Categories
ଆଜିର ଖବର ଜାତୀୟ ଖବର

୨୦୦ଟି ସ୍ଥାନରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳା

ଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କ୍ୟାରିଅର୍‌କୁ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବ୍ୟବହାରିକ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କୌଶଳ ଭାରତ ମିଶନର ଅଂଶ ଭାବରେ ୧୧ ଜୁଲାଇ, ୨୦୨୨ରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ (ଶିକ୍ଷାନବୀଶତା) ମେଳା ଆୟୋଜିତ କରିବ। ଏ ପର୍ଯ୍ୟନ୍ତ ୧,୮୮,୪୧୦ ଆବେଦକ ଆପ୍ରେଂଟିସ୍‌ସିପ୍ ମେଳାରେ ଭାଗ ନେଇଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ପ୍ଲାଟଫର୍ମ (ମଂଚ)ରେ ୬୭,୦୩୫ ଆପ୍ରେଂଟିସ୍‌ସିପ୍ ପ୍ରଦାନ କରା ଯାଇଛି। ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ୩୬ଟି କ୍ଷେତ୍ର ଏବଂ ୧୦୦୦ରୁ ଅଧିକ କମ୍ପାନୀ ସମୂହ ଏବଂ ୫୦୦ଟି ବିଭିନ୍ନ ପ୍ରକାରର ଟ୍ରେଡ୍ (ବିଭାଗ) ସାମିଲ୍ ହେବେ। ଏମ୍‌ଏସ୍‌ଡିଇ ୨୦୦+ଟି ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବ, ଯାହା ଫଳରେ ଆବେଦକ ମାନଙ୍କୁ ଆପ୍ରେଂଟିସ୍‌ସିପ୍ ପ୍ରଶିକ୍ଷଣ ମାଧ୍ୟମରେ ନିଜ କ୍ୟାରିୟରକୁ ଆକାର ଦେବା ନିମନ୍ତେ ସୁଯୋଗ ମିଳିବ।

ଏଥିରେ ଭାଗ ନେବା ପାଇଁ ଆଶାୟୀ ମାନଙ୍କ ପାଖରେ ପଂଚମରୁ ଦ୍ୱାଦଶ ପାସ୍ ପ୍ରମାଣପତ୍ର, ଦକ୍ଷତା ବିକାଶ ପ୍ରଶିକ୍ଷଶ ପ୍ରମାଣପତ୍ର, ଆଇଟିଆଇ ଡିପ୍ଲୋମା କିମ୍ବା ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ରହିବା ଆବଶ୍ୟକ ଅଟେ। ଏହା ସହିତ, ଯୁବକ ଏବଂ ମହତ୍ୱାକାଂକ୍ଷୀ କାର୍ଯ୍ୟବଳ ୫୦୦+ଟି  ବିଭାଗ, ଯଥା : ୱେଲଡିଂ, ଇଲେକ୍ଟ୍ରୋନିକ୍ସ କାର୍ଯ୍ୟ, ହାଉସକିପିଂ, ବ୍ୟୁଟିସିଆନ୍‌, ମେକାନିକ୍ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଗୁଡିକ ମଧ୍ୟରୁ ବିଭାଗ (ଟ୍ରେଡ୍‌) ଚୟନ କରିବାକୁ ସକ୍ଷମ ହେବେ। ପ୍ରାର୍ଥୀ ମାନେ ଜାତୀୟ ଧନ୍ଦାମୂଳକ  ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଭିଇଟି) ରୁ ମାନ୍ୟତାପ୍ରାପ୍ତ ପ୍ରମାଣ ପତ୍ର ମଧ୍ୟ ପାଇବେ, ଯାହା ପ୍ରଶିକ୍ଷଣ ପରେ ସେମାନଙ୍କର ନିଯୁକ୍ତି ଭିତିକ ଦକ୍ଷତାକୁ ଉନ୍ନତ କରିବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କମ୍ପାନୀ ଗୁଡିକୁ ଅଧିକ ଶିକ୍ଷାନବୀଶ ମାନଙ୍କୁ ନିଯୁକ୍ତ କରିବା ପାଇଁ ପ୍ରୋତ୍ସାହିତ କରିବା, ଏହା ସହିତ ପ୍ରଶିକ୍ଷଣ ଏବଂ ବ୍ୟବହାରିକ କୌଶଳ ମାଧ୍ୟମରେ ନିଯୁକ୍ତିଦାତା ମାନଙ୍କୁ ସେମାନଙ୍କର ଦକ୍ଷତା ସମ୍ପର୍କରେ ଜଣେଇବା ଏବଂ ବିକଶିତ କରିବାରେ ସହାୟତା କରିବା।

ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶ ମେଳା ଉପରେ ନିଜର ବିଚାରକୁ ବ୍ୟକ୍ତ କରି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ୍ କହିଥିଲେ ଯେ, “ଶିକ୍ଷାନବୀଶ ମେଳା ସାରା ଦେଶରେ ପ୍ରତିଭାବାନ୍ ବ୍ୟକ୍ତି ମାନଙ୍କ ନିମନ୍ତେ ଅତିରିକ୍ତ ନିଯୁକ୍ତିର ସୁଯୋଗ ପ୍ରଦାନ କରିବ ବୋଲି ଆମର ଆଶା ରହିଛି। ଯେହେତୁ ଏହି କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଅଧିକ ଶିକ୍ଷାନବୀଶ ମାନଙ୍କୁ ନିଯୁକ୍ତି ଦେବା, ଏହା ଧ୍ୟାନ ରଖିବା ମହତ୍ୱପୂର୍ଣ୍ଣ ଅଟେ ଯେ, ଶିକ୍ଷାନବୀଶତା ପାଇଁ  ଏହି ପ୍ରକାରର ବ୍ୟବହାରିକ ପ୍ରଶିକ୍ଷଣ ଆବଶ୍ୟକ ଅଟେ, ଯାହା ପାଇଁ ଆମେ ଏଠାରେ ପ୍ରୟାସ କରୁଛେ ।  ଏହାର ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପଡିଛି, ଯାହାକୁ ସାରା ଦେଶରେ ଶିକ୍ଷାନବୀଶ ମାନଙ୍କର ବୃଦ୍ଧି ପାଉଥିବା ସଂଖ୍ୟା ଏବଂ ସେମାନଙ୍କର ସଫଳ କାର୍ଯ୍ୟକାରିତା ଆଧାରରେ ଦେଖା ଯାଇଛି।”

ଦକ୍ଷତା ବିକାଶ ଅଧିନରେ ଆପ୍ରେଂଟିସ୍‌ସିପ୍ ସବୁଠାରୁ ଦୀର୍ଘସ୍ଥାୟୀ ମଡେଲ୍ ଅଟେ ଏବଂ ସ୍କିଲ୍ ଇଣ୍ଡିଆ ଅଧିନରେ ଏହାକୁ ବହୁତ ପ୍ରୋତ୍ସାହନ ମିଳିବାରେ ଲାଗିଛି। ଏବେ ଶିକ୍ଷାନବୀଶ ମାନଙ୍କର ପ୍ରଥମ ଦଳ ମାନଙ୍କୁ ଜାତୀୟ ଶିକ୍ଷାନବୀଶ ପ୍ରୋତ୍ସାହନ ଯୋଜନା (ଏନ୍‌ଏପିଏସ୍‌) ଅଧିନରେ ପ୍ରତ୍ୟେକ୍ଷ ହିତାଧିକାରୀ ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ସେମାନଙ୍କର ଖାତାରେ ବୃତି ଅର୍ଥ ଜମା କରା ଯାଇଛି।

ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶତା ମେଳାରେ ଭାଗ ନେଉଥିବା କମ୍ପାନୀ ଗୁଡିକ ନିକଟରେ ଗୋଟିଏ ମଂଚରେ  ସମ୍ଭାବ୍ୟ ଶିକ୍ଷାନବୀଶ ମାନଙ୍କ ସହିତ ସାକ୍ଷାତ କରିବା ଏବଂ ଆବେଦକ ମାନଙ୍କୁ ସେହି ସ୍ଥାନରେ ଚୟନ କରିବା ନିମନ୍ତେ ସୁଯୋଗ ମିଳିବ। ଏହା ସହିତ, ଅତି କମ୍‌ରେ ଚାରି ଜଣ କର୍ମଚାରୀଙ୍କୁ ନେଇ ଗଢ଼ି ଉଠିଥିବା ଛୋଟ ଆକାରର ଉଦ୍ୟମ କାର୍ଯ୍ୟକ୍ରମରେ ମଧ୍ୟ ଶିକ୍ଷାନବୀଶ ମାନଙ୍କୁ ସେମାନେ ନିଯୁକ୍ତ କରି ପାରିବେ। ଭବିଷ୍ୟତର ଶୈକ୍ଷିକ (ଏକାଡେମିକ୍‌) ପାଠ୍ୟକ୍ରମ ପାଇଁ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ କ୍ରେଡିଟ୍ ନିମନ୍ତେ ଜମାକାରୀଙ୍କ ସହିତ ଏକ କ୍ରେଡିଟ୍ ବ୍ୟାଙ୍କର ବିଚାର ମଧ୍ୟ ଖୁବ୍ ଶୀଘ୍ର ଯୋଡା ଯିବ।

ସବୁ ମାସରେ, ଶିକ୍ଷାନବୀଶତା ମେଳାର ଆୟୋଜନ କରାଯିବ, ଯେଉଁଥିରେ ଚୟନ କରା ଯାଇଥିବା ବ୍ୟକ୍ତି ମାନଙ୍କ ନିମନ୍ତେ ନୂତନ କୌଶଳ ହାସଲ କରିବା ନିମନ୍ତେ ସରକାରୀ ମାନଦଣ୍ଡ ଅନୁସାରେ ମାସିକ ବୃତି  ମିଳିବ, ଯେଉଁଥିରେ ସେମାନଙ୍କୁ ଶିକ୍ଷଣ ସମୟରେ ରୋଜଗାର କରିବା ନିମନ୍ତେ ମଧ୍ୟ ସୁଯୋଗ ମିଳିବ। ଶିକ୍ଷାନବୀଶ ମାନଙ୍କର ବୃତି ଅର୍ଥ ଦେୟ ପ୍ରଦାନ ଅନ୍‌ଲାଇନ୍ ମାଧ୍ୟମରେ କରାଯିବ।

ଲୋକମାନେ https://dgt.gov.in/appmela2022/ କିମ୍ବା https:// www.apprenticeshipindia. gov.in/  ରେ ଯାଇ ମେଳା ନିମନ୍ତେ ପଞ୍ଜୀକରଣ କରି ପାରିବେ ଏବଂ ନିକଟତମ ମେଳା ଆୟୋଜିତ ହେଉଥିବା ସ୍ଥାନର ଠିକଣା ମଧ୍ୟ ଜାଣି ପାରିବେ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ ଯୋଜନାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହେବ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଆରମ୍ଭ ହୋଇଥିବା ‘ଅଗ୍ନିପଥ ଯୋଜନା’ରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏକ ସୁଦୃଢ଼ ଓ ଭବିଷ୍ୟତ ପାଇଁ ପ୍ରତିରକ୍ଷା ବଳ ପ୍ରସ୍ତୁତ କରିବା, କୁଶଳୀ ଯୁବପିଢିଙ୍କୁ ସାମରିକ ନୈତିକତା ଓ ଅନୁଶାସନରେ ଗଢ଼ିବା ଏବଂ ଅଗ୍ନିବୀର ଭାବରେ ଦେଶର ସେବା କରିବା ପାଇଁ ଯୁବପିଢିଙ୍କୁ ସମର୍ଥ କରିବା ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଗ୍ନିପଥ ଯୋଜନା ସହ ସହଯୋଗୀ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ମିଶି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କାମ କରିବ। ଏହା ଦ୍ୱାରା ଅଗ୍ନିପଥ ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ସାମରିକ ବଳର ବିଭିନ୍ନ ସୁଯୋଗ ସୃଷ୍ଟି ହେବ। ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ଅତିରିକ୍ତ କୌଶଳ ସହ ସେମାନଙ୍କୁ ସେନାବାହିନୀ ନିଯୁକ୍ତିରେ ରହିବା ପାଇଁ ଅଧିକ ଦକ୍ଷ କରିବା ଦିଗରେ ସହଯୋଗ କରିବ।

ସମସ୍ତ ଅଗ୍ନିବୀର ମାନଙ୍କୁ ସେବାରେ ରହିବା ସମୟରେ ସ୍କିଲ ଇଣ୍ଡିଆ ସାର୍ଟିଫିକେଟ୍ ଯୋଗାଇ ଦିଆଯିବ। ଯାହା ସେମାନଙ୍କୁ ଉଦ୍ୟୋଗ ଏବଂ ଚାକିରି ଭୂମିକା ଗୁଡିକରେ ଅନେକ ପ୍ରକାରର ସୁଯୋଗ ପାଇବା ନିମନ୍ତେ ସକ୍ଷମ କରାଇବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଥିବା ସମସ୍ତ ସଂସ୍ଥା ଗୁଡ଼ିକ ଡ଼ାଇକ୍ଟରେଟ୍ ଜେନେରାଲ ଅଫ୍ ଟ୍ରେନିଂ(ଡିଜିଟି), ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ(ଏନଏସଡ଼ିସି), ଦ ନ୍ୟାସନାଲ୍ କାଉନସିଲଂ ଅଫ୍ ଭୋକେସନାଲ୍ ଏଜୁକେସନ ଆଣ୍ଡ୍ ଟ୍ରେନିଂ(ଏନସିଭିଇଟି),  ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଏଣ୍ଟର ପ୍ରିନୟରସିପ୍ ଆଣ୍ଡ୍ ସ୍ମଲ୍ ବିଜନେସ୍ ଡ଼େଭଲପମେଣ୍ଟ (ଏନଆଇଇଏସବିୟୁଡ଼ି), ସେକ୍ଟର ସ୍କିଲ୍ କାଉନସିଲ (ଏସଏସସି), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରପ୍ରିନରସିପ୍ (ଆଇଆଇଇ) ଭଳି ଅନେକ ସଂସ୍ଥା ଗୁଡ଼ିକ ଏହି ମିଶନ ସହ ଯୋଡ଼ିହେବେ।

ଏହି ସଂସ୍ଥା ଗୁଡ଼ିକ ଦ୍ୱାରା ଅଗ୍ନିବୀରମାନେ ସେବାରେ ଥିବା ସମୟରେ ସମ୍ପୃକ୍ତ ଆବଶ୍ୟକ ଦକ୍ଷତା ପ୍ରମାଣପତ୍ର ପ୍ରାପ୍ତ କରିପାରିବେ। ଆମର ଅଗ୍ନିବୀରମାନେ ପ୍ରତିରକ୍ଷା କ୍ଷେତ୍ରରେ ଆମର ସମ୍ପତ୍ତି ହେବେ ଏବଂ ଦେଶକୁ ଆଧୁନିକ, ଟେକ୍ନୋଲୋଜି ଆଧାରିତ, ୟୋଥ୍ ଗ୍ଲୋବାଲ୍ ସୁପରପାଓ୍ୱାର କରିବାର ନିକଟତର ହେବେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତି(ଏମ୍‌ଜିଏନଏଫ୍‌) ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରବୃତ୍ତିଧାରୀ ତଥା ଯୁବପିଢିଙ୍କୁ ଦକ୍ଷତା ବିକାଶର ପ୍ରୟାସରେ ତୃଣମୂଳ ସ୍ତରରେ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ହେବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତି ହେଉଛି ଏକ ୨ ବର୍ଷୀୟା ଛାତ୍ରବୃତ୍ତି। ଏହି ବୃତ୍ତିର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ସ୍ତରରେ ଦକ୍ଷତା ବିକାଶରେ ସହଯୋଗୀ ହେବା। ଏଥିପାଇଁ ପୂର୍ବରୁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟ୍‌ (ଆଇଆଇଏମ) ସହ ପାଇଲଟ ଭିତିରେ ଆରମ୍ଭ ହୋଇଥିଲା।

ତୃଣମୂଳ ସ୍ତରରେ ଦକ୍ଷତା ବିକାଶକୁ ସହଯୋଗ କରିବା ପାଇଁ ବ୍ୟକ୍ତିବିଶେଷ ଓ ଯୁବବର୍ଗଙ୍କୁ ୨ ବର୍ଷ ପାଇଁ ଏହି ବୃତି ସୁଯୋଗ ପ୍ରଦାନ କରିବ। ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟର ୬୯ଟି ଜିଲ୍ଲାରେ ୬୯ଟି ବୃତ୍ତିଧାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାରେ ଅଧିକ ୬୬୧ ବୃତିଧାରୀ ଅର୍ଥାତ୍ ମୋଟ ୭୩୦ ମହାତ୍ମା ଗାନ୍ଧୀ ଜାତୀୟ ବୃତ୍ତିଧାରୀଙ୍କୁ ନିୟୋଜିତ କରାଯାଇଛି।

ସେହିପରି ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଆଇଆଇଏମ, ବାଙ୍ଗାଲୋର ସହଯୋଗରେ କାର୍ଯ୍ୟକ୍ରମରେ ଯୋଡାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ୮ଟି ଆଇଆଇଏମକୁ ଯୋଡ଼ାଯାଇଛି। ଜୀବନଜୀବିକା ପ୍ରୋତ୍ସାହନଭିତିକ କାର୍ଯାକ୍ରମ ସଙ୍କଳ୍ପ ଅଧୀନରେ ମହାତ୍ମା ଗାନ୍ଧୀ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ଶାସନ ବ୍ୟବସ୍ଥା ଏବଂ ନୀତି ସହ ଧନ୍ଦାମୂଳକ ଶିକ୍ଷା ବିଷୟରେ ଅବଗତ ଥିବା ବୃତିଧାରୀ ବ୍ୟକ୍ତିବିଶେଷଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ। ବିଭିନ୍ନ କ୍ଷେତ୍ରରେ ହେଉଥିବା ଅଦ୍ଭୂତପୂର୍ବ ପରିବର୍ତ୍ତନ ଅଧିକ କୁଶଳୀ ବୃତ୍ତିଗତଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ ଏବଂ ଜିଲ୍ଲା ସ୍ତରରେ ଦକ୍ଷତା ମ୍ୟାପିଂ ଏବଂ ସେହି ଅନୁସାରେ ଦକ୍ଷତା ବିକାଶ ପ୍ରୟାସକୁ ଦିଶାନିର୍ଦ୍ଦେଶ ଦେବ। ଏକବିଂଶ ଶତାବ୍ଦୀର ଆବଶ୍ୟକତା ଏବଂ ସ୍ଥାନୀୟ ବିଷୟକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ଛାତ୍ରବୃତ୍ତି ପାଉଥିବା ବ୍ୟକ୍ତିବିଶେଷଙ୍କୁ ବୈଶ୍ୱିକ ଚିନ୍ତାଧାରା ଏବଂ ସ୍ଥାନୀୟ ଆଭିମୁଖ୍ୟ ସହିତ ଦକ୍ଷତା ବିକାଶର ପ୍ରୟାସରେ ଆଂଚଳିକ ଭାଷାକୁ ଏକତ୍ରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି

ଏହି ବୃତ୍ତି ମାଧ୍ୟମରେ ଜିଲ୍ଲା ସ୍ତରରେ ଏବଂ ଆଇଆଇଏମ ସମାଜରେ ପରିବର୍ତନ ଏବଂ ସଫଳତାର କାହାଣୀ ତିଆରି କରିବାରେ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆଇଆଇଏମକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।