Categories
ଆଜିର ଖବର ରାଜ୍ୟ ଖବର

କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କୁ ୧୨ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ

କନ୍ଦର୍ପ ବେହେରା

ରେଢାଖୋଲ: ସନ୍ଥକବି ଭୀମ ଭୋଇ କୃଷକ ସଂଘ ତରଫରୁ କୃଷକଙ୍କ ବିଭିନ୍ନ ସମସ୍ୟାକୁ ନେଇ ୧୨ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କ୍ୱିଣ୍ଟାଲ ପ୍ରତି ୩୨୦୦ ଟଙ୍କାକୁ ବୃଦ୍ଧି, ମଣ୍ଡି ମାନଙ୍କରେ କଟନୀ ଛଟନି ବନ୍ଦକରିବା, ରବିଫସଲ ଓ ଧାନର ଏମ ଏସ ପି କୁ ଆଇନରେ ପରିଣତ କରିବା, ଚାଷୀଙ୍କ ଟୋକନରେ ବିକ୍ରି କରିବାପାଇଁ ଅନୁମତି ଦିଆଯିବା, ଧାନର ପରିମାଣର ପୁନର୍ବାର ଆକଳନ କରି ( ରିଭେରିଫିକେସନ )କରାଯିବା, ଅଣଜଳ ସେଚିତ ଜମିରେ ଧାନର ଏକର ପ୍ରତି ୧୮ କୁଇଣ୍ଟାଲ କରାଯିବା, ପ୍ରାକୃତିକ ଦୁର୍ବିପାକ ହେଲେ ଓ ମରୁଡ଼ି ହେଲେ ଇନପୁଟ ସବସିଡି ଏକର ପ୍ରତି ୨୦ ହଜାର ଟଙ୍କା କରାଯିବା, ଚାଷୀକୁ କୌଣସି ମୃତ୍ୟୁ ହେଲେ ବା ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ସହଯୋଗ କରିବା, ମାଙ୍କଡ ମାନଙ୍କ ଦ୍ୱାରା କ୍ଷୟକ୍ଷତି ହେଲେ ଆଇନରେ ପରିଣତ କରାଯିବା ସହିତ ବନବିଭାଗ ଦ୍ୱାରା କ୍ଷତିପୂରଣ ରାଶି ସମୟ ସୀମା ମଧ୍ୟରେ ଦିଆଯିବା, ଅଦିନିଆ ବର୍ଷାରେ କ୍ଷୟକ୍ଷତି ଓ ବନ୍ୟଜନ୍ତୁଙ୍କ ଦ୍ୱାରା ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତାଙ୍କ କ୍ଷତିପୂରଣ ପ୍ରଦାନ କରିବା ଆଦି ଦାବୀ ଉଲ୍ଲେଖ ରହିଛି।

ଏଥିରେ ରେଢାଖୋଲ ଉପଖଣ୍ଡ ଉପସଭାପତି ମହେଶ ପ୍ରଧାନ,ସନ୍ଥ କବି ଭୀମ ଭୋଇ କୃଷକ ସଂଘର ସଭାପତି ଅଶ୍ୱିନି ପ୍ରଧାନ, ଉପ ସଭାପତି ପ୍ରମୋଦ ପ୍ରଧାନ, ରାଜେନ୍ଦ୍ର ବେହେରା, ରାଜେନ୍ଦ୍ର ପ୍ରଧାନ , ନନ୍ଦକିଶୋର ବେହେରା, କଦଳୀଗଡ ଦଧିବାମନ କୃଷକ ସଂଘ ର ସଭାପତି ବୃଷଭାନୁ ପ୍ରଧାନ,ସତ୍ୟାନନ୍ଦ ବାଘ, ଭୁବନେଶ୍ବର ପ୍ରଧାନ, ବଡବାହାଳ ଗ୍ରାମ ପଞ୍ଚାୟତର କୃଷକ ନେତା ଭଗବାନ ପ୍ରଧାନ,ଭିକାରି ବେହେରା ସମେତ ବିଭିନ୍ନ ପଞ୍ଚାୟତ ରୁ ବହୁ କୃଷକ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ରାଇସ ମିଲର ଏସୋସିଏସନ ପକ୍ଷରୁ ଗଣଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଏଫ.ସି.ଆଇ. ର ମୁଖ୍ୟ ଗେଟରେ କଳାହାଣ୍ଡି ଜିଲ୍ଲା ମିଲର ଏସୋସିଏସନ ପକ୍ଷରୁ ଠିକ ଭାବେ ଚାଉଳ ନ ଉଠାଇ ପାତର ଅନ୍ତର କରୁ ଥିବାରୁ କଳାହାଣ୍ଡି ଜିଲା ମିଲର ଏସୋସିଏସନର ସଭାପତି ନଳିନୀ କୁମାର ପଟ୍ଟଯୋଶୀଙ୍କ ନେତୃତ୍ୱରେ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଥିବାର ଜଣା ପଡ଼ିଛି। ଏଫ.ସି.ଆଇ.ସହିତ ମିଳର ମାନଙ୍କୁ ସଂଯୋଗ କରାଯାଇଛି।ଡିସେମ୍ବର ୨୦୨୨ ମସିହାରୁ ରେକ ଲୋଡିଙ୍ଗ ସମୟରେ ଶ୍ରମିକ ଙ୍କ ସମସ୍ୟା ରହି ଆସୁଅଛି। କଳାହାଣ୍ଡି ଜିଲ୍ଲାର ୧୫ଟି ମିଲରଙ୍କୁ ମାର୍ଚ୍ଚ ୨୦୨୩ ସୁଦ୍ଧା ୪୩୩ ଲଟ ମଧ୍ୟରୁ ୨୪୮ ଲଟ ଡେଲିଭରି କରାଯାଇଛି।ବାକି ୨୮୫ଲଟ ଚାଉଳ ଆଉ କେବେ ଡେଲିଭରି କରା ଯିବ। କିନ୍ତୁ ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ର ଚାଉଳ କୁ କାହିଁକି କେସିଙ୍ଗା ଏଫ.ସି.ଆଇ .ରେ ଅନଲୋଡ କରା ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ସବୁ ପାତର ଅନ୍ତର ସମସ୍ୟା କୁ ନେଇ ଏହି ଗଣଧାରଣା ମଙ୍ଗଳବାର ସକାଳୁ ସନ୍ଧ୍ୟା ଯାଏ ଚାଲିଛି।

