Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତର ମୁଖ୍ୟ ବିଚାରପତି କଲେ ଖୋଲାସା, ସେ ହେଉଛନ୍ତି ଓଡିଶା ଜୋଇଁ, ଜାଣନ୍ତୁ ପୁରା ପରିବାର

ଭୁବନେଶ୍ବର: ଭାରତର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ ବା ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୁଡ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। କଟକ ଜୁଡିସିୟାଲ ଏକାଡେମୀରେ ଆୟୋଜିତ ପେପରଲେସ କୋର୍ଟ ସଂପର୍କିତ ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ତେବେ ସେହି ଆଲୋଚନା ଚକ୍ରରେ ମୁଖ୍ୟ ବିଚାରପତି ଏକ ଖୋଲାସା କରିଥିଲେ। ତାହା ହେଲା ସେ କହିଥିଲେ ଯେ, ସେ ହେଉଛନ୍ତି ଓଡିଶା ଜୋଇଁ।

ଏହି କଥା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଓଡିଶା ଜୋଇଁ ବୋଲି ପ୍ରାୟ ଲୋକେ ଜାଣି ନ ଥିଲେ। ମୁଖ୍ୟ ବିଚାରପତି କହିଥିଲେ ଯେ, ସେ ଓଡିଶା ଜୋଇଁ ହିସାବରେ ଗର୍ବ ଅନୁଭବ କରନ୍ତି। ସେ ଅନେକ ଥର କଟକ ଭୁବନେଶ୍ବର ଆସିଛନ୍ତି । ମୋ ପତ୍ନୀ ଜଣେ ଓଡିଆ ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରକୃତରେ ମୁଖ୍ୟ ବିଚାରପତିଙ୍କ ବର୍ତ୍ତମାନ ଧର୍ମପତ୍ନୀ ହେଉଛନ୍ତି କଟକର ଏବଂ ତାଙ୍କ ନାମ ହେଉଛି କଳ୍ପନା ଦାସ। ଜଷ୍ଟିସ ଚନ୍ଦ୍ରଚୁଡଙ୍କ ପ୍ରଥମ ପତ୍ନୀଙ୍କ ନାମ ହେଉଛି ରଶ୍ମୀ ଚନ୍ଦ୍ରଚୁଡ। ସେ 2007 ମସିହାରେ କ୍ୟାନସର ରୋଗରେ ମୃତ୍ୟୁ ବରଣ କରିବା ପରେ କଳ୍ପନାଙ୍କୁ ବିବାହ କରିଛନ୍ତି। କଳ୍ପନା ହେଉଛନ୍ତି ପେଶାରେ ଜଣେ ଓକିଲ ଏବଂ ସେ ପୂର୍ବରୁ ବ୍ରିଟସ କାଉନସିଲରେ କାମ କରୁଥିଲେ।

ଜଷ୍ଟିସ ଚନ୍ଦ୍ରଚୁଡଙ୍କ ପ୍ରଥମ ପତ୍ନୀ ରଶ୍ମୀଙ୍କର ଦୁଇ ପୁଅ ଅଛନ୍ତି। ତାଙ୍କ ନାମ ହେଲା ଅଭିନବ ଏବଂ ଚିନ୍ତନ। ଦୁଇଜଣ ଓକିଲାତି କରୁଛନ୍ତି। ବଡ ପୁଅ ଅଭିନବ ବମ୍ବେ ହାଇକୋର୍ଟରେ ଓକିଲାତି କରୁଛନ୍ତି। ସେ ଆଇନି ସଂପର୍କରେ କେତେକ ବହି ମଧ୍ୟ ଲେଖିଛନ୍ତି। ସେ ପ୍ରତିଷ୍ଠିତ ଓକିଲ ସୋଲି ସୋରାବଜୀଙ୍କ ଜୀବନୀ ଇଂରାଜୀରେ ଲେଖିଛନ୍ତି। ସାନପୁଅ ଚିନ୍ତନ ଲଣ୍ଡନରେ ଏକ ଆଇନି ଫାର୍ମ ପରିଚାଳନା କରୁଛନ୍ତି।

