Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Lok Sabha Elections 3rd Phase: ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ

Lok Sabha Elections 3rd Phase: ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୩ଟି ସଂସଦୀୟ କ୍ଷେତ୍ରରେ ରାତି ୮ଟା ସୁଦ୍ଧା ୬୧.୪୫ ପ୍ରତିଶତ ମତଦାନ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲେ ମଧ୍ୟ ଅନେକ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

କେତେକ ଅଞ୍ଚଳରେ ଗରମ ପାଗ ଅନୁଭୂତ ହୋଇଥିଲେ ମଧ୍ୟ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମତଦାତାମାନେ ଉତ୍ସାହର ସହ ମତଦାନ କେନ୍ଦ୍ରରେ ମତଦାନ କରିବା ପାଇଁ ଅଂଶଗ୍ରହଣ କରିଥିଲେ।

ନିର୍ବାଚନ ଆୟୋଗ ଏହି ପର୍ଯ୍ୟାୟଠାରୁ ମତଦାତାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରମୁଖ ଟେଲିକମ୍ ସେବା ପ୍ରଦାନକାରୀଙ୍କ ସହାୟତାରେ ଜାତୀୟ ଓ ରାଜ୍ୟ ଆଇକନମାନଙ୍କ ଠାରୁ ଏସ୍ଏମ୍ଏସ୍ ଆଲର୍ଟ, ହ୍ୱାଟ୍ସଆପ୍ ମେସେଜ୍ ଏବଂ ଭଏସ୍ କଲ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୨୮୩ଟି ସଂସଦୀୟ କ୍ଷେତ୍ରରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇଛି ।ଏହି ପର୍ଯ୍ୟାୟରେ ମୋଟ ୧୩୩୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କଟକ, ପୁରୀ, ଭୁବନେଶ୍ବର ଏବଂ ସମ୍ବଲପୁର ପରି ଛଅଟି ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଆଜି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଏହି ବିଜ୍ଞପ୍ତି ସକାଳୁ ପ୍ରକାଶ ପାଇଛି। ଏଥିରେ ଓଡିଶାର ଛଅଟି ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡିଶାର ତୃତୀୟ ପର୍ଯ୍ୟାୟରେ ଯେଉଁ ଲୋକସଭା ଆସନରେ ନିର୍ବାଚନ ହେବ ସେଗୁଡିକ ହେଲା ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବର। ଏଥିସହିତ ଏହି ଲୋକସଭା ନିର୍ବାଚନ ମଣ୍ଡଳି ଅଧିନରେ ଥିବା ବିଧାନସଭା ଆସନଗୁଡିକରେ ମଧ୍ୟ ନିର୍ବାଚନ ହେବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ 25 ତାରିଖରେ ଅନୁଷ୍ଠିତ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା 6 ମେ। ସେହିପରି 7 ମେ ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ହେଉଛି 9 ମେ।