ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆସି ଯାଇଛି ପାର୍ବଣ ଋତୁ। ସବୁ ଆଡେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆଜି ଠାରୁ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା ନବରାତ୍ର। ଆଜି ହେଉଛି ପ୍ରଥମ ତିଥି। କାଲି ପ୍ରତିପଦା ତିଥିରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଜୟପାଟଣା ବ୍ଳକ – ତାଳଗୁଡ଼ ମା’ ଡୋକରି ଦେବୀଙ୍କ ମସ୍ତକ ସ୍ଥାପନ ଉତ୍ସବ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।
ପ୍ରତିପଦା ତିଥିରେ ମା’ ଙ୍କ ମସ୍ତକ ସ୍ଥାପନ ହୋଇ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ତାଳଗୁଡ଼ ମା’ ଡୋକାରୀ ଅଞ୍ଚଳରେ ଏକ ପ୍ରତକ୍ଷ୍ୟ ଦେବୀ ରୂପେ ପରିଚିତ ଥିବା ବେଳେ , ରାଜ୍ୟ ବାହାରୁ ମଧ୍ୟ ଏଠାକୁ ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ଜୟପାଟଣା ଅଞ୍ଚଳରେ ତାଳଗୁଡ଼ ଦଶହରା ପର୍ବକୁ ନେଇ ଅଞ୍ଚଳରେ ବର୍ଷଯାକ ଅପେକ୍ଷା କରିଥାନ୍ତି। ଅନେକ ଲୋକ ଆଠ ଦିନ କାଳ ମହାସମାରୋହରେ ନବରାତ୍ରୀ ପୂଜାର୍ଚ୍ଚନା କରୁଥିବା, ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୁଏ।
ଖାସ କରି ଥୁଆମୂଳ ରାମପୁରର ଅନେକ ଆଦିବାସୀ ଲୋକେ ମା’ ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ହେଲେ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଲାଗୁ ଥିବାରୁ ବିଧି ରକ୍ଷା ପାଇଁ ନିଡାମ୍ବର ଭାବେ ପୂଜାର୍ଚ୍ଚନା ଚାଲିବ। ଭକ୍ତଙ୍କ ଦର୍ଶନ ର କଟକଣା ଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି। ଅଷ୍ଟମୀ ତିଥିରେ ମା ଙ୍କ ମହାପୂଜା ସହ ଭୋଗରାଗ,ବଳି ଲାଗିବ।