Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦକ୍ଷିଣ ପୂର୍ବ ଏବଂ ପୂର୍ବ ତଟ ରେଳପଥ ମହାପ୍ରବନ୍ଧକଙ୍କ ସହିତ ରେଳ ମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ବର: ମାନ୍ୟବର ରେଳବାଇ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଝାରସୁଗୁଡା ଠାରେ ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବରଗଡର ମାନ୍ୟବର ସାଂସଦ ସୁରେଶ ପୂଜାରୀ, ମାନ୍ୟବର ସାଂସଦ ସମ୍ବଲପୁର ନବିନ ଗାଙ୍ଗଦେବ, ମାନ୍ୟବର ବିଧାୟକ, ରେଙ୍ଗାଲି ନାଉରି ନାୟକ, ମାନ୍ୟବର ବିଧାୟକ, ସୁନ୍ଦରଗଡ କୁସୁମ ଟେଟେ, ମାନ୍ୟବର ବିଧାୟକ, ବିରମିତ୍ରପୁର ଶଙ୍କର ଓରାମ, ମାନ୍ୟବର ବିଧାୟକ, ସମ୍ବଲପୁର ଜୟନାରାୟଣ ମିଶ୍ର, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ଏବଂ ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ଏହି ସଭାରେ ଉପସ୍ଥିତ ରହି ମାନ୍ୟବର ରେଳମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଦକ୍ଷିଣ ପୂର୍ବ ରେଳବାଇ, ପୂର୍ବ ତଟ ରେଳବାଇ ଏବଂ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ପ୍ରମୁଖ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ଓଡ଼ିଶାରେ ରେଳବାଇର ଭିତ୍ତିଭୂମି ବିକାଶ କାର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ, ବିଶେଷ କରି ଝାରସୁଗୁଡା ଅଞ୍ଚଳରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଆଲୋଚନା ସମୟରେ ମାନ୍ୟବର ରେଳମନ୍ତ୍ରୀ ମଧ୍ୟ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱାରୋପ କରିବା ସହିତ ଦକ୍ଷିଣ ପୂର୍ବ ଓ ପୂର୍ବତଟ ରେଳପଥର ପରିସୀମା ମଧ୍ୟରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଚାଲୁରହିଥିବା ସମସ୍ତ ରେଳ ପ୍ରକଳ୍ପର ଠିକ ସମୟରେ ସମାପ୍ତ ହେବା ଉପରେ ମାନ୍ୟବର ମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।