Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡିଜିଟାଲ ମିଡିଆ ଆଚାର ସଂହିତା ନିୟମାବଳୀରେ ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇନାହିଁ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ। ଏହି ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା ପୁଲିସ ଆୟୁକ୍ତମାନଙ୍କୁ କୌଣସି କ୍ଷମତା ପ୍ରଦାନ କରାଯାଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଆଜି ଏ ସଂକ୍ରାନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ପତ୍ରରେ ଏହି ଅନୁରୋଧ ମଧ୍ୟ କରାଯାଇଛି ଯେ ଏହି ସୂଚନାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ସମ୍ପୃକ୍ତ କର୍ତୃପକ୍ଷଙ୍କ ଅବଗତି ନିମନ୍ତେ ସୂଚୀତ କରାଯିବା ଆବଶ୍ୟକ।

ଏହି ପତ୍ର ମାଧ୍ୟମରେ ଭାଗ-୩ ଅନ୍ତର୍ଗତ ନିୟମଗୁଡ଼ିର ବ୍ୟବସ୍ଥା ସମ୍ପର୍କରେ ପୁଣିଥରେ ସ୍ପଷ୍ଟ କରିଦିଆଯାଉଛି। ଏହା ଡିଜିଟାଲ ସମାଚାର ଏବଂ ସମ-ସାମୟିକ ପ୍ରସଙ୍ଗ ପ୍ରକାଶିତ କରୁଥିବା ପ୍ରକାଶକ ଏବଂ ଅନଲାଇନ ପ୍ରଦର୍ଶିତ ବିଷୟବସ୍ତୁ (ଓଟିଟି ପ୍ଲାଟଫର୍ମ)ର ପ୍ରକାଶକମାନଙ୍କ ସହ ଜଡ଼ିତ। ଏହି ପତ୍ରରେ କୁହାଯାଇଛି ଯେ ଏହି ନିୟମରେ ଏପରି ଆଚାର ସଂହିତା ଉପଲବ୍ଧ କରାଯାଇଛି ଯାହାକୁ ଡିଜିଟାଲ ସମାଚାର ପ୍ରକାଶକ ଏବଂ ଓଟିଟି ବିଷୟବସ୍ତୁ ପ୍ରକାଶକମାନେ ପାଳନ କରିବେ। ଏଥିରେ ବୟସ ଆଧାରିତ ପାଂଚ ପ୍ରକାରର ବର୍ଗୀକରଣ ମଧ୍ୟ ସାମିଲ ରହିଛି।

ଏହାବ୍ୟତୀତ, ଏସବୁ ନିୟମ ଅନୁଯାୟୀ, ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥାର ମଧ୍ୟ ଆବଶ୍ୟକତା ରହିବ ଯେଉଁଥିରେ ପ୍ରକାଶକ (ସ୍ତର-୧), ପ୍ରକାଶକମାନଙ୍କ ଦ୍ୱାରା ଗଠିତ ସ୍ୱ-ନିୟମନ ସଂସ୍ଥା(ସ୍ତର-୨) ଏବଂ ସରକାରଙ୍କ ଅନୁଧ୍ୟାନ ବ୍ୟବସ୍ଥା (ସ୍ତର-୩) ସାମିଲ ରହିବ। ଏହାଫରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗ ସମାଧାନ ପାଇଁ ଏକ ବ୍ୟବସ୍ଥା ବିକଶିତ ହୋଇପାରିବ। ଶେଷରେ ଏହି ନିୟମଗୁଡ଼ିକ ଅନୁଯାୟୀ, ପ୍ରକାଶକମାନଙ୍କ ସରକାରଙ୍କ ସମ୍ମୁଖରେ ସୂଚନା ଉପସ୍ଥାପନ କରିବାକୁ ହେବ ଏବଂ ସାର୍ବଜନୀନ ପରିଧିରେ ଅଭିଯୋଗ ସମାଧାନ ସମ୍ପର୍କରେ ସୂଚନା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବାକୁ ହେବ।

ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ଅନ୍ତର୍ଗତ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନଗୁଡ଼ିକ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧କୁ ୨୫ ଫେବୃଆରୀ, ୨୦୨୧ରେ ଅଧିସୂଚୀତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