ଦ୍ବିତୀୟ ପତ୍ନୀ କଳ୍ପନାଙ୍କର ଦୁଇଜଣ ପାଳିତ ଝିଅ ଅଛନ୍ତି। ତାଙ୍କର ନାମ ହେଲା ମାହି ଏବଂ ପ୍ରିୟଙ୍କା। ନିକଟରେ ଜଷ୍ଟିସ ଚନ୍ଦ୍ରଚୁଡ ତାଙ୍କର ଦୁଇ ଝିଅ ଏବଂ ପତ୍ନୀଙ୍କୁ ସୁପ୍ରିମକୋର୍ଟକୁ ଆଣିଥିଲେ। ସେ ପୁରା ପରିବାରଙ୍କୁ କୋର୍ଟ ରୁମ, ଲାଇବ୍ରେରୀ ଏବଂ କରିଡୋର ସବୁ ବୁଲାଇ ଦେଖାଇ ଥିଲେ। ଜଷ୍ଟିସ ଚନ୍ଦ୍ରଚୁଡଙ୍କ ବାପା ମଧ୍ୟ ଭାରତର ମୁଖ୍ୟ ବିଚାରପତି ଥିଲେ। ତାଙ୍କର ନାମ ହେଉଛି ୱାଇ ଭି ଚନ୍ଦ୍ରଚୁଡ। ସେ ଦୀର୍ଘ ସମୟ ଧରି 1978 ରୁ 1985 ମସିହା ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇଦିନିଆ ଓଡିଶା ଗସ୍ତରେ କାହିଁକି ଆସିଲେ ଭାରତର ମୁଖ୍ୟ ବିଚାରପତି

ଭୁବନେଶ୍ବର: ଭାରତର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ସେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା।

ମୁଖ୍ୟ ବିଚାରପତି ଆସନ୍ତାକାଲି ଶନିବାର ଦିନ କଟକ ଜୁଡୁସିଆଲି ଏକାଡେମୀରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବେ। ସେଠାରେ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀର ଆୟୋଜନ ହେବ।

ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟଳୟର ବିଚାରପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

Categories
ଆଜିର ଖବର ଜାତୀୟ ଖବର ସିନେମା

‘ଦ କେରଳ ଷ୍ଟୋରି’ର ନିଷେଧାଦେଶ ପାଇଁ ପୁଣି ସୁପ୍ରିମକୋର୍ଟରେ ଦାବି: ଜାଣନ୍ତୁ କ’ଣ କହିଲେ ସିଜେଆଇ

ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରି’କୁ ନେଇ ବିବାଦ ଜାରି ରହିଛି। ଏହି ସମୟରେ ଜମିଅତ୍ ଉଲେମା-ଏ-ହିନ୍ଦର ଓକିଲମାନେ ପୁଣି ଥରେ ‘ଦ କେରଳ ଷ୍ଟୋରି’ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତେବେ ଜମିଅତର ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ଓକିଲ ଦାବି କରିଛନ୍ତି ଯେ, କେରଳ ହାଇକୋର୍ଟ ତୁରନ୍ତ ଏହି ମାମଲାର ଶୁଣାଣି କରୁନାହାଁନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ରିଲିଜ ହେବ, ତେଣୁ ସୁପ୍ରିମକୋର୍ଟ ଆଜି ଶୁଣାଣି ନିର୍ଦ୍ଦେଶ ଦେବା ଉଚିତ୍। ଏହା ଉପରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ, ଏହି ମାମଲାରେ ହାଇକୋର୍ଟ ଏହାର ପ୍ରାରମ୍ଭିକ ମତ ଦେଇଛନ୍ତି। ଯଦି ଏହା ନିଷିଦ୍ଧ ଯୋଗ୍ୟ, ତେବେ ଏହା ହୋଇପାରିଥାନ୍ତା।

ସେ କହିଛନ୍ତି ଯେ, “ଆପଣ ବାରମ୍ବାର ନିଷେଧାଦେଶ ଦାବି କରୁଛନ୍ତି, କିନ୍ତୁ ଆପଣ ଏହା ମଧ୍ୟ ଭାବିବା ଉଚିତ ଯେ ନିର୍ମାତା ସହିତ ଫିଲ୍ମ ସହ ଜଡିତ ଅନ୍ୟ ଲୋକମାନେ ମଧ୍ୟ କଠିନ ପରିଶ୍ରମ କରିଛନ୍ତି। ଯଦି ଆପଣ ଶୀଘ୍ର ଶୁଣାଣି ଚାହୁଁଛନ୍ତି, ତେବେ ଆପଣଙ୍କର ଦାବିକୁ କେବଳ ହାଇକୋର୍ଟରେ ରଖନ୍ତୁ।