Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୫ଜି ନବସୃଜନକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ଜିଓ ଓ ୱାନପ୍ଲସ୍ ଇଣ୍ଡିଆ ମଧ୍ୟରେ ସହଭାଗିତା

ବେଙ୍ଗାଲୁରୁ / ଭୁବନେଶ୍ୱର: ଭାରତର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ରିଲାଏନ୍ସ ଜିଓ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଅଗ୍ରଣୀ କମ୍ପାନୀ ୱାନ୍‌ପ୍ଲସ୍ ଭାରତରେ ୫ଜି ପ୍ରଯୁକ୍ତିର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ଅତ୍ୟାଧୁନିକ ୫ଜି ଇନୋଭେସନ ଲ୍ୟାବ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଜିଓ ଏବଂ ୱାନ୍‌ପ୍ଲସ୍‌ର ବୈଷୟିକ ନବସୃଜନ ଓ ଭିତ୍ତିଭୂମି ଉପଭୋକ୍ତାଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବାରେ ସହାୟକ ହେବ । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ୱାନ୍‌ପ୍ଲସ୍ ଏବଂ ଜିଓ ଟ୍ରୁ-୫ଜି ବ୍ୟବହାରକାରୀଙ୍କୁ ବିଭିନ୍ନ ସୁବିଧାସୁଯୋଗ ଏବଂ ଏକ ଅଦ୍ୱିତୀୟ ନେଟୱାର୍କ ଅନୁଭୂତି ପ୍ରଦାନ କରିବା, ଯାହା ଦ୍ୱାରା ୱାନପ୍ଲସ୍ ଏବଂ ଜିଓ ଟ୍ରୁ-୫ଜି ଗ୍ରାହକମାନେ ଭବିଷ୍ୟତର ଏକ ଅନନ୍ୟ ଅନୁଭୂତିର ଆନନ୍ଦ ନେଇପାରିବେ।

ଜିଓ ପ୍ରବକ୍ତା କହିଛନ୍ତି ଯେ, “ଜିଓ ଟ୍ରୁ-୫ଜି ହେଉଛି ଭାରତର ଶ୍ରେଷ୍ଠ ୫ଜି ନେଟୱାର୍କ। ବର୍ତ୍ତମାନ ଜିଓ ଟ୍ରୁ-୫ଜି ସମଗ୍ର ଦେଶକୁ ଏକ ମଜଭୁତ ଟ୍ରୁ-୫ଜି ନେଟୱାର୍କରେ ପରିଣତ କରିଛି। ଭାରତରେ ମୋଟ ୫ଜି ନେଟୱାର୍କ ର ୮୫% ଜିଓ ଦ୍ୱାରା ସ୍ଥାପନ କରାଯାଇଛି । ଏହା ଆମ ଗ୍ରାହକମାନଙ୍କ ପାଇଁ ଉଲ୍ଲେଖନୀୟ ୫ଜି ଅନୁଭୂତି ଆଣିବାର ସମୟ ଏବଂ ୱାନପ୍ଲସ୍ ସହିତ ଏହି ଭାଗିଦାରୀ ସେହି ଦିଗରେ ଏକ ପଦକ୍ଷେପ । ଆଗାମୀ କିଛି ମାସ ମଧ୍ୟରେ ଆମ ଗ୍ରାହକମାନେ ୫ଜିର ଉତ୍କୃଷ୍ଟ ଏବଂ ଉନ୍ନତ ଗେମିଂ, ଷ୍ଟ୍ରିମିଂ ଏବଂ ଉନ୍ନତ ବ୍ୟବହାର ଅନୁଭବ ହାସଲ କରିବେ।’’

