Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଅଫିସରେ ତଥାଗତ ଶତପଥୀ, ଦଳକୁ ପୁଣି ଫେରିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟର ଶଙ୍ଖ ଭବନ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ତେବେ ଏହି ନୂଆ ଅଫିସକୁ ନେଇ ରାଜ୍ୟ ରାଜନୀତିରେ ଯେତିକି ଚର୍ଚ୍ଚା ସେତିକି ଚର୍ଚ୍ଚା ହେଉଛି ତଥାଗତ ଶତପଥୀଙ୍କୁ ନେଇ।

ଏହି ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ ବର୍ତ୍ତମାନ ବିଜେଡିରେ ନାହିଁନ୍ତି। ଗତ ସାଧାରଣ ନିର୍ବାଚନ ବେଳେ ସେ ଆଉ ରାଜନୀତି କରିବେ ନାହିଁ ଘୋଷଣା କରି ତାଙ୍କର ପାରଂପାରିକ ଆସନ ଢେଙ୍କାନାଳରୁ ଟିକେଟ ନେଇ ନ ଥିଲେ। ତାପରଠାରୁ ସେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାଁନ୍ତି।

ହେଲେ ହଠାତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତଥାଗତଙ୍କ ବିଜେଡି କାର୍ଯ୍ୟାଳୟରେ ଆର୍ବିଭାବ ସମସ୍ତଙ୍କୁ ଚକିତ କରିଦେଇଛି। ସେଠାରେ ଉପସ୍ଥିତି ସାମ୍ବାଦିକ ଏବଂ ନେତାମାନେ ଭାବି ନେଲେ ଯେ, ତଥାଗତ ପୁଣି ଦଳକୁ ଫେରି ଢେଙ୍କାନାଳରୁ ଲଢେଇ କରିବେ। କାରଣ ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହେଉଥିବାରୁ ତଥାଗତ ତାଙ୍କୁ ଉଚିତ ଟକ୍କର ଦେଇପାରିବେ।

ଏସବୁ ଆଶା ଓ ଆଶଙ୍କାକୁ ନିଜେ ବିରାମ ଲଗେଇ ଦେଲେ ତଥାଗତ ଶତପଥୀ। ତାଙ୍କୁ ବିଜେଡି ଅଫିସ ଆସିବାର କାରଣ ପଚାରିବାରୁ ସେ କହିଥିଲେ ଯେ, ମୋତେ ନିମନ୍ତ୍ରଣ କରାଯାଇଥିଲା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିବାରୁ ମୁଁ ଜଣେ ସାମ୍ବାଦିକ ହିସାବରେ ଆସିଛି।

ତେବେ ଆପଣ କଣ ବିଜେଡିରେ ଯୋଗଦେବେ କି ବୋଲି ପଚାରିବାରୁ ସେ କହିଥିଲେ ଯେ, ମୁଁ ବହୁପୂର୍ବରୁ କହିସାରିଛି ଯେ ମୁଁ କୌଣସି ରାଜନୈତିକ ଦଳ ସହିତ ନାହିଁ। ରାଜନୀତିରୁ ମୁଁ ଦୂରେଇ ଯାଇଛି। ମୋର ଆଉ ରାଜନୀତିରେ ଆଗ୍ରହ ନାହିଁ। ତେବେ ଆପଣଙ୍କୁ ନବୀନ ଟିକେଟ ଦେଲେ ଆପଣ ଲଢେଇ କରିବେ କି ନାହିଁ ପ୍ରଶ୍ନର ଉତ୍ତରେ ସେ ପୁଣି କହିଲେ ଯେ, ମୋତେ ଆଉ ରାଜନୀତି ଭଲ ଲାଗୁ ନାହିଁ।

ତଥାଗତ ୪ ଥର ସାଂସଦ ହୋଇ ଓଡିଶା ରାଜନୀତିରେ ଏକ ସୁଦୃଢ ସ୍ଥିତି ତିଆରି କରିଛନ୍ତି। ସେ ୨୦୧୯ ନିର୍ବାଚନରେ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିବା ପରେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିଲା। କାରଣ ସେଠାରେ ସେତେବେଳେ ତାଙ୍କ ପରି ଜଣେ ପ୍ରାର୍ଥି ମିଳିବା କଷ୍ଟକର ହୋଇପଡିଥିଲା। ଶେଷରେ ମହେଶ ସାହୁ ଦଳ ପ୍ରାର୍ଥୀ କରି ବିଜୟ କରାଇଥିଲା। ହେଲେ ଏଥର ନିର୍ବାଚନରେ ଧର୍ମେନ୍ଦ୍ର ସେଠାରୁ ଛିଡା ହେଉଥିବାରୁ ତାଙ୍କ ବିରୋଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ଅଛି।

Categories
ଫଟୋ ଖବର

ନିଜ କୁନି ଝିଅକୁ ଧରି ଖ୍ରୀଷ୍ଟମାସ ପାଳନ କଲେ ପୂର୍ବତ୍ତନ ସାଂସଦ ତଥାଗତ ଶତପଥୀ

ନିଜ କୁନି ଝିଅକୁ ଧରି ଖ୍ରୀଷ୍ଟମାସ ପାଳନ କଲେ ପୂର୍ବତ୍ତନ ସାଂସଦ ତଥାଗତ ଶତପଥୀ

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମ ନେଲେ ନନ୍ଦିନୀ ଶତପଥୀ, ପୂର୍ବତନ ସାଂସଦ ତଥାଗତ ଶତପଥୀ ଏକ ଝିଅର ବାପା ହେଲେ

ଭୁବନେଶ୍ବର, ପୂର୍ବତନ ସାଂସଦ ତଥା ଦୈନିକ ଖବର କାଗଜ ‘ଧରିତ୍ରୀ’ ର ସଂପାଦକ ତଥାଗତ ଶତପଥୀ ଏକ କନ୍ୟାର ପିତା ହୋଇଛନ୍ତି। ଏ ନେଇ ନିଜେ ତଥାଗତ ଟୁଇଟ୍ କରି ଜଣାଇଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ କନ୍ୟା 12 ତାରିଖ 4 ଟା 42 ମିନିଟ୍ ରେ ଜନ୍ମ ଗ୍ରହଣ କରିଛି। ଏଥିରେ ତଥାଗତ ଝିଅର ପାଦର ଫଟୋଟିଏ ମଧ୍ୟ ଟୁଇଟ କରିଛନ୍ତି। ଝିଅର ନାମ ନିଜ ମାଙ୍କ ନାମକୁ ଯୋଡି ଆଭ୍ୟା ନନ୍ଦିନୀ ଶତପଥୀ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ତଥାଗତଙ୍କର ପୂର୍ବରୁ ଏକ ପୁଅ ମଧ୍ୟ ଅଛି।