Categories
ଆଜିର ଖବର ଜାତୀୟ ଖବର

ତିନୋଟି କୃଷି ଆଇନ ପ୍ରତ୍ୟାହାର ନେଇ ଆଜି ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

ନୂଆଦିଲ୍ଲୀ: ତିନୋଟି କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ସରକାର ଆଜି ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ ଏହି ଆଇନଗୁଡ଼ିକୁ ରଦ୍ଦ କରିବା ପାଇଁ ବିଲ୍ ପାରିତ ହୋଇଥିଲା। ଏହାପରେ ଗେଜେଟ ନୋଟିଫିକେସନ ଜାରୀ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସର 19 ତାରିଖ ଦିନ ଦେଶକୁ ସମ୍ବୋଧିତ କରି ଏହି ଆଇନ ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ ସଂସଦର ଶୀତକାଳୀନ ଅଧିବେଶନରେ 2019 ରେ ପ୍ରସ୍ତୁତ ଏହି କୃଷି ଆଇନ ପ୍ରତ୍ୟାହାର ବିଲ ଆସିବ। ଗୁରୁ ପର୍ବ ଦିନ ଭଲ ମନୋଭାବରେ ଘରକୁ ଯିବାକୁ ସମସ୍ତ ଚାଷୀଙ୍କୁ ଶ୍ରୀ ମୋଦୀ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଘୋଷଣାରେ ମଧ୍ୟ କହିଛନ୍ତି ଯେ କୃଷି ସହ ଜଡିତ ସମସ୍ତ ଦିଗ ଉପରେ ଏକ କମିଟି ଗଠନ କରାଯିବ।