ୱାନପ୍ଲସର ପ୍ରବକ୍ତା କହିଛନ୍ତି ଯେ, “ଆମେ ଯାହା ସମ୍ଭବ ତାହାର ସୀମାକୁ ଆଗକୁ ବଢ଼ାଇବାରେ ବିଶ୍ୱାସ କରୁ ଏବଂ ଜିଓ ସହିତ ଏହି ସହଭାଗିତା ସେହି ପ୍ରତିବଦ୍ଧତାର ପରିଚାୟକ। ଯୋଗାଯୋଗ କ୍ଷେତ୍ରର ଭବିଷ୍ୟତ ଦିଗରେ ଏହି ଭାଗିଦାରୀ ଏକ ବଡ଼ ପଦକ୍ଷେପ ଯେଉଁଠାରେ ନବସୃଜନର କୌଣସି ସୀମା ନାହିଁ । ଜିଓ ଏବଂ ୱାନପ୍ଲସ୍ ଇଣ୍ଡିଆ ମିଳିତ ଭାବେ ଦେଶର ୫ଜି ପରିଦୃଶ୍ୟକୁ ପରିବର୍ଦ୍ଧିତ କରିବାକୁ ପ୍ରସ୍ତୁତ ରହିଛନ୍ତି ଯାହା ଗ୍ରାହକମାନଙ୍କୁ ଆଗାମୀ ଦିନରେ ଅସୀମ ସମ୍ଭାବନାର ଏକ ଝଲକ ପ୍ରଦାନ କରିବ ।’’

ଏହି ସହଭାଗିତା ନୂତନ ସୁବିଧା ଏବଂ ଗ୍ରାହକ ଅନୁଭୂତି ଅଭିଜ୍ଞତାର ବିକାଶ ଏବଂ ପରୀକ୍ଷଣରେ ବୈପ୍ଳବିକ ପରିବର୍ତନ ଆଣିବ ଯାହାର ଫଳସ୍ୱରୂପ ଗ୍ରାହକମାନଙ୍କ ପାଇଁ ଭିନ୍ନ ଭିନ୍ନ ସୁବିଧା ଓ ଫିଚର ସାଙ୍ଗକୁ ଏବଂ ଅନନ୍ୟ ନେଟୱାର୍କ ଅନୁଭୂତି ମିଳିପାରିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥାନ ସୁଦୃଢ଼ କଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ନିଜର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୨୩ ଅଗଷ୍ଟ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଏହା ସହିତ ଜିଓ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୧.୪୪ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷରୁ ଉର୍ଦ୍ଧ୍ୱ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସହିତ ଉଭୟ ଓୟାରଲେସ୍ ଏବଂ ୱୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଅଗଷ୍ଟ ମାସରେ ଓଡ଼ିଶାରେ ୨୮,୦୦୦ରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୭୦୦୦ରୁ ଅଧିକ ନୂତନ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି। ଏହି ସମୟରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୪୬,୦୦୦ ବୃଦ୍ଧି ସହିତ ଓଡ଼ିଶାରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୬ କୋଟିରୁ ଅଧିକ ହୋଇଛି।

ଜାତୀୟ ସ୍ତରରେ, ୨୦୨୩ ଅଗଷ୍ଟରେ ଜିଓ ସର୍ବାଧିକ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ୩୨.୪୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଦେଶରେ ଜିଓର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪୪.୫୭ କୋଟିରେ ପହଞ୍ଚିଛି। ରିଲାଏନ୍ସ ଜିଓ ମଧ୍ୟ ଅଗଷ୍ଟରେ ସାରାଦେଶରେ ୧.୭୮ ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଥିବା ବେଳେ ଦେଶରେ ମୋଟ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ୧.୦୩ କୋଟିରୁ ଅଧିକ ହୋଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ହୋଇରହିଥିବା ବେଳେ ଶିଳ୍ପରେ ଏହାର ସର୍ବାଧିକ ୪୩ ପ୍ରତିଶତ ଗ୍ରାହକ ବଜାର ଅଂଶ ଓ ୫୨ ପ୍ରତିଶତ ରାଜସ୍ୱ ବଜାର ଅଂଶ ରହିଛି। ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ସମ୍ପ୍ରସାରଣ କରୁଛି ଏବଂ ଏହା ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପଲବ୍ଧ କରାଇଥିବା ପ୍ରଥମ ଟେଲିକମ ଅପରେଟର ଅଟେ। ଜିଓ ହେଉଛି ଏକମାତ୍ର ସେବା ପ୍ରଦାନକାରୀ ଯିଏ ପ୍ରିମିୟମ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ୍ ହାସଲ କରିଛି, ଯାହାକୁ ୫ଜି ନେଟୱାର୍କ ନିୟୋଜନ ପାଇଁ ଅଧିକ ଉପଯୁକ୍ତ ବୋଲି ବିବେଚନା କରାଯାଉଛି।

