Categories
ଆଜିର ଖବର ରାଜ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲା ଶିଶୁ କନ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ବୁଢାମ୍ବ ଠାରୁ ଅନତି ଦୂରରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯେଉଁଥିରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଶିଶୁ କନ୍ୟାଟି ଅଳ୍ପକେ ବର୍ତ୍ତିଯାଇଛି।

ସୂଚନା ଅନୁଯାୟୀ, ଶାଳବଣ ଅଞ୍ଚଳର ଦମ୍ପତି ଶିଶୁ କନ୍ୟାକୁ ଧରି ବୁଢାମ୍ବ ପଟେ ଆସୁଥିବା ବେଳେ କୋଦଳା ଅଭିମୁଖେ ଯାଉଥିବା ଏକ ଡାଲା ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିଲା ଓ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଯୋଗେ ସ୍ବାମୀକୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟ ପଟେ ମାତ୍ର ୪ ବର୍ଷ ର ଶିଶୁ କନ୍ୟା ବଞ୍ଚି ଯାଇଛି। ଦୁର୍ଘଟଣା ପରେ ଅଟୋ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। କବିସୂର୍ଯ୍ୟ ନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।