Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ତହସିଲ ଏବଂ ଉପ-ଜିଲ୍ଲାପାଳଙ୍କ ଅଫିସକୁ ସିଲ୍ କଲା ବିଏମସି

ଭୁବନେଶ୍ଵର: ଭୁବନେଶ୍ବର ତହସିଲ ଏବଂ ଉପ-ଜିଲ୍ଲାପାଳଙ୍କ ଅଫିସକୁ ବିଏମସି ସିଲ୍ କରିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସକୁ ବିଏମସି ସିଲ୍ କରିଛି। ଲଗାତର କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ବିଏମସି ଏହି ନିଷ୍ପତ୍ତି ନେଇଛି। ଉପ-ଜିଲ୍ଲାପାଳଙ୍କ ଅଫିସରୁ ୪ ଜଣ କର୍ମଚାରୀ କରୋନାରେ ସଂକ୍ରମଣ ହୋଇଥିବା ବେଳେ ତହସିଲ ଅଫିସରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସକୁ ଯିବା ପାଇଁ ବାରଣ କରାଯାଇଛି।

Categories
ଆଜିର ଖବର

ଆକ୍ସନ ମୋଡ଼ରେ ଟାଙ୍ଗୀ ତହସିଲଦାର : ୭୫,୦୦୦ ଟଙ୍କା ଜରିମାନା ଆଦାୟ

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ :ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲର ତହସିଲଦାର ଶ୍ରୀ ଅଶ୍ୱିନୀ ଦାସ ଙ୍କୁ ଆକ୍ସନ ମୋଡ଼ ରେ ଦେଖିବାକୁ ମିଳିଥିଲା। ତହସିଲଦାର ଶ୍ରୀ ଦାସ କୋଭିଡ ନିୟମ ଉଲଘଂନ କରିଥିବା ବିଭିନ୍ନ ଦୋକାନି ଏବଂ ଗାଡିଚାଳକ ମାନଙ୍କଠାରୁ ଆଦାୟ କରିଛନ୍ତି ମୋଟା ଅଙ୍କର ଜରିମାନା ।  ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ଏହାକୁ ଯେକୌଣସି ଉପାୟରେ ଆୟତ୍ତ କରିବା ପାଈଁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନ କୁ ନିର୍ଦେଶ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ନିରାକାରପୁର ଥାନା ଆଇ.ଆଇ.ସି, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ, ବ୍ଲକ କର୍ମଚାରୀ ଏବଂ ତହସିଲ କର୍ମଚାରୀଙ୍କ ଦ୍ୱାରା ଏକ ବିରାଟ ଏନ୍ଫୋର୍ସମେଣ୍ଟ ଟିମ ଗଠନ ହୋଇଥିଲା । ଉକ୍ତ ଟିମ ନିରାକାରପୁର ଏବଂ ଭୂଷଣ୍ଡପୁର ର ବିଭିନ୍ନ ଅଞ୍ଚଳରେ କଡା ଏନ୍ଫୋର୍ସମେଣ୍ଟ କରିଥିଲେ ଏବଂ କୋଭିଡ ନିୟମ ତଦାରଖ କରିଥିଲେ ।  ହେଲେ ଉକ୍ତ

ଅଞ୍ଚଳଗୁଡ଼ିକର କୋଭିଡ ନିୟମ ଉଲଂଘନକାରୀଙ୍କଠାରୁ ଆଜି ୭୫,୦୦୦ ଟଙ୍କା ଜରିମାନା ଆଦାୟ କରିବା ସହ ନିରାକାରପୁର ରେ ଗୋଟିଏ ଆଳୁ ଗଦିକୁ ୧୦ ଦିନ ପାଇଁ ସିଜ କରିଥିବା ତହସିଲଦାର ଶ୍ରୀ ଦାସ ସୂଚନା ଦେଇଛନ୍ତି l ଏହା ସହ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ପାଇଁ ନିବେଦନ କରିଛନ୍ତି ତହସିଲଦାର। ଆଜି ସକାଳ ୮ଟାରୁ ଦିନ ୧ଟା ଭିତରେ ଏହି ଜରିମାନା ଆଦାୟ କରାଯାଇଥିବାର ସୂଚନା ରହିଛି ।