Categories
ବିଶେଷ ଖବର

ଉପନିର୍ବାଚନ ୨୦୨୦: ବାଜି ମାରିଲା ବିଜେଡି

ଭୁବନେଶ୍ବର: ରାଜ୍ୟର ଦୁଇ ଉପନିର୍ବାଚନରେ ବିଜେଡି ବାଜି ମାରିଛି। ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ଅନୌପଚାରିକ ଭାବେ ସିଏଇଓ ସୂଚନା ଦେଇଛନ୍ତି। ହେଲେ ଏନେଇ ରିଟର୍ନିଙ୍ଗ ଅଫିସର ବିଦ୍ଧିବଦ୍ଧ ଭାବେ ଫଳ ଘୋଷଣା କରିବେ ବୋଲି ସିଏଇଓ କହିଛନ୍ତି।

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧ ହଜାର ୭୦୩ ଭୋଟ୍‌ ଅଧିକ ପାଇଥିବା ବେଳେ ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍ ଅଧିକ ପାଇଛନ୍ତି।

ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତିର୍ତ୍ତୋଲ ଆସନ ପାଇଁ ବିଜେଡି ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନରେ ବିଜେଡି ବିଷ୍ଣୁ ଚରଣ ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଷ୍ଣୁ ଚରଣ ଦାସ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ଠାରୁ ୩୫ ହଜାର ୪୪୮ ଖଣ୍ଡ ଭୋଟ୍‌ ପାଇଁ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ।

ଅପରପକ୍ଷରେ ଜିତିଥିବା ଆସନରେ ବିଜେପିକୁ ନିରାଶ ହେବାକୁ ପଡିଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ମୃତ୍ୟୁ ପରେ ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ନିରାଶ ହେବାକୁ ପଡିଛି। ଏଠାରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

୨୦୧୯ ନିର୍ବାଚନରେ ମଦନ ମୋହନ ଦତ୍ତ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ଭାବରେ ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ। ସେ ଏହି ନିର୍ବାଚନରେ ମୋଟ୍‌ ୭୪ ହଜାର ୮୧୫ ଖଣ୍ଡ ଭୋଟ୍‌ ପାଇଁ ବିଜୟୀ ହୋଇଥିଲ। ତେବେ ତାଙ୍କର ମୃତ୍ୟୁ ପରେ ବିଜେଡି ଏଠାରେ ସ୍ବରୂପ ଦାଶଙ୍କୁ ପ୍ରାର୍ଥୀ କରିଥିଲା। ଅପରପକ୍ଷରେ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ବିଜେପି ଏଠାରେ ପ୍ରାର୍ଥୀ କରିଥିବାବେଳେ ବିଜେପିକୁ ନିରାଶ ହେବାକୁ ପଡିଛି।

ବିଜେଡିରେ ସାଙ୍ଗଠାନିକ ସ୍ଥିତି ଓ ଦଳୀୟ ନୀତି ଯୋଗୁଁ ବିଜେଡି ନିଜର ଜୟଯାତ୍ରା ଜାରିରଖିଛି। ତିର୍ତ୍ତୋଲ ଆସନଟି ପୂର୍ବରୁ ବିଜେଡିର ଥିବାବେଳେ ସେଠାରେ ସେ ସ୍ଥିତି ଦୃଢ କରିଛି। ତେବେ ବାଲେଶ୍ବର ସଦରରେ ବିଜେପିଠାରୁ ଆସନ ଛଡାଇ ନେଇଛି ବିଜେଡି। ବାଲେଶ୍ବର ସଦରରେ ଦଳୀୟ କନ୍ଦଳ ଥିବା ସତ୍ତ୍ବେ ବିଜେଡି ସେହି ଆସନରେ ବାଜିମାତ୍‌ କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ନବମ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ଆଗୁଆ

