Categories
ଆଜିର ଖବର ରାଜ୍ୟ ଖବର

ଓଡିଶାବାସୀଙ୍କୁ ମିଳିବ ଆଶ୍ଵସ୍ତି!, ଆଉ କିଛି ଘଣ୍ଟା ପରେ ଓଡ଼ିଶା ଛୁଇଁବ ମୈାସୁମୀ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ପ୍ରଚଣ୍ଡ ରୌଦ୍ରତାପରୁ ଓଡିଶାବାସୀଙ୍କୁ ଆଶ୍ଵସ୍ତି ମିଳିପାରେ। କାରଣ ଆସନ୍ତା ୨୪ ଘଣ୍ଟା ମଧ୍ୟ ଦକ୍ଷିଣ-ପଶ୍ଚିମ ମୈାସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ଅନେକ ସ୍ଥାନରେ ପ୍ରାକ୍ ମୈାସୁମି ବର୍ଷା ଆରମ୍ଭ ହୋଇଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଗତକାଲି ମୌସୁମୀ ବାୟୁ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି। ଓଡ଼ିଶାରେ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିଛି। ଆଜି ମୌସୁମୀ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ। ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତେଣୁ ଏହାର ପ୍ରଭାବରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ଆକଳନ କରାଯାଇଛି।