Categories
ଆଞ୍ଚଳିକ

ବାଣପୁର: ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପ୍ରତାପ ଗ୍ରାମରେ ଏକ ଆତ୍ମହତ୍ୟା ଜନିତ ମାମଲା ସାମ୍ନାକୁ ଆସିଛି। ଉକ୍ତ ଗ୍ରାମର ଯୁଗଳ କିଶୋର ସ୍ୱାଇଁଙ୍କ ପୁତ୍ର ସୁମିତ ସ୍ୱାଇଁ (୨୫) ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଆଜି ରାତିରେ ଚିକୁଙ୍କୁ ତାଙ୍କ ପରିବାରବର୍ଗ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହା ଆତ୍ମହତ୍ୟା ମାମଲା ହୋଇଥିବାର ଅନୁମାନ କରାଯାଉଛି। ଚିକୁଙ୍କ ବେକରେ ଦାଗ ଥିବାହେତୁ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି। ମେଡିକାଲରେ ବର୍ତ୍ତମାନ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ମେଟ୍ରୋ ଷ୍ଟେସନ ନିକଟରେ ଖାଲିସ୍ତାନ ନାମରେ ବିବାଦୀୟ ସ୍ଲୋଗାନ: ତଦନ୍ତ ଆରମ୍ଭ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀର ପାଞ୍ଚଟି ମେଟ୍ରୋ ଷ୍ଟେସନ ନିକଟରେ ଖାଲିସ୍ତାନ ନାମରେ ବିବାଦୀୟ ସ୍ଲୋଗାନ ଲେଖାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସମେତ ସ୍ଥାନୀୟ ଜିଲ୍ଲାର ଟିମଗୁଡିକୁ ସତର୍କ କରାଯାଇଛି। ନିଷିଦ୍ଧ ସଂଗଠନ ଖାଲିସ୍ତାନ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନେକ ସ୍ଲୋଗାନ ମେଟ୍ରୋ ଷ୍ଟେସନ ନିକଟ କାନ୍ଥରେ ଲେଖାଯାଇଛି। ଭାରତ ବିରୋଧୀ ସ୍ଲୋଗାନଗୁଡିକ ସମ୍ପୂର୍ଣ୍ଣ ଆପତ୍ତିଜନକ। ବର୍ତ୍ତମାନ ଦିଲ୍ଲୀ ପୋଲିସର ତଦନ୍ତ ଚାଲିଛି। ଏହା ପଛରେ କାହାର ହାତ ଅଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଏହି ମେଟ୍ରୋରେ ସ୍ଲୋଗାନ ଲେଖାଯାଇଛି:

କାନ୍ଥରେ ସ୍ଲୋଗାନ ଲେଖାଯାଇଥିବା ଦିଲ୍ଲୀ ମେଟ୍ରୋ ଷ୍ଟେସନଗୁଡ଼ିକର ନାମ ହେଉଛି ଶିବାଜୀ ପାର୍କ ମେଟ୍ରୋ ଷ୍ଟେସନ, ନାଙ୍ଗଲୋଇ ମେଟ୍ରୋ ଷ୍ଟେସନ, ମାଦିପୁର, ପଶ୍ଚିମ ବିହାର ଏବଂ ଉଦ୍ଯୋଗ ବିହାର ମହାରାଜ ସୁରଜମଲ ଷ୍ଟାଡିୟମ। ଏହା ବ୍ୟତୀତ ସରକାରୀ ସର୍ବୋଦୟ ବାଲ ବିଦ୍ୟାଳୟ ନାଙ୍ଗଲୋଇ ଏବଂ ପଞ୍ଜାବୀ ବାଗ କାନ୍ଥରେ ସ୍ଲୋଗାନ ମଧ୍ୟ ଲେଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ରେଳ ପ୍ରକଳ୍ପ ଦୁର୍ନୀତି ମାମଲା: ଲାଲୁ ଯାଦବଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କଲା ସିବିଆଇ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ଲାଲୁଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ରେଳ ପ୍ରକଳ୍ପରେ ଦୁର୍ନୀତି ସହ ଜଡିତ ଥିବା କୁହାଯାଉଛି। ୨୦୧୮ ରେ ରେଳ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗର ସିବିଆଇ ଯାଞ୍ଚ ଆରମ୍ଭ କରିଥିଲା। ମେ ୨୦୨୧ ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବିରୋଧରେ ତଦନ୍ତ ବନ୍ଦ ହୋଇଯାଇଥିଲା।

ଏହି ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରେ ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଝିଅ ଚନ୍ଦା ଯାଦବ ଏବଂ ରାଗିଣୀ ଯାଦବ ଅଛନ୍ତି। ଲାଲୁ ଯାଦବଙ୍କ ବିରୋଧରେ ମାମଲା ପୁନଃ ଅନୁସନ୍ଧାନ କରିବାର ନିଷ୍ପତ୍ତି ସେତେବେଳେ ଆସିଥିଲା, ଯେତେବେଳେ ନୀତୀଶ କୁମାର ବିଜେପି ସହିତ ସମ୍ପର୍କ ଭାଙ୍ଗିଥିଲେ ଏବଂ ଆରଜେଡି ସହିତ ବିହାରରେ ସରକାର ଗଠନ କରିଥିଲେ। ବିଜେପିରୁ ଅଲଗା ହେବାପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଭିଯୋଗ କରିଥିଲେ ଯେ ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଯୋଜନା କରୁଛି।

ବିରୋଧୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗର ସମ୍ମୁଖୀନ ହୋଇଥିବାରୁ ସିବିଆଇର ଏହି ନୂତନ ପଦକ୍ଷେପ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ମାମଲାରେ ଅଭିଯୋଗ ହୋଇଛି ଯେ, ଲାଲୁ ଯାଦବ ମୁମ୍ବାଇର ବାନ୍ଦ୍ରା ରେଳ ଜମି ଲିଜ୍ ପ୍ରକଳ୍ପ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନର ପୁନରୁତ୍ଥାନ ପାଇଁ ଆଗ୍ରହୀ ଥିବା ରିଏଲ୍ ଇଷ୍ଟେଟ୍ ପ୍ରମୁଖ ଡିଏଲ୍ଏଫ୍ ଗ୍ରୁପ୍ ଠାରୁ ଲାଞ୍ଚ ହିସାବରେ ଦକ୍ଷିଣ ଦିଲ୍ଲୀର ସମ୍ପତ୍ତି ପାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କଠାରୁ ଲୁଟ୍, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପାରିନୂଆଗାଁ ଛକରେ ଏକ ଲୁଟ ହୋଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବେଲପଡା ଗ୍ରାମ କବିରାଜ ଲେଙ୍କାଙ୍କ ଝିଅ ସୁନିତା ଲେଙ୍କା ବାଣପୁର ପଲଟନ ପଡିଆରୁ କାମ ସାରି ନିଜ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଠିକ ସେହି ସମୟରେ ପାରିନୁଆଗାଁ କେନାଲ ଛକରେ ହଠାତ ଦୁଇ ଜଣ ଯୁବକ ଏକ ବାଇକରେ ଆସି ସୁନିତାଙ୍କ ଭ୍ୟାନିଟି ବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ।

ଉକ୍ତ ଭ୍ୟାନିଟି ବ୍ୟାଗରେ ଦୁଇ ଗୋଟି ମୋବାଇଲ, ୧ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିବା ସୁନିତା କହିଛନ୍ତି। ଏ ନେଇ ସୁନିତା ବାଣପୁର ଥାନାରେ ଜଣାଇବାରୁ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

ସୂଚନା ଥାଉକି ଗତ ବର୍ଷ ନଭେମ୍ବର ୨୯ ତାରିଖ ଦିନ ସମାନ ସ୍ଥାନରୁ ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଥିବା ଏକ ଭ୍ୟାନିଟି ବ୍ୟାଗ ମଧ୍ୟ ଲୁଟି ନେଇଥିଲେ। ତେବେ ସ୍ପଷ୍ଟ ଦିବାଲୋକରେ ଲୁଟେରା ମାନେ ବେଫିକର ଲୁଟ କରୁଥିବା ବେଳେ ପୋଲିସ ପାଟ୍ରୋଲିଂ ବୃଦ୍ଧି ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିସରରେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ: ଜଣେ ଆହତ, ହସ୍ପିଟାଲରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିର ପରିସର ଆନନ୍ଦ ବଜାରରେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ରହିଛି। ସେବାୟତ ଓ ସେବାୟତଙ୍କ ମଧ୍ୟରେ ପିଟାପିଟି ହୋଇଥିବା ସୂଚନା ରହିଛି। ଫଳରେ ଜଣେ ସେବାୟତ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସିଂହଦ୍ଵାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବା ଶୁଣିବାକୁ ମିଳିଛି।