Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ନେତାଙ୍କ ଦାବି: ପ୍ରିୟଙ୍କା ଗାନ୍ଧୀଙ୍କୁ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ନଜର ରଖୁଛି ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ଯାହା ଘଟିଛି, ତାହା କେବଳ ଉତ୍ତରପ୍ରଦେଶ ନୁହେଁ ଦେଶରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି। ଆଠ ଜଣଙ୍କର ମୃତ୍ୟୁ ହୋଇ ପୋଲିସ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ସହଯୋଗୀ ଦାବି କରିଛନ୍ତି ଯେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ସରକାର ନଜର ରଖିଛନ୍ତି। ପ୍ରିୟଙ୍କାଙ୍କ ସହକର୍ମୀ ମଧ୍ୟ ଏନେଇ ଏକ ଭିଡିଓ ଜାରି କରିଛନ୍ତି।

ଏହି ଡ୍ରୋନ୍ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସତ୍ୟ ଏହା ଯେ କାହାର ଡ୍ରୋନ୍ ଏହା ମଧ୍ୟ ଆମେ ଜାଣିନାହୁଁ? ଏଠାରେ ଠିଆ ହୋଇଥିବା ଅଧିକାରୀ ଏବଂ ପୋଲିସ କହୁଛନ୍ତି ଯେ, ସେମାନଙ୍କର ଏ ବିଷୟରେ ଅବଗତ ନାହିଁ। ବିଜେପି ସରକାର ଚାଷୀଙ୍କ ସ୍ୱରକୁ ଦମନ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି।

ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଦିନ ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରୁଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା। ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ହେବାର ୩୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ଆକ୍ରମଣ:

ଗିରଫ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ହିଂସା ସହ ଜଡିତ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, କାହିଁକି? ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରେ ଲେଖିଛନ୍ତି, “ନରେନ୍ଦ୍ର ମୋଦୀ ଜୀ, ଆପଣଙ୍କ ସରକାର ମୋତେ ଗତ ୨୮ ଘଣ୍ଟା ଧରି କୌଣସି ଆଦେଶ ଏବଂ ଏଫଆଇଆର ବିନା ଜେଲରେ ରଖିଛନ୍ତି। ଅନ୍ନ ଦାତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, କାହିଁକି? ”