କଂଟେଟ ଉପରେ ପ୍ରତିବନ୍ଧକ ଲାଗି କରାଯାଇ ନାହିଁ କୌଣସି ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ଓଓଓର ନିୟମ ୧୬ ସଂକ୍ରାନ୍ତରେ କେତେକ ଭୁଲ ଧାରଣା ସୃଷ୍ଟି କରାଯାଇଛି। କୁହାଯାଉଛି ଯେ, ଜରୁରିକାଳୀନ ସ୍ଥିତିରେ ଡିଜିଟାଲ ମିଡିଆରେ ପ୍ରସାରିତ କେତେକ କଂଟେଟ ଉପରେ ପ୍ରତିବନ୍ଧକ ଲାଗୁ କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ନିର୍ଦ୍ଦେଶ ଜାରି କରିପାରିବେ।

ମାତ୍ର ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଯେ, ଏହା କୌଣସି ନୂଆ ବ୍ୟବସ୍ଥା ନୁହେଁ। ବିଗତ ୧୧ ବର୍ଷ ଧରି, ୨୦୦୯ ପରଠାରୁ, ସୂଚନା ପ୍ରଯୁକ୍ତି (ଜନସାଧାରଣଙ୍କୁ ମିଳୁଥିବା ସୂଚନା ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା) ନିୟମାବଳୀ, ୨୦୦୯ ଅନ୍ତର୍ଗତ ଏହି ବ୍ୟବସ୍ଥାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ସଚିବ କାର୍ଯ୍ୟକାରୀ କରି ଆସୁଥିଲେ।

୨୫ ଫେବୃଆରୀ, ୨୦୨୧ରେ ଜାରି ହୋଇଥିବା ନିୟମାବଳୀ ଅନ୍ତର୍ଗତ କେବଳ ଏହି ବ୍ୟବସ୍ଥାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ କ୍ଷମତା ଅଧୀନକୁ ଅଣାଯାଇଛି। କାରଣ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ।

ଏହା ପୁନଃସ୍ପଷ୍ଟ କରି ଦିଆଯାଉଛି ଯେ- ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ ଅନ୍ତର୍ଗତ କଂଟେଟ ବ୍ଲକ୍ କରିବା ଲାଗି ବ୍ୟବସ୍ଥାରେ କୌଣସି ପରିବର୍ତନ କରାଯାଇ ନାହିଁ କିମ୍ବା କୌଣସି ନୂଆ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ।

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ୍‌ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନେଇ ବଡ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ :  ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇଟି ପ୍ଲାଟଫର୍ମ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଅଧୀନରେ ଆସିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଦେଶରେ ଚାଲୁଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଅନଲାଇନ୍ କଣ୍ଟେଣ୍ଟ ପ୍ରୋଗ୍ରାମ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଆଜି ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହାଦ୍ୱାରା ଏଣିକି ଅନଲାଇନ୍ ମାଧ୍ୟମରେ ପ୍ରସାରିତ ହେଉଥିବା ସମସ୍ତ ଭିଡିଓ, ଅଡିଓ, ନ୍ୟୁଜ୍ ଆଦି ସୂଚନା ଓ ପ୍ରସାରଣ ବିଭାଗର ନିୟମ ଅଧୀନରେ ଆସିବ। ଯେ କେହି, ଏହି ନିୟମ ଉଲ୍ଲଂଘନ କରିବ ସେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବ ବୋଲି କୁହାଯାଇଛି। ଅନ୍ ଲାଇନ ଓ୍ୱେବସାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ପାଖରେ ଖବର ପ୍ରସାରଣ କରିବାର ସ୍ୱାଧୀନତା ରହିବ । କିନ୍ତୁ ଖବର ପ୍ରସାରଣ ନେଇ ଉତ୍ତରଦାୟୀ ହେବାକୁ ପଡ଼ିବ । କୌଣସି ଖବର ବା ଭିଡିଓକୁ ନେଇ ଆପତ୍ତି ଉଠିଲେ ସରକାର ଜବାବ ତଲବ କରିପାରିବେ । କିଛି ଦିନ ତଳେ ସୁପ୍ରିମକୋର୍ଟ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଜାରି କରିଥିଲେ। ଅନଲାଇନ୍ ମିଡିଆକୁ ନେଇ ଖୁବଶୀଘ୍ର ଏକ ରେଗୁଲେସନ ଆଣିବାକୁ କୋର୍ଟ କହିଥିଲେ।  (ଏଜେନ୍ସି)