Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମିନାକ୍ଷୀ ବାହିନୀପତି ହେଲେ ଓଡିଶା ମହିଳା କଂଗ୍ରେସର ସଭାନେତ୍ରୀ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନୀପତି ଓଡିଶା ମହିଳା କଂଗ୍ରେସର ସଭାନେତ୍ରୀ। ଏ ନେଇ ଆଜି ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ କଂଗ୍ରେସ ସଭାପତି ସ୍ବୀକୃତ ପ୍ରଦାନ କରିଛନ୍ତି ବୋଲି ଉଲ୍ଲେଖ ରହିଛି।

ମିନାକ୍ଷୀ ବାହିନୀପତି ହେଉଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଧର୍ମପତ୍ନୀ। ସେ ପୁର୍ବରୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଥିଲେ। ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଛାମୁଆ ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ମିନାକ୍ଷୀଙ୍କ ନେତୃତ୍ବରେ ରାଜ୍ୟରେ ମହିଳା କଂଗ୍ରେସ ବେଶ ଭଲ କରିବ ବୋଲି ଦଳ ଆଶା କରିଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସମ୍ ହସପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ବର, କଂଗ୍ରେସର ଜଣେ ଟାଣୁଆ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ଭୁବନେଶ୍ବରର ସମ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କରୋନା ଆକ୍ରାନ୍ତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

କିଛିଦିନ ଧରି ତାଙ୍କର କରୋନା ଆକ୍ରାନ୍ତ ଲକ୍ଷଣ ପ୍ରକାଶ ପାଇବାରୁ ପରୀକ୍ଷା କରାଯାଇଥିଲା। ଏଥିରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା। ତେବେ ବେଶୀ କିଛି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ସମ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।