Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୁଜଙ୍ଗ ପୁଲିସର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କଲା ମନ୍ଦିର ପରିଚାଳନା କମିଟି

କୁଜଙ୍ଗ: କୁଜଙ୍ଗ ଥାନା ସନ୍ତରା (କୃଷ୍ଣଚନ୍ଦ୍ରପୁର) ସ୍ଥିତ ଅଂଚଳର ହଜାର ହାଜର ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପୀଠ ସ୍ଥାନୀୟ ଶିରିଡିସାଇ ମନ୍ଦିରରୁ ଚୋରୀ ହୋଇଥିବା ବାବାଙ୍କର ନୀତିକାନ୍ତିରେ ବ୍ୟବହୃତ ଅଳଙ୍କାର ଓ ହୁଣ୍ଡିରୁ ଲୁଟ ନଗଦ ଟଙ୍କା ଅଭିଯୋଗର କିଛିଘଂଟା ମଧ୍ୟରେ ପୁଲିସ ଉଦ୍ଧାର କରିବାନେଇ ଆଜି ପରିଚାଳନା କମିଟି ସାମ୍ବାଦିକ ଜରିଆରେ ପୁଲିସର ତାରିଫ କରିଛି। ବିଗତ ଦିନରେ କୁଜଙ୍ଗ ପୁଲିସ ଉପରେ ଲୋକମାନଙ୍କର ଭରଷା ତୁଟି ଯାଇଥିଲା। ମାତ୍ର ଏହି ଘଟଣାରେ କୁଜଙ୍ଗର ନୂତନ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ଓ ସହଯୋଗୀଙ୍କ ତତକ୍ଷଣାତ ପଦକ୍ଷେପ ଫଳରେ ପୁଣି କୁଜଙ୍ଗ ପୁଲିସ ପ୍ରତି ଲୋକମାନଙ୍କର ବିଶ୍ୱାସ ଓ ଭରଷା ଫେରିଛି ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ଆଜି ପୂର୍ବାହ୍ନ ସମୟରେ ମନ୍ଦିର ପରିଚାଳନା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟି ଉପସଭାପତି ଖଗେଶ୍ୱର ସାହୁ, କୋଷାଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାମନ୍ତରାୟ, ସଦସ୍ୟ ସୁକାନ୍ତ ପରିଡା ଏହି ଅବସରରେ କୁଜଙ୍ଗ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ଦାଶ ଓ ତାଙ୍କର ସହଯୋଗୀ ମାନଙ୍କର ଉପସ୍ଥିତ ବୁଦ୍ଧି, ନିଷ୍ଠା, ଆନ୍ତରିକତା ଯୋଗ ଏହା ସମ୍ଭବ ହୋଇଥିବା କହିଥିଲେ। ସେମାନେ ପ୍ରକାଶ କରିଥିଲେ ଯେ, ଗତ ବୁଧବାର ବିଳମ୍ବିତ ରାତିରେ ମନ୍ଦିରରେ ପୂର୍ବରୁ ରୋଷେୟା ଭାବେ କାର୍ଯ୍ୟକରି ବିଶୃଙ୍ଖଳିତ ତଥା ଅସାମାଜିକ କାର୍ଯ୍ୟକଳାପ ପାଇଁ ତଡାଖାଇଥିବା କୁଜଙ୍ଗ ଥାନା କୋଚିଳାବେଦୀ ଗ୍ରାମର ଦେବେନ୍ଦ୍ର ପଣ୍ଡା ବିଳମ୍ବିତ ରାତିରେ ନିଜ ଗାମୁଛାରେ କିଛି ଜିନିଷ ସନ୍ଦେହଜନକ ଭାବେ ନେଇ ମନ୍ଦିର ପରିସର ମଧ୍ୟରୁ ପଳାଉଥିବାବେଳେ ମନ୍ଦିରର ପୂଜକ ବାହାରକୁ ଉଠିଥିବା ବେଳେ ଦେଖିଥିଲେ। ତାଙ୍କ ପାଖକୁ ଯାଇ ଏଠାରେ ଏତେ ରାତିରେ କଣ କରୁଛୁ ବୋଲି ପ୍ରଶ୍ନ କରିଥିଲେ। ମାତ୍ର ସେ ଫୁଲ ତୋଳିବାକୁ ଆସିଥିବା କହିବା ସହିତ ସନ୍ଦିଗ୍ଧଭାବେ ସେଠାରୁ ଦୌଡି ପଳାଇ ଯାଇଥିଲେ।

ପରଦିନ ସକାଳେ ମନ୍ଦିରରେ ବାବାଙ୍କ ଦୈନନ୍ଦିନ ନୀତିତିକାନ୍ତିରେ ବ୍ୟବହୃତ ତିନିଲକ୍ଷ ଟଙ୍କାରୁ ଉର୍ଦ୍ଧ ବିଭିନ୍ନ ଅଳଙ୍କାର, ହୁଣ୍ଡି ଭଙ୍ଗାଯାଇ ନଦଟ ଟଙ୍କ।। ଓ ଭୋଗ ଦୋକାନ କ୍ୟାସରୁ ନଗଦ ଟଙ୍କା ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଗୁରୁବାରଦିନ ସକାଳ ୭ଟା ସମୟରେ ଥାନାରେ ଅଭିଯୋଗ କରାଯାଇଥିଲା।