ସାରା ରାଜ୍ୟରେ ଟ୍ରୁ-୫ଜି ସୁବିଧା ପହଂଚାଇବା ଲାଗି ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୫ଜି ବିଟିଏସ୍ ମୂତୟନ କରିଛି। ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବିପୁଳ ପରିବର୍ତ୍ତନଶୀଳ ସମ୍ଭାବନାକୁ ଉପଯୋଗ କରି ଜିଓ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡିକରେ ଜିଓ ଟ୍ରୁ-୫ଜି ରୂପାନ୍ତରଣ ଯାତ୍ରା ଆରମ୍ଭ କରିଛି। ଦ୍ରୁତ ଏବଂ ବିଶ୍ୱସନୀୟ ସଂଯୋଗ ପ୍ରଦାନ କରି, ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତିକୁ ସକ୍ଷମ କରିଛି ଏବଂ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ସଶକ୍ତ କରିଛି। ଯେହେତୁ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ଏହି ଜ୍ଞାନକୌଶଳକୁ ଗ୍ରହଣ କରୁଛନ୍ତି, ଏହା ଦେଶର ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବାର କ୍ଷମତା ରଖିଥିବା ବେଳେ ଜ୍ଞାନ ଆଦାନପ୍ରଦାନ, ନବସୃଜନ, ଉଦ୍ଭାବନ ଏବଂ ସହଯୋଗ ପାଇଁ ଅସୀମ ସମ୍ଭାବନାର ପଥ ଉନ୍ମୁକ୍ତ କରିବ। ସମଗ୍ର ଭାରତରେ କ୍ୟାମ୍ପସଗୁଡିକୁ ଡିଜିଟାଲ କରିବା ପାଇଁ ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ପରବର୍ତୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ଏହାର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଦର୍ଶିତ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ୨୦୨୨-୨୩ ବାର୍ଷିକ ନେଟ ଲାଭ ୨୩% ବୃଦ୍ଧି ସହ ୧୮୨୦୭ କୋଟି

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା I କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା।

ସେହିଭଳି ଜାନୁଆରୀ ରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ  ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି। ଚତୁର୍ଥ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧ ଟଙ୍କା ରହିଥିଲା।

ଦେଶର ୨୩୦୦ରୁ ଅଧିକ ସହର ଓ ନଗରକୁ ଜିଓ ଟ୍ରୁ ୫ଜି ସେବା ସମ୍ପ୍ରସାରିତ ହୋଇଥିବାବେଳେ ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା ସମ୍ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଜିଓର ହାରାହାରି ପ୍ରତି ଗ୍ରାହକ ପ୍ରତି ମାସ ରାଜସ୍ୱ  ୬.୭% ବୃଦ୍ଧି ସହିତ ୧୭୮.୮ ଟଙ୍କାରେ ପହଂଚିଛି। ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ ମାସିକ ୧୦ ଏକସାବାଇଟ ରହିଥିବା ବେଳେ କମ୍ପାନୀ ୯୦ ଲକ୍ଷରୁ ଅଧିକ ଫିକ୍ସଡ଼ଲାଇନ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ହାସଲ ସହିତ ଏକ ନମ୍ବର ସ୍ଥାନରେ ରହିଛି।

Categories
ଆଜିର ଖବର ବ୍ୟବସାୟ

କୋରାପୁଟ ଜିଲ୍ଲାର ନାରାୟଣାପାଟଣା ବ୍ଲକ୍‍କୁ ବାସ୍ତବ ୪ଜି ଡିଜିଟାଲ ସେବା ସହିତ ସଂଯୁକ୍ତ କଲା ଜିଓ

ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଂଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ  କ୍ଷେତ୍ରରେ ଅନ୍ୟତମ ମୌଳିକ ଆବଶ୍ୟକତା ଏବଂ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଛି। ମହାମାରୀ ସମୟରେ ଡିଜିଟାଲ ମାଧ୍ୟମରେ ସଂଯୁକ୍ତ ରହିବା କ୍ଷେତ୍ରରେ ଏହାର ଭୂମିକା ଓ ଗୁରୁତ୍ୱ ମଧ୍ୟ ଏହାର ପ୍ରାଧାନ୍ୟକୁ ଅଧିକ ବୃଦ୍ଧିକରିଛି। ତେବେ ଦୁର୍ଗମ ଅଞ୍ଚଳ ଏବଂ ବିଭିନ୍ନ ପ୍ରତିକୂଳ ଭୌଗୋଳିକ ପରିସ୍ଥିତିରେ ଥିବା ଅଞ୍ଚଳଗୁଡିକରେ ଅନେକ ଲୋକ ଏବେ ମଧ୍ୟ ଡିଜିଟାଲ ରୂପାନ୍ତରଣ ଯାତ୍ରାରୁ ଦୂରରେ ରହିଛନ୍ତି।

ଏହି ତାରତମ୍ୟକୁ ଦୂର କରିବା ଏବଂ ଏପର୍ଯ୍ୟନ୍ତ ଅସଂଯୁକ୍ତ ଅବସ୍ଥାରେ ରହିଯାଇଥିବା ଜନପଦଗୁଡିକୁ ଡିଜିଟାଲ ରୂପାନ୍ତରଣର ଲାଭ ପହଞ୍ଚାଇବା ସକାଶେ ଜିଓ ଓଡ଼ିଶାରେ ‘ଅସଂଯୁକ୍ତଙ୍କୁ ସଂଯୁକ୍ତ କରିବା’ ସୁଦୂରପ୍ରସାରୀ ଲକ୍ଷ୍ୟର ଅଂଶସ୍ୱରୂପ ଏହିଭଳି ପ୍ରତିକୂଳ ସ୍ଥିତି ରହିଥିବା ଅନେକ ଦୁର୍ଗମ ଭୌଗୋଳିକ ଅଞ୍ଚଳ ଏବଂ ଗ୍ରାମାଞ୍ଚଳଗୁଡିକୁ ନିଜର ୪ଜି ଡିଜିଟାଲ ଉପସ୍ଥିତି ନିରନ୍ତର ସମ୍ପ୍ରସାରିତ କରିଚାଲିଛି।

ନିକଟରେ ଜିଓ ତାହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହିତ ପାହାଡ ପର୍ବତ ପରିବେଷ୍ଠିତ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ବ୍ଲକ ସଦର ମହକୁମା ଓ ନିକଟବର୍ତ୍ତୀ ଗ୍ରାମଗୁଡିକୁ ସଂଯୁକ୍ତ କରିଛି ଏବଂ ଏହାଦ୍ୱାରା ହଜାର ହଜାର ଅଧିବାସୀଙ୍କ ପାଇଁ ଡିଜିଟାଲ ବିପ୍ଳବର ଶୁଭାରମ୍ଭ କରିଛି, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ୪ଜି ଇଣ୍ଟରନେଟ୍‍ ସେବାର ଲାଭ ଅନୁଭବ କରିଛନ୍ତି।

ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ପ୍ରଶାସନିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ନାରାୟଣପାଟଣା ସହର ସମେତ ଜିଓ ୪ଜି ନେଟୱର୍କ ନିକଟବର୍ତ୍ତୀ ଗ୍ରାମ ବିକ୍ରମପୁର, ମୁଣ୍ଡିଗୁରା, ବଚନାପୁଟ, ଅଞ୍ଚଳପୁର ଆଦିର ଅଧିବାସୀଙ୍କୁ ମଧ୍ୟ ଫାଇଦା ପହଞ୍ଚାଉଛି ଏବଂ ଉକ୍ତ ଦୁର୍ଗମ ଅଞ୍ଚଳରେ ଏହା ପ୍ରାୟ ୭୦୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛି। ଜିଓ ଓଡ଼ିଶା ଟିମ୍‍ର ଏହି ତ୍ୱରିତ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ, ବ୍ୟବସାୟୀ ଗୋଷ୍ଠୀ ଏବଂ ଜିଲ୍ଲା ପ୍ରଶାସନ ସମେତ ସବୁ ମହଲରୁ ପ୍ରଶଂସା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ ସଂଯୋଗିକରଣ କ୍ଷେତ୍ରରେ ରହିଥିବା ତାରତମ୍ୟ ଦୂର କରିବାରେ ଜିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ଏହାର ୪ଜି ଡିଜିଟାଲ ଜୀବନରେଖାର ଉପସ୍ଥିତିକୁ ସମଗ୍ର ଦେଶର ଦୁର୍ଗମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକୁ ଦ୍ରୁତ ସମ୍ପ୍ରସାରିତ କରି ଏପର୍ଯ୍ୟନ୍ତ ଅସଂଯୁକ୍ତ ରହିଯାଇଥିବା ନିୟୁତାଧିକ ନାଗରିକଙ୍କୁ ସଶକ୍ତ କରୁଛି। ଏଥିସହିତ ଗୁଗଲ୍‍ ଏବଂ ଜିଓ ପକ୍ଷରୁ ମିଳିତ ଭାବରେ ବିକଶିତ ଅତ୍ୟନ୍ତ ସୁଲଭ ଏବଂ ବୈଶିଷ୍ଟ୍ୟରେ ସମୃଦ୍ଧ ସ୍ମାର୍ଟଫୋନ୍‍ ‘ଜିଓଫୋନ୍‍ ନେକ୍ସଟ’ ହଜାର ହଜାର ବ୍ୟବହାରକାରୀଙ୍କୁ ଆନନ୍ଦ ଆଣିଦେଇଛି, ବିଶେଷକରି ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବାସକରୁଥିବା ବୟସ ବର୍ଗ ନିର୍ବିଶେଷରେ ପ୍ରଥମ ଥର ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସୁଲଭ ମୂଲ୍ୟରେ ହାଇ-ଏଣ୍ଡ ସ୍ମାର୍ଟଫୋନ ବ୍ୟବହାର କରିବା ସ୍ୱପ୍ନ ସାକାର କରିବା ଦିଗରେ ସହାୟତା କରୁଛି। ଏହି ପତଳା ସ୍ମାର୍ଟଫୋନ୍‍ରେ ହାଇ-ଏଣ୍ଡ୍‍ ସ୍ମାର୍ଟଫୋନ୍‍ଗୁଡିକର ସର୍ବାଧୁନିକ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି ଏବଂ ତାହା ସହିତ ଏହା ଗୁଗଲ୍‍ର ସମସ୍ତ ଆପ୍‍ ଏବଂ ଜିଓର ପ୍ରିମିୟମ୍‍ ଆପ୍ଲିକେସନ ସମୂହର ସମ୍ମିଳିତ ଶକ୍ତି  ସହିତ ଆସୁଛି, ଯେଉଁଥିରେ ଉଚ୍ଚ କ୍ଷମତା ସଂପନ୍ନ ପଛ ଓ ସମ୍ମୁଖ ଭାଗ କ୍ୟାମେରା ରହିଛି ଏବଂ ଏହା ଫିଚର୍‍ ଫୋନ୍‍ରୁ ସ୍ମାର୍ଟଫୋନ ଶ୍ରେଣୀକୁ ଉନ୍ନୀତ ହେବାକୁ ଚାହୁଁଥିବା ହଜାର ହଜାର ବ୍ୟବହାରକାରୀଙ୍କ ଚାହିଦା ପୂରଣ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରାୟ ୧.୫ କୋଟି ମୋବାଇଲ୍ ଗ୍ରାହକଙ୍କ ସହିତ ଓଡ଼ିଶା ବଜାରରେ ନିଜର ୧ ନମ୍ବର ସ୍ଥାନ ଅଧିକ ସୁଦୃଢ କଲା ଜିଓ

