Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଖେଳ ଜାତୀୟ ଖବର

ଲଣ୍ଡନର ହୋଟେଲରୁ ଭାରତୀୟ ମହିଳା କ୍ରିକେଟର ତାନିୟାଙ୍କ ବ୍ୟାଗ ଚୋରି, ଟ୍ୱିଟ କରି ଦେଲେ ସୂଚନା

ନୂଆଦିଲ୍ଲୀ: ହୋଟେଲରୁ ଭାରତୀୟ ମହିଳା କ୍ରିକେଟର ତାନିଆ ଭାଟିଆଙ୍କ ବ୍ୟାଗ ଚୋରି ହୋଇଛି। ନଗଦ ଟଙ୍କା ବ୍ୟତୀତ ଭାରତୀୟ କ୍ରିକେଟର ବ୍ୟାଗରେ କାର୍ଡ, ଘଣ୍ଟା ଏବଂ ଅଳଙ୍କାର ରହିଥିଲା। ତାନିଆ ଭାଟିଆ ନିଜେ ଏହି ସୂଚନା ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ସେ ହୋଟେଲ ମ୍ୟାରିଏଟ୍ ଲଣ୍ଡନରେ ରହୁଛନ୍ତି, ଯେଉଁଠାରୁ ତାଙ୍କ ବ୍ୟାଗ ଚୋରି ହୋଇଛି।

ତାନିଆ ଭାଟିଆଙ୍କ ଅନୁଯାୟୀ, ନଗଦ ଟଙ୍କା ବ୍ୟତୀତ କାର୍ଡ, ଘଣ୍ଟା ଏବଂ ଅଳଙ୍କାର ସେହି ବ୍ୟାଗରେ ଥିଲା। ଏହା ସହିତ ଭାରତୀୟ କ୍ରିକେଟର ଶୀଘ୍ର ଅନୁସନ୍ଧାନ କରି ଏହି ସମସ୍ୟାର ସମାଧାନ ବିଷୟରେ କହିଥିଲେ। ସେ ଆହୁରି ମଧ୍ୟ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଏହା ହେଉଛି ଇଂଲଣ୍ଡ କ୍ରିକେଟ୍ ବୋର୍ଡର ପ୍ରିୟ ହୋଟେଲ, କିନ୍ତୁ ଏହି ହୋଟେଲରେ ସୁରକ୍ଷା ଅଭାବ ଏକ ସମସ୍ୟା। ଏହା ସହିତ ତାନିଆ ଭାଟିଆ ଏହି ଘଟଣାର ଶୀଘ୍ର ଅନୁସନ୍ଧାନ ଏବଂ ସମାଧାନ ପାଇଁ ଆଶା ପ୍ରକଟ କରିଛନ୍ତି।

ଦିନିକିଆ ସିରିଜରେ ଇଂଲଣ୍ଡକୁ କ୍ଳିନ ସ୍ଵିପ କଲା ଭାରତ:

ସୂଚନାଯୋଗ୍ୟ, ନିକଟରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତରେ ଆସିଥିଲେ। ଏହି ଭ୍ରମଣରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଧିନାୟକ ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ ରେ ଜିତି ଥିଲେ। ଏହି ସିରିଜରେ ଚମତ୍କାର ବ୍ୟାଟିଂ କରିଥିବା ଭାରତୀୟ ଅଧିନାୟକ ହରମାନପ୍ରୀତ କୌରଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ପୁରସ୍କୃତ କରାଯାଇଥିଲା। ଏଥିସହିତ ଏହା ଭାରତୀୟ ବରିଷ୍ଠ ଖେଳାଳି ଝୁଲଣ ଗୋସ୍ୱାମୀଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଭାରତୀୟ ଦଳ ଲର୍ଡସରେ ଦିନିକିଆ ମ୍ୟାଚ ଜିତି ଝୁଲଣ ଗୋସ୍ୱାମୀଙ୍କୁ ସ୍ମରଣୀୟ ବିଦାୟ ଦେଇଛନ୍ତି।