Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ଦ୍ଵିତୀୟ ଝଟକା: ସୁସ୍ମିତା ଦେବଙ୍କ ପରେ ତ୍ରିପୁରାର କାର୍ଯ୍ୟକାରୀ ସଭାପତି ପୀୟୁଷ କାନ୍ତି ଦେଲେ ଇସ୍ତଫା

ଅଗରତାଲା: ଏକ ସପ୍ତାହ ମଧ୍ୟରେ କଂଗ୍ରେସକୁ ଦ୍ଵିତୀୟ ଝଟକା ଲାଗିଛି। ବର୍ତ୍ତମାନ ତ୍ରିପୁରା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀୟୁଷ କାନ୍ତି ବିଶ୍ଵାସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, “ଏହି ପଦରୁ ଇସ୍ତଫା ଦେବା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ମୋତେ ସୋନିଆ ଗାନ୍ଧୀଙ୍କୁ ଦଳର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ କୃତଜ୍ଞ। ମୁଁ ରାଜନୀତିରୁ ଅବସର ନେଉଛି ଏବଂ ମୋର ବୃତ୍ତିକୁ ଫେରିବାକୁ ଚାହୁଁଛି।ପୀୟୂଷ ବୃତ୍ତିରେ ଜଣେ ଓକିଲ ଅଟନ୍ତି।

କିଛି ଦିନ ପୂର୍ବରୁ ମହିଲା କଂଗ୍ରେସ ସଭାପତି ସୁସ୍ମିତା ଦେବ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ବିଶ୍ଵାସଙ୍କୁ ସୁସ୍ମିତା ଦେବଙ୍କ ନିକଟତର ବିବେଚନା କରାଯାଏ। ସୂତ୍ରରୁ ପ୍ରକାଶ ଯେ ବିଶ୍ଵାସ ମଧ୍ୟ ଦେବଙ୍କ ପରି ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି। ସୁସ୍ମିତା ଦେବ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ଥିଲେ। ସେ ଟିଏମସିରେ ଯୋଗ ଦେଇଛନ୍ତି।