ରମେଶ ମହାନ୍ତି

ତିର୍ତ୍ତୋଲ : ରାଜ୍ୟର ଦୁଇଟି ଉପନିର୍ବାଚନର ଫଳାଫଳ ପାଇଁ ଭୋଟ୍‌ଗଣତି ଜାରି ରହିଛି । ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ ରହିଛି । ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ ରହିଛି । 9ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି 14 ହଜାର 561 ଭୋଟ୍‌ରେ ଆଗୁଆ ରହିଛି । 9ମ ରାଉଣ୍ଡ ସୁଦ୍ଧା ବିଜେଡିକୁ 32 ହଜାର 075ଟି ଭୋଟ୍‌ ହାତେଇଥିବାବେଳେ ବିଜେପିକୁ 17 ହଜାର 514 ଓ କଂଗ୍ରେସକୁ 6835ଟି ଭୋଟ୍‌ ମିଳିଥିବାର ସୂଚନା ରହିଛି ।

ସୂଚନାଯୋଗ୍ୟ, ତିର୍ତୋଲରେ ବିଜେଡ଼ିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଥିବାବେଳେ  ବାଲେଶ୍ୱରରେ ବିଜେଡ଼ିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ ଓ କଂଗ୍ରେସରୁ ମମତା କୁଣ୍ଡୁ ଲଢ଼ୁଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ଫଳାଫଳ : ତିର୍ତ୍ତୋଲ ଓ ବାଲେଶ୍ବରରେ ବିଜେଡି ଆଗୁଆ

ଭୁବନେଶ୍ବର : ଆଜି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଅନୁଷ୍ଠିତ ହେଉଛି । ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବାଲେଶ୍ବର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ ରହିଛି । ପୋଷ୍ଟାଲ୍‌ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି ।  ବାଲେଶ୍ବର ବିଧାନସଭାରେ ବିଜେଡି ଆଗୁଆ ରହିଛି । ପୋଷ୍ଟାଲ ବାଲାଟ ସହ ପ୍ରଥମ ରାଉଣ୍ଡ ଭୋଟ୍‌ 7184 ଭୋଟ୍‌ ରହିଛି । ବିଜେଡିକୁ 3427 ଓ ବିଜେପିକୁ 2812ଟି ଭୋଟ୍‌ ମିଳିଛି । ସେହିପରି ତିର୍ତ୍ତୋଲରେ ମଧ୍ୟ ବିଜେଡି ଆଗୁଆ ରହିଛି । 2ୟ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲ୍‌ରେ ବିଜେଡି 3310 ଭୋଟ୍‌ରେ ଆଗୁଆ ରହିଛି । ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ 7867 ଭୋଟ୍‌ ମିଳିଥିବାବେଳେ  ବିଜେପିକୁ 4557 ଓ କଂଗ୍ରେସକୁ 1057 ଭୋଟ୍‌ ମିଳିଥିବାର ସୂଚନା ରହିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ତିର୍ତ୍ତୋଲ ଦଖଲ ପାଇଁ ବିଜେଡିର ଚକ୍ରବ୍ୟୁହ : ୬୧ ପଞ୍ଚାୟତ ପାଇଁ ୪୨ ନେତାଙ୍କୁ ଦାୟିତ୍ୱ

ରମେଶ ମହାନ୍ତି

ଜଗତସିଂହପୁର : ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। । ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଗତ ୩ଟି ନିର୍ବାଚନରେ ବିଜେଡ଼ି ଦଖଲରେ ରହିଛି। ରବିନ୍ଦ୍ର ନାଥ ଭୋଇ, ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଚରଣ ଦାସ ୩ଟି ନିର୍ବାଚନରେ ଦଳର ବିଜୟ ପତାକା ଏଠାରେ ଉଡ଼ାଇଛନ୍ତି। ମାତ୍ର ଏବେ ବିଷ୍ଣୁଙ୍କ ପରଲୋକ ପରେ ଅନୁଷ୍ଠିତ ହେବାକୁଥିବା ଉପନିର୍ବାଚନରେ ପୁଣିଥରେ ବିଜେଡି ବାଜି ମାରିବାକୁ ଆରମ୍ଭ କରିଛି ଚକ୍ରବ୍ୟୁହ। ପରଲୋକଗତ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ଯଦିଓ ଦଳୀୟ ପ୍ରା୍‍ର୍ଥୀ ନାମାଙ୍କନପତ୍ର ଦାଖଲ କରି ନାହାନ୍ତି, ଦଳ କିନ୍ତୁ ଢ଼େର ଦିନ ପୂର୍ବରୁ ଏଥିପାଇଁ ଆରମ୍ଭ କରିଛି ବିଜୟ ଯୋଜନା।

