Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କିସିଣ୍ଡା ଥାନା ଅଧିନରେ ଥିବା ହରିଜନ ମହିଳାଙ୍କ ଜମି ଫେରାଇବା ଦାବିରେ ଥାନା ସମ୍ମୁଖରେ ଧାରଣା

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅଧିନରେ ଥିବା ଜଣେ ହରିଜନ ମହିଳାଙ୍କ ଏକ ଜମିକୁ ସରକାର ଫେରାଇବା ଦାବିରେ  ସଂପୃକ୍ତ ମହିଳା ଆଜି କିସିଣ୍ଡା ଥାନା ସମ୍ମୁଖରେ ସକାଳ ୯ ଟାରୁ ଧାରଣାରେ ବସିଥିଲେ। କିସିଣ୍ଡା ଥାନାର ଅଧିକାରୀ ରାମେଶ୍ୱର ସିଂ ଧାରଣା ସ୍ଥଳକୁ ଯାଇ ଧାରଣାରେ ବସିଥିବା ମହିଳାକୁ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ କରାଯିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମହିଳା ଜଣଙ୍କ ଧାରଣାରୁ ଓହରି ଯାଇଥିଲେ।

ସୂଚନା ଯୋଗ୍ୟଯେ, କିସିଣ୍ଡା ଗ୍ରାମର ବିଶାଖା ପାଇକଙ୍କ ପିତାଙ୍କ ନାମରେ କିସିଣ୍ଡା ମୌଜା ଖାତା ନଂ-୯ ରୁ ୭.୬୦ ଡିସିିମିଲ ଜମିରୁ ପ୍ଲଟ୍ ନଂ-୩୦୦୯ ରୁ ୦.୧୨ ଡିସିମିଲ୍ ଓ ପ୍ଲଟ୍ ନଂ-୩୦୧୦ ରୁ ୦.୦୭ ଡି ଜାଗାକୁ କିସିଣ୍ଡା ଥାନା ଜୋର ଜବର ଦସ୍ତି ଅକ୍ତିଆରରେ ରଖି ଲୁହାତାର ବାଡ ଦେଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗକାରିଣୀ ବିଶାଖା ପାଇକ କହିବା ମୁତାବକ ୨୦୧୫ ମସିହାରେ ନାକଟିଦେଉଳ ତହସିଲ୍‌ଦାର, କିସିଣ୍ଡା ରାଜସ୍ୱ ନିରୀକ୍ଷକ, କିସିଣ୍ଡା ଥାନା ଅଧିକାରୀଙ୍କ  ଉପସ୍ଥିତିରେ ସେହି ଜାଗା ବଦଳରେ ଅନ୍ୟ ଏକ ଜାଗା ତାଙ୍କ ନାମରେ ପଟ୍ଟା କରିଦେବାକୁ ପ୍ରତିଶୃତି ଦେଇଥିଲେ। ଏପରିକି ମହିଳା ଜଣଙ୍କ ଜମି ଫେରାଇବା ଦାବିରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ମହିଳା ଜଣଙ୍କ ଦଖଲରେ ଥିବା ଖାତା ନଂ ୧୮୬ ର ପ୍ଲଟ୍ ନଂ ୩୦୦୫ ଓ ୩୨୪୦ ରୁ ମୋଟ୫୩ ଡିସିମିଲ୍ ଜାଗାକୁ  ତାଙ୍କ  ନାମରେ ପଟ୍ଟା କରିବାକୁ ୨୧/୧/୨୦୧୫ ରେ ତାଙ୍କ ନାମରେ ନୋଟିସ୍ ଆସିଥିଲା ଏବଂ ଜୋରିମାନା ମଧ୍ୟ ଦେଇଥିଲେ ମହିଳା ଜଣଙ୍କ।

ଜମି ଫେରାଇବା ଦାବିରେ ମହିଳା ଜଣଙ୍କ ସେ ସମୟରେ ସମ୍ବଲପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଥାନାଧିକାରୀ, ରେଢାଖୋଲ ଉପଜିଲ୍ଲାପାଳ ଆଦିଙ୍କୁ ମଧ୍ୟ ଲିଖିତା କାରାରେ ଜଣାଇଥିଲେ। ହେଲେ ତାଙ୍କ କଥାକୁ କେହି ବି ଶୁଣୁ ନ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ସରକାରୀ ଅଧିକାରୀଙ୍କ ପ୍ରତିଶୃତି ମୁତାବକ ୫୩ ଡିସିମିଲ୍ ଜାଗା ମହିଳା ଜଣଙ୍କ ନାମରେ ପଟ୍ଟା  କରା ନ ଗଲେ  ସେ ଅପ୍ରେଲ ୫ ରେ କିସିଣ୍ଡା ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଧମକ ଦେଇଥିଲେ।