Categories
ଆଜିର ଖବର ରାଜ୍ୟ ଖବର

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଘରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

କଟକ : ଡି’ ବ୍ରଦର୍ସଙ୍କ ଅପରାଧ ସାମ୍ରଜ୍ୟର ଖୋଳତାଡ କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ପାଇଛି କମିଶନରେଟ୍‌ ପୋଲିସ୍‌ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏକ ଅସ୍ତ୍ରଶସ୍ତ୍ର ଚୋରା ବେପାର କରୁଥିବା ଏକ ଦଳର ସାତ ଜଣ ସଦସ୍ୟ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ମାନଙ୍କ ଦ୍ୱାରା ପରିଚାଳିତ ଏହି ଦଳର ଗିରଫ ହୋଇଥିବା  ସଦସ୍ୟ ମାନଙ୍କ ସୂଚନା ଅନୁଯାୟୀ ପୋଲିସ ଧଳସାମନ୍ତ ଘରୁ ବିପୁଳ ପରିମାଣରେ ବନ୍ଧୁକ ଓ ଗୁଳିଗୋଳା ଜବତ କରିଛି।ଏହି ଗୁଳି ଗୋଳା ମଧ୍ୟରେ ୧୬ ଟି ଅତ୍ୟାଧୁନିକ ପିସ୍ତଲ, ୨୪ଟି ମ୍ୟାଗାଜିନ, ୧୦୯୫ ଟି ଜୀବନ୍ତ ଗୁଳି ଇତ୍ୟାଦି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ମାମଲାରେ ଧଳସାମନ୍ତ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଜେଲ୍‌ ଭିତରୁ ଚଳାଉଛନ୍ତି ନେଟ୍‌ଓ୍ବାର୍କ : ‘ଡି’ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ

କଟକ:  ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଡି’ ବ୍ରଦର୍ସ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍ ଧଳସାମନ୍ତ ଜେଲ୍‌ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଜେଲ୍‌ରୁ ଥାଇ ନେଟଓ୍ବାର୍କ ଚଳାଉଛନ୍ତି ଧଳସାମନ୍ତ ବଦ୍ରର୍ସ । ଏହା ସମ୍ପର୍କରେ ସୂଚନା ପାଇଁ ପୋଲିସ୍‌ ଅତର୍କିତ ଚଢାଉ କରିଛି ।  ଡି’ ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ଘରର ଇଣ୍ଟରିଅର୍‌ ଡିଜାଇନ୍‌ର ଗୋଟିଏ ସିଲ୍‌ ବାକ୍ସ  ଭିତରୁ ପୋଲିସ୍‌ 7ଟି ବନ୍ଧୁକ ସହ ପ୍ରାୟ 5ଶହ ରାଉଣ୍ଡ ଗୁଳି ଜବତ କରିଛି । କେବଳ ଗୁଳି ଓ ବନ୍ଧୁକ ନୁହେଁ କେତେଗୁଡିଏ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି ପୋଲିସ୍‌ । ଏହି ଘଟଣାରେ ପୋଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପୋଲିସ୍‌ ରାତି ତମାମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଡି ବ୍ରଦର୍ସଙ୍କ ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ୍‌ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ଡି ବ୍ରଦର୍ସଙ୍କ ଦୁଇ ସହଯୋଗୀ ଗିରଫ

ଭୁବନେଶ୍ୱର : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଦୁଇ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି।ଶଶୀକାନ୍ତ ଖଣ୍ଡେଇ ଓରଫ୍ ଡାନି ଏବଂ ରଣଜିତ ଓରଫ୍ ରଣିଆଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ନିକଟରୁ ପୋଲିସ୍ 2ଟି ବନ୍ଧୁକ 3ଟି ମାଗଜିନ୍ ଏବଂ 69 ରାଉଣ୍ଡ ଗୁଳି ଜବତ କରାଯାଇଛି । ଏହା ସହିତ ଗୋଟିଏ ବିଳାଶପୂର୍ଣ୍ଣ କାର ଏବଂ ଗୋଟିଏ ବାଇକ୍ ସହିତ ଦୁଇଟି ମୋବାଇଲ୍ ଜବତ କରାଯାଇଛି । ଧଳ ସାମନ୍ତ ବ୍ରଦର୍ସ ଜେଲରେ ରହିଥିବା ବେଳେ ଏହି ଦୁଇ ଜଣ ସମସ୍ତ କାରବାର ବୁଝାଶୁଝା କରୁଥିବା ଜଣାପଡିଛି ।