ତିର୍ତୋଲ ନିର୍ବାଚନମଣ୍ଡଳୀ ଅଧିନସ୍ଥ ବିରିଡ଼ି ବ୍ଲକର ୨୧, ରଘୁନାଥପୁର ୧୯ ଓ ତିର୍ତୋଲ ବ୍ଲକ୍‍ ୨୧ ପଞ୍ଚାୟତ ନିମନ୍ତେ ମୋଟ ୪୦ ଜଣ ଦଳୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି ।ଏ ମାନଙ୍କ ବ୍ୟତୀତ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ତିର୍ତୋଲ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କେନ୍ଦ୍ରୀୟ ଟିମରେ ରଖାଯାଇଛି।

ମୋଟ ଉପରେ ବର୍ତମାନ ସୁଦ୍ଧା ୩ ବ୍ଲକର ୬୧ ପଞ୍ଚାୟତ ନିମନ୍ତେ ୩୯ଜଣ ନେତା ଦଳର ବିଜୟ ନିମନ୍ତେ ଦାୟିତ୍ୱ ନେଇଛନ୍ତି। ଏହି ନେତାମାନେ ବିଭିନ୍ନ ପଞ୍ଚାୟତରେ ଦଳର ସଙ୍ଗଠନକୁ ଅନୁଧ୍ୟାନ କରିବେ ଓ ନିର୍ବାଚନ ପ୍ରଚାର ନିମନ୍ତେ ଦଳୀୟ କର୍ମୀଙ୍କୁ ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।  ଗତ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ଏଠାରୁ ୪୦ ହଜାରରୁ ଅଧିକ ଭୋଟରେ ପ୍ରତିପକ୍ଷ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ଏବେ ବିଜେପିର ତତକାଳୀନ ପ୍ରାର୍ଥୀ

ରମାକାନ୍ତ ଭୋଇ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ସ୍ଥିତିରେ  ପୂର୍ବାପେକ୍ଷା ଅଧିକ ବ୍ୟବଧାନରେ ବିଜୟୀ ହେବ ବୋଲି ବିଜେଡ଼ି ଆଶା ବାନ୍ଧିଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଉପନିର୍ବାଚନ ରେକର୍ଡ଼ ଦେଖିଲେ ବିଜେଡ଼ି ପ୍ରାୟତଃ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛି । ଆଗାମୀ ନିର୍ବାଚନରେ ମଧ୍ୟ ଦଳ ବିଜୟୀ ହେବ ବୋଲି ଆକଳନ କରିଛି । ତଥାପି କୌଣସି ପରିସ୍ଥିତିରେ କୌଣସି ନିର୍ବାଚନକୁ ହାଲୁକା ଭାବରେ ଦଳ ନେଇ ନାହିଁ ଓ ଏହି କ୍ରମରେ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି।

ତିର୍ତୋଲ ବ୍ଲକର ୨୧ ପଞ୍ଚାୟତ ନିମନ୍ତେ ଟିମ୍‍ ଲିଡ଼ର ରହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ। ତାଙ୍କ ଅଧୀନରେ ଆଉ ୧୧ ଜଣ ନେତାଙ୍କୁ ବିଭିନ୍ନ ପଞ୍ଚାୟତ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ବିଧାୟକ ଶଶିଭୂଷଣ ବେହେରା, ସମ୍ବିତ ରାଉତରାୟଙ୍କ ସହ ଜନ୍ମେଜୟ ଲେଙ୍କା, ପୂର୍ଣ୍ଣ ସ୍ୱାଇଁ, ପ୍ରମୋଦ ଜେନା, ଜ୍ୟୋତିଷ ଦାସ, ସନ୍ତୋଷ ପଟ୍ଟନାୟକ, ବସନ୍ତ ବିଶ୍ୱାଳ, ସବିତା ମହାପାତ୍ର, ଯୁଗଳ କିଶୋର ନାୟକ, ସଞ୍ଜୟ ଅଗ୍ରୱାଲ ତିର୍ତୋଲ ବ୍ଲକ୍‍ ଦାୟିତ୍ୱରେ ରହିିଥିବା ଜଣାପଡ଼ିଛି।

