Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଢରୁ ତିନି ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଛି ଓମିକ୍ରନ୍ ସଂକ୍ରମଣ: ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ୮୯ ଟି ଦେଶରେ ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରାଯାଇଛି ଏବଂ ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଦ୍ରୁତ ଗତିରେ ସଂକ୍ରମଣ ହେଉଛି। ଏହାର ପ୍ରସାର ଅଧିକ। ଏହାର ମାମଲା ଦେଢରୁ ତିନି ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଛି।

ଅନ୍ୟପକ୍ଷରେ, ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି। ଶନିବାର ଦିନ ୩୦ ଟି ନୂଆ ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ତେଲେଙ୍ଗାନାରେ ସର୍ବାଧିକ ୧୨ ଟି ମାମଲା ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରରେ ଆଠଟି, କର୍ଣ୍ଣାଟକରେ ୬ ଟି ଏବଂ କେରଳରେ ଚାରିଟି ନୂଆ ମାମଲା ମଧ୍ୟ ଦେଖିବାକୁ ମିଳିଛି। ଏହା ସହିତ ଦେଶରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ଓମିକ୍ରନ୍ ମାମଲା ସଂଖ୍ୟା ୧୪୫ କୁ ବୃଦ୍ଧି ପାଇଛି।