈନିକମାନଙ୍କ ପାଖରେ ପହଞ୍ଚି ପାରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁଲାଇ ପହିଲାରେ ‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 1 ତାରିଖ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ଜୁଲାଇ 1 ତାରିଖ, 2015ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ। ଏହାକୁ ଏବେ ଛଅ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

‘ଡିଜିଟାଲ ଇଣ୍ଡିଆ’ ନୂତନ ଭାରତର ଅନ୍ୟତମ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି। ଏହା ସହଜ ସେବା ଉପଲବ୍ଧତା, ସରକାରଙ୍କୁ ନାଗରିକମାନଙ୍କ ନିକଟତର କରିବା, ନାଗରିକମାନଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କୁ ସଶକ୍ତ କରିଛି।

ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।