Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହିନ୍ଦୁ ସମାଜ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କନ୍ଦର୍ପ ବେହେରା

ରେଢ଼ାଖୋଲ: ଗତ ୧୨ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରା ଉପରକୁ ଯେଉଁଭଳି ଅମାନୁଷିକ ହିଂସାତ୍ମକ ଆକ୍ରମଣ ଏବଂ ୧୪, ତାରିଖ ରାତ୍ରୀ ସମ୍ବଲପୂର ବନବାସୀ ଯୁବକକୁ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ ତେଣୁ ଏହାକୁ ନେଇ ରେଢ଼ାଖୋଲ ହିନ୍ଦୁ ସମାଜ ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।

ଶୋଭାଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ହୋଇଥିବା ସୁନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ୟବସ୍ଥା , ସୂଚନା ତନ୍ତ୍ରର ଅପାରଗତ ଓ ନିଷ୍ଫଳତା ଦର୍ଶାଉଛି। ଉକ୍ତ ସମୟରେ ଅତିକମ ସଂଖ୍ୟାକ କାର୍ଯ୍ୟରତ ପୋଲିସ ସ୍ଥାଣୁ ପାଲଟି ଥିଲେ ଓ ବର୍ବର ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଛନ୍ତି। ପୂର୍ବରୁ ଅବଗତ ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନର କାର୍ଯ୍ୟକଳାପ ପ୍ରତି ସଂଦେହ ସୃଷ୍ଟି କରେ। ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା, ବିଶ୍ଵାସ ଓ ଧାର୍ମିକ ସ୍ବତନ୍ତ୍ରତା ପ୍ରତି କୁଠାରଘାତ ଅଟେ। ସାମ୍ବିଧାନିକ ମର୍ଯ୍ୟାଦାର ପରିପନ୍ଥୀ ଅଟେ। ଏଣୁ ଏହି ଘଟଣା କେବଳ ଆଇନ ଶୃଙ୍ଖଳା ବିଷୟ ନୁହେଁ।

ଏହା ଦେଶଦ୍ରୋହୀ କାର୍ଯ୍ୟକଳାପ ପରିଧିରେ ଆସୁଅଛି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ଯଥାଶୀଘ୍ର ଦୋଷୀ ମାନଙ୍କ ବିରୁଦ୍ଧରେ ନ୍ୟାୟୋଚିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କୁ ଗିରଫ କରିବାକୁ ଦାବୀ ପ୍ରକାଶ କରିଛନ୍ତି ରେଢ଼ାଖୋଲ ହିନ୍ଦୁ ସମାଜ।