Categories
ଆଜିର ଖବର ରାଜ୍ୟ ଖବର

ଚଳିତ ମାସରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ: ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: କରୋନା ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧୀନରେ ଥିବା ଦଶମ ବୋର୍ଡ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଦେଇଥିଲେ। ହେଲେ ଏହି ପରୀକ୍ଷାର ଫଳାଫଳ ମୂଲ୍ୟାୟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଦଶମ ପରୀକ୍ଷା ଫଳ ଘୋଷଣା ହେବ ବୋଲି ଶ୍ରୀ ଦାଶ କହିଛନ୍ତି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ଘୋଷଣା ହେବା ପାଇଁ ଚେଷ୍ଟା କରାଯାଉଛି। ସେଥିପାଇଁ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବେ ଚାଲିଥିବା ସେ କହିଛନ୍ତି।

ତେବେ ସ୍କୁଲ କେବେ ଖୋଲିବ ତାହା କହିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ବିଶେଷଜ୍ଞ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦଶମ ବୋର୍ଡ ପରୀକ୍ଷା: ଫର୍ମ ପୂରଣ ଲାଗି ବିଜ୍ଞପ୍ତି ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର: ଦଶମ ବୋର୍ଡ ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ତେବେ ପରୀକ୍ଷା ଫର୍ମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଜାନୁୟାରୀ ୧୦ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ ହେବ। ହେଲେ ଛାତ୍ରଛାତ୍ରୀଙ୍କ ଫି ଜମା ଲାଗି ଜାନୁୟାରୀ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଜରିମାନା ଲାଗିବ ନାହିଁ। ସେହିପରି ଛାତ୍ରଛାତ୍ରୀ ଜାନୁୟାରୀ ୨୮ ପର୍ଯ୍ୟନ୍ତ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ଜରିମାନା ସହ ଫେବ୍ରୁଆରୀ ୨ ଫର୍ମ ଦାଖଲର ଶେଷ ତାରିଖ ରହିଛି।