Categories
ଆଞ୍ଚଳିକ

କରୋନା କଟକଣାରେ ବେଗୁନିଆପଡା ବ୍ଲକରେ ମା’ ଦୁର୍ଗାଙ୍କ ପୂଜା

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିଷା ମର୍ଦ୍ଧିନୀ ମା’ ଦୁର୍ଗା। ମା’ ଙ୍କ ଆଗମନ ପାଇଁ ଗାଁ ଠୁ ସହର ଚଳଞ୍ଚଚଳ। କୋଭିଡ କଟକଣା ଭିତରେ ବେଗୁନିଆପଡା ବ୍ଲକ ବଡ଼ଖଇରଖମା ପଞ୍ଚାୟତର ପାଇକପଡାରେ ଆରମ୍ଭ ହୋଇଛି ମା’ ଙ୍କର ପୂଜା ଅର୍ଚ୍ଚନା। ତେବେ ଚଳିତ ବର୍ଷ ବିନା ଭକ୍ତରେ କରୋଣ କଟକଣାରେ ମା’ ଙ୍କର ଦଶମୀ ପୂଜା କରାଯାଇଛି।

ପାଇକପଡା ଠାରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ମା’ ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡଲାଇନ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସେହିପରି ବେଗୁନିଆପଡା ବସଷ୍ଟାଣ୍ଡ, କଞ୍ଚଣା ଛକ ଠାରେ ସ୍ଥାନୀୟ ପୂଜା କମିଟି ପକ୍ଷରୁ ପୂଜା ଆରମ୍ଭ ହୋଇଥିବା ବେଳ ଶାଙ୍କୁଡ଼ା ଓ କେ.ବରିଡା ଠାରେ ମଧ୍ୟ ପୂଜା ଆରମ୍ଭ ହୋଇଛି। ପୂଜା ଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

କୋଭିଡ -୧୯ ଏବଂ ପ୍ରଶାସନର ନିୟମ ଅନୁଯାୟୀ ସବୁ ସ୍ଥାନରେ ୪ ଫୁଟର ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। ସାମାଜିକ ଦୂରତା ରଖି ଭକ୍ତ ମାନେ ମା’ ଙ୍କୁ ଦର୍ଶନ କରୁଥିବା ବେଳେ ପୂଜା ମଣ୍ଡପରେ ମଧ୍ୟ ସାମାଜିକ ଦୂରତା ରଖିବା ପାଇଁ ପରାମର୍ଶ ଦିଆଯାଉଛି।