Categories
ଆଜିର ଖବର ରାଜ୍ୟ ଖବର

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସ୍ବର୍ଗତଃ ରାଓ ତାଙ୍କର ଉତ୍ସର୍ଗିକୃତ ସମାଜ ସେବା ବିଶେଷ କରି ଗରୀବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ।

ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକାଗତ ଆତ୍ମାର ସଦଗତି କାମନା କରିଛନ୍ତି। ପଦ୍ମଶ୍ରୀ ସ୍ବର୍ଗତଃ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

କଟକ: ଆଜି ଅପରାହ୍ନରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ୨୦ ଦିନ ଧରି ଏସସିବି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ୪ ଟା ୧୫ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି। ଏନେଇ ଏସ ସି ବି ଜରୁରୀକାଳିନ ଆଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ପ୍ରକାଶ ଜଣେ ଅତି ଅମାୟିକ ବ୍ୟକ୍ତି ଥିଲେ। ସେ ୨ ଶହରୁ ଅଧିକ ଥର ରକ୍ତ ଦାନ କରିଥିଲେ। ଚା’ ବିକ୍ରି କରି ଗରିବ ପିଲାଙ୍କୁ ପଢାଉଥିଲେ ପ୍ରକାଶ। ଗରିବ ପିଲାଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରିଥିଲେ।