Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତଙ୍କ ୭ ଦିନିଆ ଓଡିଶା ଗସ୍ତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୭ ଦିନିଆ ଓଡିଶା ଗସ୍ତରେ ଆସି ଜୁଲାଇ ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଁଚିବେ। ଡ. ଭାଗବତ ୭ ଦିନ ଓଡିଶା ଗସ୍ତ ସମୟରେ ସ୍ୱାମୀ ବିବେକାନନ୍ଦ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ।

ଏହାପରେ ଡ.ଭାଗବତ ସାତ ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୬ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଡ.ମୋହନ ଭାଗବତଙ୍କ ୫ ଦିନିଆ ଓଡିଶା ଗସ୍ତ

ଭୁବନେଶ୍ୱର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ୨୪ ତାରିଖ ଦିନ ରାତିରେ ଭୁବନେଶ୍ୱରରେ ପହଁଚିବେ । ସେ ପାଂଚ ଦିନିଆ ଓଡିଶା କାର୍ଯ୍ୟକ୍ରମ ସାରି ଅଗଷ୍ଟ ୨୯ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୨୬ ତାରିଖ ଦିନ ପୁରୀ ଯାଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଏହା ପରେ ସଂଘର ବିଭିନ୍ନ ବୈଠକରେ ଯୋଗଦେବେ ।

ଏହି ବୈଠକରେ ସାଧାରଣତଃ ସାଂଗଠନିକ ବିଷୟ ଉପରେ ଧ୍ୟାନ ଦିଆଯିବ । ଏଥି ସହିତ କରୋନା ସଂକ୍ରମଣରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱୟଂସେବକମାନଙ୍କ ଦ୍ୱାରା କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ଯ୍ୟର ସମୀକ୍ଷା କରାଯିବ । ତଥା ସମ୍ଭାବ୍ୟ ତୃତୀୟ ଲହର ପ୍ରଭାବକୁ ଆକଳନ କରିବା ସହିତ, ଏଥିପାଇଁ ଆବଶ୍ୟକ କାର୍ଯ୍ୟ ଯୋଜନା ଉପରେ ବିଚାର କରାଯିବ । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ପ୍ରଶିକ୍ଷଣ (ତାଲିମ) ଏବଂ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ । କୋଭିଡ-୧୯ ନିୟମ ପାଳନ ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା କାରଣରୁ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ ।