Categories
EDUCATION ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ଓଡିଶାର ଶ୍ରେଷ୍ଠ ପଲଟେକିନିକ କଲେଜ, ଜାଣନ୍ତୁ କେଉଁ ସଂସ୍ଥା ଆଗରେ

ଭୁବନେଶ୍ବର: ଆଜି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ରାଜ୍ୟର ପଲଟେକନିକ କଲେଜ ରାଙ୍କ୍ ଘୋଷଣା କରାଯାଇଛି। ଏଥିରେ ପ୍ରଥମ ରାଙ୍କ ହାସଲ କରିଛି ଘରୋଇ ଶିକ୍ଷା ଅନୁଷ୍ଠାନ କିଟ୍ ପଲଟେକନିକ କଲେଜ। ଏହି କଲେଜ 72.78 ମାର୍କ ହାସଲ କରି ପ୍ରଥମ ରାଙ୍କରେ ସ୍ଥାନିତ ହୋଇଛି। ସେହିପରି ଦ୍ବିତୀୟରେ ରହିଛି ଯାଜପୁରର ସରକାରୀ ପଲଟେକନିକ କଲେଜ। ଏହି ସଂସ୍ଥା 67.50 ମାର୍କ ହାସଲ କରିପାରିଛି।

ତୃତୀୟରେ ରହିଛି ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଏଡୁକେସନ ଆଣ୍ଡ ଟେକନିକାଲ। ଏହି ଘରୋଇ ସଂସ୍ଥା 64. 60 ମାର୍କ ହାସଲ କରିଛି। ଆଜି ବିଭାଗ ତରଫରୁ ଏହି ଘୋଷଣା କରାଯାଇଛି। ଏଥିରେ ରାଜ୍ୟରେ ଥିବା ମୋଟ 102 ଟି କଲେଜ ରାଙ୍କ ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଇଡିକୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା

ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଇଡିକୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ସେ ଇଡିକୋ ଅଫିସ ଯାଇ ଏହି ଦାୟିତ୍ବ ଗ୍ରହଣ କରିଥିଲେ। ହେମନ୍ତଙ୍କୁ ନିକଟରେ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ବର୍ତ୍ତମାନ ସେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ବରେ ମଧ୍ୟ ଅଛନ୍ତି। ସେହିପରି ସେ ଇପିକଲର ମଧ୍ୟ ଅଧ୍ୟକ୍ଷ ଅଛନ୍ତି। ତାଙ୍କର ଦକ୍ଷତା ପାଇଁ ସରକାର ତାଙ୍କୁ ବହୁ ବିଭାଗର ମୁଖିଆ ଭାବେ ଅବସ୍ଥାପିତ କରିଛନ୍ତି। ଆଜି ଇଡିକୋର କର୍ମଚାରୀଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା।