Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନର ଭୋଟଗଣତି ନିମନ୍ତେ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ :ସକାଳ ୮ଟାରୁ ଭୋଟଗଣତି ଆରମ୍ଭ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜଗତସିଂହପୁର ଏସ୍.ଭି.ଏମ୍ କଲେଜ ଠାରେ ୧୦ତାରିଖ (ଆସନ୍ତାକାଲି) ସକାଳ ୮ଟାରୁ ଆରମ୍ଭ ହେବ। ଏଥିନିମନ୍ତେ ଏସ୍.ଭି.ଏମ୍ କଲେଜ ଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ ବ୍ୟବସ୍ଥା କରାଯାଉଛି।

ଇଭିଏମ୍ ଭୋଟ ଗଣତି ପାଇଁ ୨ଟି ହଲ୍ ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ୍ ବାଲାଟ୍ ଗଣତି ନିମନ୍ତେ ଗୋଟିଏ ହଲ୍ ର ବ୍ୟବସ୍ଥା ହୋଇଛି। ଇଭିଏମ୍ ଭୋଟ ଗଣତି ନିମନ୍ତେ ପ୍ରତ୍ୟେକ ହଲ୍ ରେ ୭ଟି ଲେଖା ମୋଟ୍ ୧୪ଟି ଟେବୁଲ୍ ହୋଇଥିବା ବେଳେ ପୋଷ୍ଟାଲ୍ ବାଲାଟ୍ ନିମନ୍ତେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ରାଉଣ୍ଡ ଗଣତି ପରେ ରିଟର୍ଣ୍ଣିଂ ଅଧିକାରୀ ଫଳାଫଳ ଘୋଷଣା କରିବେ। ପ୍ରତ୍ୟେକ ରୁମ୍ ଓ ଟଏଲେଟ୍ ସାନିଟାଇଜ୍ କରାଯିବ।

ପ୍ରତ୍ୟେକ ଟେବୁଲ୍ ପାଇଁ ସିସିଟିଭି ଓ ଟିଭି ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ନିମନ୍ତେ ୨୨ଜଣ କାଉଣ୍ଟିଂ ସୁପରଭାଇଜର ,୨୨ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୪ଜଣ ମାଇକ୍ରୋ ଅବଜରଭର୍ ନିୟୋଜିତ ହୋଇଛନ୍ତି। ନଭେମ୍ବର ୬ ଓ ୮ତାରିଖରେ ନିୟୋଜିତ କର୍ମଚାରୀଙ୍କୁ କାଉଣ୍ଟିଂ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ,ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ ଓ ପ୍ରୀତୀଶ ନାୟକ, ସମସ୍ତ ସୁପରଭାଇଜର ,କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ତୁଟୁନି ଦଳୀୟ କନ୍ଦଳ : ତିର୍ତ୍ତୋଲ ବିଜେପି କାର୍ଯ୍ୟାଳୟରେ ଅସନ୍ତୁଷ୍ଟଙ୍କ ଭଙ୍ଗାରୁଜା : ୨ ଗିରଫ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବିଜେପିର ଦଳୀୟ କନ୍ଦଳକୁ ନେଇ ସବୁଠି ଚର୍ଚ୍ଚା। ଘରେ ନ ପଶୁଣୁ ଚାଳ ବାଜିଲାଣି ବୋଲି କୁହାଯାଉଛି। ସୂଚନାନୁଯାୟୀ ଗତକାଲି ସଂନ୍ଧ୍ୟା ପ୍ରାୟ ସାଢ଼େ ୭ଟା ୮ଟା ବେଳେ ତିର୍ତ୍ତୋଲ ଆନନ୍ଦମଣ୍ଡପ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ୪ଜଣ ଯୁବକ ହଠାତ୍ ମଣ୍ଡପ ଭିତରେ ପଶି ଗାଳିଗୁଲଜ କରିବା ସହିତ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ରଙ୍କ ରୁମ୍ କବାଟକୁ ଗୋଇଠା ମାରିଥିଲେ ପରେ ବୈଠକ ସ୍ଥଳକୁ ଯାଇ ଚେୟାର ଟେବୁଲ୍ ଭଙ୍ଗାରୁଜା କରିଥିବା କୁହାଯାଉଛି। ଏଥିସହିତ ଉକ୍ତ ମଣ୍ଡପର ମ୍ୟାନେଜରକୁ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି।  ଉକ୍ତ ଘଟଣାକୁ ନେଇ ଗତକାଲି ରାତିରେ ଆନନ୍ଦମଣ୍ଡପ ପକ୍ଷରୁ ମଣ୍ଡପର ମ୍ୟାନେଜର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଉକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଏମାନେ ଅସନ୍ତୁଷ୍ଟ ବିଜେପି କର୍ମୀ ବୋଲି କୁହାଯାଉଛି।

