Categories
ଆଜିର ଖବର ଜାତୀୟ ଖବର

ଡ୍ରେନରେ ପଡି ମହିଳାଙ୍କ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲା ବିଏମସି

ମୁମ୍ବାଇ: ଗତକାଲି ପ୍ରବଳ ବର୍ଷା ସମୟରେ ଡ୍ରେନ୍‌ରେ ପଡ଼ି ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଏବଂ ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ମାମଲା ଦାୟର କରିଛି।

ବିଏମସି ମଧ୍ୟ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପୀଡିତା ଜଣକ ବିମଲ ଅନିଲ ଗାଇକୱାଡ ବୋଲି ଜଣାପଡିଛି। ପୋଲିସର ଅଭିଯୋଗ ଦାଖଲ କରିଥିବା ତାଙ୍କ ସ୍ୱାମୀ କହିଛନ୍ତି ଯେ ବିମଲ ପରିବାରର ସମସ୍ତ ଭରପୋଷଣ କରନ୍ତି। ସେ କହିଛନ୍ତି, “ମୁଁ ଜଣେ ଅସୁସ୍ଥ ବ୍ୟକ୍ତି, ମୋ ପତ୍ନୀ ମୋ ଘରର ଯତ୍ନ ନେଉଥିଲେ। ଆମେ ସବୁକିଛି ହରାଇଛୁ, ମୁଁ ଚାହୁଁଛି ଯେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠନ ନିଆଯାଉ

ଅନ୍ୟପଟେ  ଅବହେଳା ଅଭିଯୋଗର ସମ୍ମୁଖୀନ ହୋଇଥିବା ବିଏମସି କହିଛି ଯେ ଡେପୁଟି କମିଶନରଙ୍କ ନେତୃତ୍ୱରେ ଏକ ତିନି ଜଣିଆ ତଦନ୍ତ କମିଟ ଗଠନ କରାଯାଇଛି। ସେମାନେ ତିନି ଦିନ ମଧ୍ୟରେ ରିପୋର୍ଟ ଦେବେ ବୋଲି କୁହାଯାଇଛି।