ତେବେ ଅଭିଯୁକ୍ତର ମୋବାଇଲ ନମ୍ବରକୁ ଟ୍ରାକ କରିବାଫଳରେ ସେ ରାହାମାରେ ଥିବା ମୀନକେତନ ପରିଡାଙ୍କ ଚାହା ଦୋକାନରେ ଥିବା ଜଣାପଡ଼ିଥିଲା। ଫଳରେ କାଳ ବିଳମ୍ବ ନକରି କୁଜଙ୍ଗ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ, ସହକାରୀ ଅଧିକାରୀ ବିଶ୍ୱଯିତ ଗଡନାୟକ ପ୍ରମୁଖ ଯାଇ ତାଙ୍କୁ ଧରିଥିଲେ। ରାହମାର ଚାହା ଦୋକାନୀ ମଧ୍ୟ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଜାଣିବାପରେ ତାକୁ ମଧ୍ୟ ଗିରଫ କରାଯାଇଥିଲା।

ପରେ ସେମାନଙ୍କର ଠାରୁ ଚୋରୀ ହୋଇଥିବା ସମସ୍ତ ଅଳଙ୍କାର, ନଗଦ ଅର୍ଥ ରାଶିକୁ ପୁଲିସ ଆଦାୟ କରିଥିଲା। ଏହି ଅଭିଯୁକ୍ତମାନେ ପୂର୍ବରୁ ଏହିଭଳି ଏକାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ଟୁଇଟରରେ ଅଭିଯୋଗ ପରେ ବାଣପୁର ବିଡ଼ିଓଙ୍କ ତ୍ୱରିତ ପଦକ୍ଷେପ, ମରାମତି ହେଲା ନଳକୂପ ପ୍ଲାଟଫର୍ମ

ସୀତାରାମ ଅଗ୍ରୱାଲ

ବାଣପୁର: ଗ୍ରୀଷ୍ମ ଦିନରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ନିର୍ମାଣ କରାଯାଇଥିବା ନଳକୂପ ଗୁଡିକ ଯେପରି ଖରାଦିନେ କାର୍ଯ୍ୟକ୍ଷମ ରହିବ ସରକାରଙ୍କ କଡା ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏହା ମରାମତି ନ ହେବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଜନ ସାଧାରଣ କୌଣସି ଅସୁବିଧାକୁ ସ୍ଥାନୀୟ ପ୍ରଶାସନକୁ ନ ଜଣାଇ ସିଧା ସଳଖ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରୁଥିବା ନଜରକୁ ଆସୁଛି।

ଖବରରୁ ଜଣାଯାଇଛି ବାଣପୁର ବ୍ଲକ ଅଧିନସ୍ଥ ବିଷ୍ଣୁଡିହ ଗ୍ରାମପଞ୍ଚାୟତର ଏକ ନଳକୂପ କାର୍ଯ୍ୟକ୍ଷମନଥିବା ଜନୈକ ବ୍ୟକ୍ତି ଟୁଇଟର ମାଧ୍ୟମରେ ସମ୍ପୃକ୍ତ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ପାନୀୟ ଜଳ ବିଭାଗ ଯନ୍ତ୍ରୀଙ୍କୁ ଏହାର ମରାମତି ନିମନ୍ତେ ନିର୍ଦେଶ ଦେଇଥିଲେ ଏବଂ କ୍ଷେତ୍ର ପରିଦର୍ଶନ କରିଥିଲେ।

ତେବେ ତଦନ୍ତରୁ ଜଣାପଡିଥିଲା ଯେ ସମ୍ପୃକ୍ତ ନଳକୂପ କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ ଏହାର ପ୍ଲାଟଫର୍ମ ନଷ୍ଟ ହୋଇଯାଇଛି। ତତକ୍ଷଣାତ ଉକ୍ତ ନଳକୂପର ପ୍ଲାଟଫର୍ମ ନିର୍ମାଣ ହୋଇଯାଇଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ଜଣାଇବା ସହ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ ପ୍ରତି ପଞ୍ଚାୟତରେ ଏକ ଅଭିଯୋଗ ରେଜିଷ୍ଟର ରଖିବାକୁ ପିଇଓ ମାନଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି। ପଞ୍ଜିକୃତ ହୋଇଥିବା ଅଭିଯୋଗକୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଯଥାଶୀଘ୍ର ବ୍ଲକ ପ୍ରଶାସନକୁ ଅବଗତ କରି ତାହାର ତ୍ୱରିତ ସମାଧାନ କରିବାକୁ କଡା ନିର୍ଦେଶ ଦେଇଛନ୍ତି ବିଡ଼ିଓ।

Categories
ଆଞ୍ଚଳିକ

ଖୋର୍ଦ୍ଧା ସିଡ଼ିଏମଓଙ୍କ ତ୍ୱରିତ ପଦକ୍ଷେପ, ବାଣପୁର ମେଡିକାଲରେ ଯୋଗ ଦେବେ ଦୁଇ ନୂତନ ଡାକ୍ତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମସ୍ୟା ନେଇ ଏକାଧିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆକ୍ଟିଭ ମୋଡ଼କୁ ଆସିଛନ୍ତି।

ଶ୍ରୀ ନାୟକ ଆଜି ବାଣପୁର ମେଡିକାଲ ପାଇଁ ଦୁଇ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଡ଼ା ଆଶୁତୋଷ ବିଶୋଇ ଏବଂ ଡ଼ା ପ୍ରିତିଶ ଧଳ ମେଣ୍ଢାଶାଳ ସିଏଚସିରୁ ବାଣପୁର ସିଏଚସିକୁ ବଦଳି ହୋଇଛନ୍ତି। ବାଣପୁର ଡାକ୍ତରଖାନାରେ ଏକାଧିକ ସମସ୍ୟା ଥିବାବେଳେ ଡାକ୍ତର ନିଯୁକ୍ତି ପ୍ରମୁଖ ଦାବି ଥିଲା।

ତେବେ ଖୁବଶୀଘ୍ର ଉକ୍ତ ମେଡିକାଲକୁ ଖାଲି ପଡ଼ିଥିବା ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ବୋଲି ସିଡ଼ିଏମଓ କହିଛନ୍ତି।