Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇ ଏନ ଏସ ଚିଲିକାର ପାସିଙ୍ଗ ଆଉଟ ପ୍ୟାରେଡ଼ ସମାରୋହ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଭାରତୀୟ ନୌସେନା ଓ ତଟ ରରକ୍ଷୀ ବାହାନୀର ୧/୨୦୨୧ ବ୍ୟାଚର ସମୁଦାୟ ୨୧୪୨ ପ୍ରଶିକ୍ଷାର୍ଥୀ ଆଇଏନଏସ (INS) ଚିଲିକାରୁ ସ୍ନାତକ ହାସଲ କରିଛନ୍ତି। ଏ ଅବସରରେ ଗତକାଲି ଅନୁଷ୍ଠିତ ଏକ ପାସିଙ୍ଗ ଆଉଟ ପ୍ୟାରେଡ଼କୁ କେନ୍ଦ୍ରୀୟ ନୌସେନା ଏକାଡେମୀର କମାଡେଣ୍ଟ ଭାଇସ ଆଡ଼ମିରାଲ ଏମ ଏ ହାମ୍ପି ହୋଲି ନିରୀକ୍ଷିତ କରିଥିଲେ।

ଏହି ଅବସରରେ କୃତ୍ତି ପ୍ରଶିକ୍ଷାର୍ଥୀ ମାନଙ୍କୁ ମୁଖ୍ୟ ଅତିଥି ପଦକ ଓ ଟ୍ରଫି ପ୍ରଦାନ କରିଥିଲେ।ଆଡିମୀରାଲ ପାସ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ସେମାନଙ୍କର ଦକ୍ଷତାର ଉନ୍ନତି, ଜ୍ଞାନର ମୂଳଦୁଆ, ଶିଖିବାର ଇଛାଶକ୍ତି ଏବଂ ନିଜ ନିଜ ବୃତ୍ତିରେ ଉତ୍କର୍ଷ ହେବାକୁ ପରାମର୍ଶ ଦେଇଥିଲେ।

ଆଶିଷ କ୍ଷେତ୍ରି (SSR), ଗୁଲସନ କୁମାର(MR) ଏବଂ ଅଜିତ ସୁରେଶ ନାବିକ(GD) ଓ ନିଖିଲ ବିନୋଦ ରାଠୋର ନାବିକ(DB) ନିଜ ନିଜ ବିଭାଗରେ ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବରେ ବିବେଚିତ ହୋଇଥିଲେ। ଏହା ପୂର୍ବରୁ ଭାଇସ ଆଡ଼ମିରାଲ ହାମ୍ପି ହୋଲି ୮ ଜୁଲାଇରେ ଏକ ଭେଲିଡେକ୍ଟୋରି କାର୍ଯ୍ୟକ୍ରମ ର ସାକ୍ଷୀ ହୋଇଥିଲେ। ଯେଉଁ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଶିବାଜି ଡିଭିଜନକୁ ଚାମ୍ପିୟାନ ଟ୍ରଫି ଏବଂ ଏକଲବ୍ୟ ଡିଭିଜନକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଇଏନଏସ ଚିଲିକାର ଦ୍ଵିଭାସି ପତ୍ରିକା “ଅଙ୍କୁର”ର ଗ୍ରୀଷ୍ମ ସଂସ୍କରଣକୁ ଭାଇସ ଆଡ଼ମିରାଲ ଉନ୍ମୋଚନ କରିଥିବା ବେଳେ ଆଇଏନଏସ ଚିଲିକାର କମାଣ ଅଧିକାରୀ କମୋଡର ଏନପି ପ୍ରଦୀପ ଉପସ୍ଥିତ ଥିଲେ।