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଏବଂ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ରାଜ୍ୟରେ ୨୦୨୧ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତର ଦୂର ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଓଡ଼ିଶରେ ରିଲାଏନ୍ସ ଜିଓର ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି, ଯାହା ରାଜ୍ୟରେ କୌଣସି ଗୋଟିଏ ଅପରେଟରଙ୍କ କ୍ଷେତ୍ରରେ ସର୍ବାଧିକ ଏବଂ ଓଡ଼ିଶାରେ ମୋଟ ଗ୍ରାହକ ବଜାରରେ ରିଲାଏନ୍ସ ଜିଓର ଅଂଶ ୪୩%ରୁ ଅଧିକ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ସମଗ୍ର ରାଜ୍ୟରେ ତାହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରୁଛି ଏବଂ ରାଜ୍ୟରେ ଏପର୍ଯ୍ୟନ୍ତ ଟେଲିଯୋଗାଯୋଗ ସେବାର ଲାଭ ପାଇପାରିନଥିବା ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରୁଛି। ଏହାଦ୍ୱାରା ଜନସାଧାରଣଙ୍କ ବିଶେଷକରି ଛାତ୍ରଛାତୀଙ୍କ ପାଇଁ ଖୁସି ଆଣିଦେଉଛି ଏବଂ କନ୍ଧମାଳ, ଗଜପତି, ଝାରସୁଗୁଡା, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଜଟିଳ ଅଞ୍ଚଳଗୁଡିକର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍‌ଲାଇନ କ୍ଲାସରେ ଯୋଗଦେଇପାରୁଛନ୍ତି। ଜିଓ ମଧ୍ୟ ନିକଟରେ ସର୍ବଭାରତୀୟ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ଯ୍ୟ ସଫଳତାର ସହିତ ଶେଷ କରିଛି ଏବଂ ତାହାଦ୍ୱାରା ରାଜ୍ୟରେ ନେଟୱର୍କ, ବେଗ ଏବଂ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି।

୨୦୨୧ ଜୁନ୍ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ୨,୫୨,୮୭୮ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ ଏୟାରଟେଲ୍ ୧,୧୩,୩୪୨ ଗ୍ରାହକ ଯୋଗ କରିଛି । ସେହି ସମୟରେ ବିଏସଏନଏଲ ମାତ୍ର ୧୨,୦୯୦ ଗ୍ରାହକ ଯୋଗ କରିଥିବାବେେ. ସେହି ସମାନ ମାସରେ ଭୋଡାଫୋନ ଆଇଡିଆ ୬୪,୨୯୩ ଗ୍ରାହକ ହରାଇଛି। ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ଜୁନ୍ ମାସରେ ୩,୧୩,୯୧୭ ବୃଦ୍ଧିପାଇ ୨୦୨୧ ଜୁନ୍ ୩୦ ସୁଦ୍ଧା ୩.୪୮ କୋଟିରେ ପହଞ୍ଚିଥବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି।

ଋାଷ୍ଟ୍ରୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ଜୁନ୍ ମାସରେ ଗ୍ରାହକ ଯୋଗ କରିବାରେ ନିଜର ଆଧିପତ୍ୟ ବଜାୟ ରଖି ସର୍ବାଧିକ ୫.୫ ନିୟୁତ ଗ୍ରାହକ ଯୋଗ କରିଥିବା ଟ୍ରଇ ପ୍ରକାଶ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରିଲାଏନ୍ସ ଜିଓ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଏବଂ ଏହାର ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ସହିତ ରାଜ୍ୟରେ ଦୂରସଂଚାର କ୍ଷେତ୍ରରେ ଆୟ ହେଉଥିବା ମୋଟ ରାଜସ୍ୱରେ ୫୦%ରୁ ଅଧିକ ଅଂଶ ରହିଛି। ଜିଓ ନିଜର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ, ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଞ୍ଚଳଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ତ୍ରୁଟିଶୂନ୍ୟ ହାଇ-ସ୍ପିଡ ଇଂଟରନେଟ ସେବା ପାଇଁ ଗତ କିଛିବର୍ଷ ଧରି ପ୍ରତି ମାସରେ ନିରନ୍ତର ଭାବରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଆସୁଛି। ଜିଓ ତାହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରିଛି ଏବଂ ଏହା ରାଜ୍ୟରେ ୨୭ଟି ପ୍ରମୁଖ ସହର ଓ ନଗରରେ ମୁଖ୍ୟ ଅଂଚଳଗୁଡିକରେ ଉପଲବ୍ଧ ହେଉଛି ତଥା ଦ୍ରୁତ ଗତିରେ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରଗୁଡିକୁ ସମ୍ପ୍ରସାରଣ ଜାରି ରଖିଛି।

ଟ୍ରାଇ ପକ୍ଷରୁ ୨୦୨୧ ଜୁନ୍ ମାସ ପାଇଁ ପ୍ରକାଶିତ ଓୟାର୍‌ଲାଇନ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୧ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ଜିଓର ୬୩,୬୪୫ ଜିଓଫାଇବର ଗ୍ରାହକ ରହିଥିବା ଜଣାପଡିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୧ ମଇ ମାସରେ ସର୍ବାଧିକ ୧.୪୭ ଲକ୍ଷ ଗ୍ରାହକ ଯୋଗ କରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଉକ୍ତ ସମୟରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି।

ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ୨୦୨୧ ମଇ ମାସ ପାଇଁ ଦୂରସଂଚାର ଗ୍ରାହକ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧,୪୭,୫୩୫ ନୂଆ ଗ୍ରାହକ ଯୋଗ କରିବା ସହିତ ଓଡ଼ିଶାରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୪୭ କୋଟିରୁ ଅଧିକରେ ପହଂଚିଛି। ଜିଓ ବ୍ୟତୀତ କେବଳ ବିଏନଏନଏଲ ଏହି ମାସରେ ରାଜ୍ୟରେ ମାତ୍ର ୧୭,୭୩୮ ନୂଆ ଗ୍ରାହକ ଯୋଗ କରିଛି। ସେହି ସମାନ ସମୟରେ ଏୟାରଟେଲ ଓଡିଶାରେ ୧.୪୬ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୬୧,୦୮୬ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟରେ କୁହାଯାଇଛି। ଏଥିସହିତ ଓଡ଼ିଶାରେ ୨୦୨୧ ମଇ ମାସରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୨,୩୩୪ ହ୍ରାସ ପାଇଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମଇ ମାସରେ ଗ୍ରାହକ ଯୋଗ କରିବାରେ ସର୍ବାଗ୍ରେ ରହିଛି ଏବଂ ଏହା ଏକ ମାତ୍ର ସେବା ଯୋଗାଣକାରୀ ଭାବରେ ନୂତନ ଗ୍ରାହକ ଯୋଗ କରିଥିବାବେଳେ ଅନ୍ୟମାନେ ନିଜର ନିୟୁତାଧିକ ଗ୍ରାହକ ହରାଇଛନ୍ତି। ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବଭାରତୀୟ ସ୍ତରରେ ୩୫.୫୪ ଲକ୍ଷରୁ ଅଧିକ ଗ୍ରାହକ ଯୋଗ କରିଛି। ସେହି ସମୟରେ ଏୟାରଟେଲ ସର୍ବାଧିକ ୪୬.୧୩ ଲକ୍ଷ ଗ୍ରାହକ ହରାଇଛି ଏବଂ ତାହା ପଛକୁ ଭୋଡାଫୋନ ଆଇଡିଆ ନିଜର ୪୨.୮ ଲକ୍ଷ ଗ୍ରାହକ ହରାଇଥିବା ଜଣାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ଆୟର ୫୦%ରୁ ଅଧିକ ଅଂଶ ଦଖଲ କରି ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି। ରିଲାଏନ୍ସ ଜିଓ ଗତ କିଛି ବର୍ଷ ଧରି ପ୍ରତି  ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଗ କରିଚାଲିଛି ଏବଂ ଏ କ୍ଷେତ୍ରରେ ଏହାର ସର୍ବବୃହତ ବାସ୍ତବ-୪ଜି ନେଟୱର୍କଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସମଗ୍ର ରାଜ୍ୟରେ ହାଇ-ସ୍ପିଡ ଇଂଟରନେଟ ଉପଲବ୍ଧତା ବିଶେଷ ସହାୟକ ହୋଇଛି। ଜିଓ ମଧ୍ୟ ନିକଟରେ ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମୁଦାୟ ଓଡ଼ିଶାରେ ନିୟୋଜିତ କରିବା କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ଏହାର ନେଟୱର୍କସ୍ପିଡ ଏବଂ ରାଜ୍ୟରେ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି। ଜିଓ ମଧ୍ୟ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଦ୍ରୁତ ସଂପ୍ରସାରଣ କରିବା ସହିତ ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ମୁଖ୍ୟ ମୁଖ୍ୟ ଅଂଚଳରେ ଏବେ ଉପଲବ୍ଧ ହୋଇଛି ଏବଂ ଏହା ଦ୍ରୁତ ଗତିରେ ରାଜ୍ୟର ଅଧିକ ସହର ଓ ନଗରଗୁଡିକୁ ଜିଓଫାଇବର୍ ସେବାର ସମ୍ପ୍ରସାରଣ ଜାରି ରଖିଛି।