ସୂଚନାନୁଯାୟୀ କିଛିଦିନ ପୂର୍ବେ ଉକ୍ତ ୪ଜଣଙ୍କ ମଧ୍ୟରୁ ଜଣେ ଯୁବକ ଉକ୍ତ ମଣ୍ଡପ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପଶି ଗାଳିଗୁଲଜ କରିବା ସହିତ ମଣ୍ଡପ ସମ୍ମୁଖରେ ଥୁଆ ହୋଇଥିବା ଭୃଗୁ ବକ୍ସି ପାତ୍ରଙ୍କ ଗାଡିକୁ ଆକ୍ରମଣ କରିଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ଏନେଇ ନେଇ ମଣ୍ଡପ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ସେ ଗିରଫ ହୋଇ କୋର୍ଟ ଚାଲାଣ ହେବା ସହିତ ପରେ କୋର୍ଟରୁ ଜାମିନରେ ଆସିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲକୁ ଭୁଲିଯାଇଥିବା କଂଗ୍ରେସ ନେତା ଏବେ ପ୍ରଚାର ଦାୟିତ୍ବରେ : ବିରିତୋଳ ଓ ମୁଳସିଂରେ କର୍ମୀ ସମ୍ମିଳନୀ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲକୁ ଭୁଲି ଯାଇଛନ୍ତି ବୋଲି କୁହାଯାଉଥିବା କଂଗ୍ରେସ ନେତା ଏବେ ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଥିବା ଚର୍ଚ୍ଚାର ବିଷୟ ହୋଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ଓ ମୁଳସିଂ ପଞ୍ଚାୟତରେ କଂଗ୍ରେସର କର୍ମୀ ସମ୍ମିଳନୀ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ତିର୍ତ୍ତୋଲର ପୁର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ପହଞ୍ଚି କର୍ମୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିରିତୋଳ ଛକ ନିକଟରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ନିରଞ୍ଜନ ମୁଦୁଲି, ପ୍ରକାଶ ସାସମଲ, ଜିର୍ ବକ୍ସ ଖାଁ, ମାନସ ରଞ୍ଜନ ବେହେରା, ଇଦ୍ରିଶ ଖାଁ, ଅକ୍ତର ଅଲ୍ଲୀ, ଅଜୟ କୁମାର ମହାନ୍ତି, ମହେଶ୍ୱର ଜେନା, ନିହାର ରଞ୍ଜନ ପ୍ରଧାନ, ରଶ୍ମି ରଞ୍ଜନ ମୁଦୁଲି, ନବୀନ କୁମାର ବିଶ୍ବାଳ, ରବିନ୍ଦ୍ର କୁମାର ମଲ୍ଲିକ, ପ୍ରମୋଦ କୁମାର ସାସମଲଙ୍କ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୁଡାନ୍ତ ପ୍ରାର୍ଥୀ ତାଲିକା : ପ୍ରତ୍ୟାହାର କଲେନି କୌଣସି ପ୍ରାର୍ଥୀ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ୯ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି। ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ହେଲେ- ବିଜେଡି ଦଳରୁ ବିଜୟ ଶଙ୍କର ଦାସ , ବିଜେପି ଦଳରୁ ରାଜକିଶୋର ବେହେରା , କଂଗ୍ରେସ ଦଳରୁ ହିମାଂଶୁ ଭୂଷଣ ମଲ୍ଲିକ , ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା , ରବିନ୍ଦ୍ର ନାଥ ସେଠୀ , ରମେଶ ଚନ୍ଦ୍ର ମଲ୍ଲିକ , ସଚିତ୍ର ମଲ୍ଲିକ , ଗୋଲାପ ମଞ୍ଜରୀ ଭୋଇ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର ତିର୍ତ୍ତୋଲ ଅଫିସ୍ ଉଦଘାଟନ ଓ ମିଶ୍ରଣ ପର୍ବରେ ମହାଭାରତ: ଭଣ୍ଡୁର୍ ହେଲା ସଭା

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନର ତାତି ଦିନକୁ ଦିନ ବୃଦ୍ଧି ପାଇବା ସହିତ ଦଳୀୟ କନ୍ଦଳ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି ।ବୁଧବାର ଦିନ ତିର୍ତ୍ତୋଲ ବ୍ଲକ ଆନନ୍ଦ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଦଳୀୟ ମିଶ୍ରଣ ପର୍ବ ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ସଭାରେ ମହାଭାରତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକି ଅଧାରୁ ସଭା ଭଣ୍ଡୁର୍ ହେବା ସହ ରାଜ୍ୟ ଉପସଭାପତି ଓ ପ୍ରଭାରୀ ସଭାଛାଡି ପଳାଇଥିଲେ ବୋଲି କୁହାଯାଉଛି।

ସୂଚନାନୁଯାୟୀ ବୁଧବାର ଦିନ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ବିଜେପି ଦଳ ପକ୍ଷରୁ ନୂତନ ଅଫିସ୍ ଉଦଘାଟନ ଓ ମିଶ୍ରଣପର୍ବ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭା ଆରମ୍ଭ ହେବା କ୍ଷଣି କିଛି ଦଳୀୟ ଯୁବକ ହୋ ହାଲ୍ଲା କରିବା ସହିତ ଦଳୀୟ ନେତାମାନେ ତାଙ୍କପ୍ରତି ଅନ୍ୟାୟ କରିଛନ୍ତି, ବିଗତ ଦିନରେ ଦଳ ପକ୍ଷରୁ କର୍ମୀମାନଙ୍କୁ ଅଣଦେଖା କରାଯିବା ଓ ନବନିଯୁକ୍ତ ଜିଲ୍ଲା ପ୍ରଭାରୀଙ୍କୁ ଘୋର୍ ବିରୋଧକରି ହଙ୍ଗାମା କରିଥିଲେ। ଉପସ୍ଥିତ କିଛି ଦଳୀୟ କର୍ମୀଙ୍କ ହଙ୍ଗାମା ଯୋରଦାର୍ ହେବାରୁ ହାତାହାତି ଯାଏ ମଧ୍ୟ କଥାଯାଇଥିବା କୁହାଯାଉଛି। ଅପରପକ୍ଷରେ କିଛି ବିଜେପି କର୍ମୀଙ୍କ କହିବାନୂଯାୟୀ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିଲା ଯାହାକି ତିର୍ତ୍ତୋଲ ବିଜେପିରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ମଙ୍ଗଳବାର ଦିନ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିବା ନେଇ କିଛି କର୍ମୀଙ୍କ ମଧ୍ୟରେ ଏପରି ଅସନ୍ତୋଷର ନିଆଁ ସୃଷ୍ଟି ହୋଇଥିବା କୁହାଯାଉଛି। ତିର୍ତ୍ତୋଲ ବିଜେପିର ଏପରି ଘଟଣାକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି ବୋଲି କୁହାଯାଉଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ତଥା ତିର୍ତ୍ତୋଲ ବ୍ଲକ ପର୍ଯ୍ୟବେକ୍ଷଣ ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଓ ବିରିଡ଼ି ବ୍ଲକ ପର୍ଯ୍ୟବେକ୍ଷକ ଦିଲ୍ଲୀପ ମଲ୍ଲିକ, କଟକ ଜିଲ୍ଲା ବିଜେପି ସଭାପତି ତଥା ରଘୁନାଥପୁର ବ୍ଲକ ପର୍ଯ୍ୟବେକ୍ଷକ ପ୍ରକାଶ ବେହେରା, ପାରାଦ୍ଵୀପ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।