ବିରିଡ଼ି ବ୍ଲକ୍‍ ନିମନ୍ତେ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କୁ ଦିଆଯାଇଛି ଟିମ୍‍ ଲିଡ଼ର ଦାୟିତ୍ୱ। ଏହି ଦଳରେ ମନ୍ତ୍ରୀ ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, ଦେବୀରଞ୍ଜନ ତ୍ରିପାଠୀ, ରମେଶ ବେହେରା, ସାରଦା ପ୍ରସାଦ ଜେନା ଅଭିନେତା ଅରିନ୍ଦମ ରାୟ, ସ୍ୱାଧୀନ ନାୟକ ଏହି ଟିମରେ ରହିଛନ୍ତି।

ରଘୁନାଥପୁର ବ୍ଲକ ଟିମ୍‍ ଲିଡ଼ର ଭାବରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କୁ କରାଯାଇଛି ଟିମ ଲିଡ଼ର। ଏହି ଟିମରେ ଆହୁରି ୧୨ ଜଣଙ୍କୁ ତାଙ୍କ ସହଯୋଗ ନିମନ୍ତେ ଦାୟିତ୍ଵ ଦିଆଯାଇଛି । ବିଧାୟକ ପ୍ରଶାନ୍ତ ବେହେରା, ପ୍ରୀତିରଞ୍ଜନ ବେହେରା, ବିଶ୍ୱରଞ୍ଜନ ମହାନ୍ତି, ମୁନ୍ନା ଖାଁ, ସୌଭାଗ୍ୟ ନାୟକ, ଦିବାକର ପାତ୍ର, କିଶୋର ତରାଇ, ରାଜା ଚକ୍ର, କୈଳାସ ପରିଡ଼ା, ବିଦ୍ୟାଧର ସ୍ୱାଇଁ, କିଶୋର ନାୟକ, ଦୁର୍ଗା ସାମନ୍ତରାୟଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ଦେଲା ଟିକେଟ

ଭୁବନେଶ୍ବର :  ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ  ପ୍ରାର୍ଥୀ ଘୋଷଣା କଲା ବିଜେଡି । ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ବର ସଦର ପାଇଁ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଛି । ତିର୍ତ୍ତୋଲରେ  ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପୁଅ।

ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା ।ବିଜେପି ତରଫରୁ ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ସେହିପରି ତିର୍ତ୍ତୋଲ ପାଇଁ ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି  ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 10 ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର ।

 

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଆକ୍ରାନ୍ତ ଜଣକ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା କ୍ୱାରେଣ୍ଟାଇନ୍ ସେଣ୍ଟରରୁ  ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି। ତାଙ୍କୁ ଭୁବନେଶ୍ବର କିମସ୍ କୋଭିଡ୍ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗତ 19 ତାରିଖରେ ତିର୍ତ୍ତୋଲ୍‌ ବ୍ଲକର 5ଟି ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବାବେଳେ ସେଥିମଧ୍ୟରୁ 4ଟି ନେଗେଟିଭ୍‌ ଆସିଥିବାବେଳେ ଗୋଟିଏ ପଜିଟିଭ ଆସିଛି ।  ସୂଚନାଯୋଗ୍ୟ, ଜିଲ୍ଲାରେ ଏବେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 31କୁ ବୃଦ୍ଧି ହୋଇଥିବାବେଳେ 5 ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାରେ 26ଟି ସକ୍ରିୟ ମାମଲା ରହିଛି ।