ଡିଭିଜନାଲ ମେନେଜର ଟିଟିଲାଗଡ ଯଦି ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ନଚେତ ସବୁ ମିଲରସ ୱେର ହାଉସ କୁ ଚାଉଳ ସ୍ଥାନାନ୍ତରିତ କରିବୁ ବୋଲି ମିଲର ମାନେ ଦାବି କରିଛନ୍ତି। ଏହି ଗଣଧାରଣାରେ ଅଳ ଓଡ଼ିଶା ରାଇସ ମିଲର ଏସୋସିଏସନ ର ରାଜ୍ୟ ସଭାପତି ମହେଶ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ରାଇସ ମିଲରସ ଆସୋସିଏସନର ସମ୍ପାଦକ ରମେଶ କୁମାର ଜୈନ, ଉପ ସଭାପତି ଯୁଗଳ କିଶୋର ଅଗ୍ରୱାଲ ପ୍ରମୁଖ ମିଲର ମାନେ ଅଂଶଗ୍ରହଣ କରିଥିଲେ। କେସିଙ୍ଗା ଅଞ୍ଚଳ ର ୧୫ ଟି ଓ ଭବାନୀପାଟଣା ସବ ଡିଭିଜନ ର ପ୍ରାୟ ୪୦ଟି ମିଲରସଙ୍କ ଠାରୁ ଠିକ ଭାବେ କେସିଙ୍ଗା ଏଫ.ସି.ଆଇ. ଚାଉଳ ଉଠାଉ ନାହିଁ।ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ଙ୍କ ଠାରୁ ଚାଉଳ ରଖୁଥିବା ପ୍ରତିବାଦରେ ଏହି ଗଣଧାରଣା ଦେଇଛନ୍ତି।

ଆସନ୍ତା ଖରୀଫ ଋତୁରେ ପୁଣି ମିଲର୍ସ ଧାନ କେଉଁଠି ରଖିବେ।ତେଣୁ ତୁରନ୍ତ ମିଲର ଗଚ୍ଛିତ ଥିବ ଚାଉଲ କୁ କେସିଙ୍ଗା ଏଫ.ସି.ଆଇ ଉଠାଇବା ପାଇଁ ଦାବି ହେଉଛି। ଟିଟିଲାଗଡ ସବ ଡିଭିଜନ ମେନେଜର ବି.ଚନ୍ଦ୍ର ମୋହନ ଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ସମାଧାନ କରା ଯିବ ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବି ପତ୍ର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାମ୍ପ୍ରତିକ ପରିସ୍ଥିତିରେ ଜୁନାଗଡ ବ୍ଲକ ରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ କୁ ପ୍ରାଧାନ୍ୟ ଦିଆଯାଇ ପ୍ରବଳ ପିସି କାରବାର କରାଯାଇ ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ସହିତ ମଣ୍ଡିରେ ଚାଷୀ ହଇରାଣ ହେଉଥିବା ଆଦି ବିଭିନ୍ନ ସମସ୍ୟାଗୁଡିକର ତୁରନ୍ତ ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବିପତ୍ର ଦିଆଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରଭାତ ଦାସ ଙ୍କ ନେତୃତ୍ବ ରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଜୁନାଗଡ କଲ୍ୟାଣ ମଣ୍ଡପ ରୁ ବାହାରି ସହର ପରିକ୍ରମା କରିବା ସହିତ ଜୁନାଗଡ ବ୍ଲକ ପରିସରକୁ ପହଞ୍ଚିଥିଲେ। ସେଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବକ ନଅ ଦଫା ଦାବିପତ୍ର ଜୁନାଗଡ ବି ଡି ଓ ଙ୍କୁ ଦାଖଲ କରିଥିଲେ।

ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ର ମରାମତି ନାମରେ ପ୍ରଚୁର ଦୂନର୍ନିଟି ହେବ ସହ ଚାଷୀଙ୍କୁ ଜଳ ଯୋଗାଣ ବନ୍ଦ ରଖାଯାଇ ଅଯଥା କ୍ଷତି ରେ ପକାଯାଉଥିବା ହେତୁ ତୁରନ୍ତ ଜଳଯୋଗାଣ ଚାଲୁ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ମଣ୍ଡିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ମିଲର୍ସ ମାନଙ୍କ ମର୍ଜି ଅନୁସାରେ କ୍ଵିଣ୍ଟାଲ ପିଛା ପାଞ୍ଚ କେଜିରୁ ସାତ କେଜି ଅଧିକ ନେଉଥିବା ବିଷଯ ଯାହାକୁ କଟନୀ ଛଟଣି ବୋଲି କୁହାଯାଉଛି ସେହି କଟନୀ ଛଟନି କୁ ବନ୍ଦ କରିବାକୁ ଏବଂ ଚାଷୀଙ୍କୁ ଅଗ୍ରୀମ ବସ୍ତା ଯୋଗାଣ କରାଯାଇ ଶୀଘ୍ର ଧାନ ଉଠାଣ କରିବାକୁ ଦାବି କରାଯାଇଛି।

ସେହିପରି ଜୁନାଗଡ ବ୍ଲକରେ ଯନ୍ତ୍ରୀ ତଥା ଗ୍ରାମ ପଂଚାୟତ ର ପି ଇ ଓ ମାନେ ଭାଗୁଆଳିରେ ଉନ୍ନୟନ ମୂଳକ କାମ କରିବା ସହିତ ଅଧିକ ପିସି ନେଉଥିବା ଏବଂ ନିମ୍ନ ମାନ ର କାର୍ଯ୍ୟ କରାଯାଉଥିବା ହେତୁ ସେସବୁ କୁ ବନ୍ଦ କରାଯିବାକୁ ଦାବି କରାଯାଇଛି। ବ୍ଲକ ରେ ହେଉଥିବା କାର୍ଯ୍ୟା ଗୁଡିକ ଟେଣ୍ଡର ମାଧ୍ୟମରେ କରାଯିବାକୁ ମଧ୍ୟ ଦାବି କରାଯାଇଛି। କ୍ଷତିଗ୍ରସ୍ତ ମୁଗ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯିବା ପାଇଁ ମଧ୍ୟ ଦାବି ରହିଛି।

ଯୁବ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ମିଳିନ୍ଦ ଗୌତମ, କଳାହାଣ୍ଡି ଜିଲ୍ଲା ପ୍ରଭାରି ବିଶ୍ବଜିତ ଲେଙ୍କା, ନବରଙ୍ଗପୁର ଜିଲ୍ଲା ସଭାପତି ଦ୍ଵାରିକା ମହାପାତ୍ର, ଜୁନାଗଡ ନଗର ସଭାପତି ଅମିତ ଅଗ୍ରୱାଲ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ନିନ୍ଦା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲା ଶାଳିଆ ପ୍ରେସ କ୍ଲବ

ବାଣପୁର: ଘରୋଇ ଟିଭି ଚ୍ୟାନେଲ ବଡ଼ ଖବରର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିକଟରେ ଇଓଡବ୍ଲୁ ଗିରଫ କରିଛି। କିନ୍ତୁ ଏହି ଗିରଫଦାରୀକୁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବ ନିନ୍ଦା କରିଛି। ଅର୍ଦ୍ଧେନ୍ଦୁଙ୍କୁ ଜାଣିଶୁଣି ଷଡଯନ୍ତ୍ର କରି ଗିରଫ କରାଯାଇଛି ବୋଲି ପ୍ରେସ କ୍ଲବର କର୍ମକର୍ତ୍ତାମାନେ କହିଛନ୍ତି।

ଏକ ଚୁକ୍ତିଭିତିକ ଟଙ୍କା ନେଣ ଦେଣ ବ୍ୟବସାୟକୁ ଅପରାଧର ରଙ୍ଗ ଦିଆଯାଇ ଜାଣିଶୁଣି ଜନୈକ ବ୍ୟବସାୟୀ ଇଓଡବ୍ଲୁ ରେ ଏତଲା ଦେବା ସନ୍ଦେହଜନକ ଏବଂ ଏହାପଛରେ ଏକ ବଡ଼ ଚକ୍ରାନ୍ତ ହୋଇଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏହା ବିରୁଦ୍ଧରେ ଜନସାଧାରଣଙ୍କ ସ୍ୱର ଶାଣିତ ହେବାରେ ଲାଗିଥିବା ବେଳେ ଜଣେ ବରିଷ୍ଠ ସଚ୍ଚୋଟ ସାମ୍ବାଦିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଇ ଏହିପରି ରାତିଅଧିଆ ଗିରଫ କରିବା ଏବଂ ଗଳାକୁ ଧରି ଭିଡି ଭିଡି ନେବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଇଛି। ଗଣତନ୍ତ୍ର ପାଇଁ ଏହି କଳା ଦିବସ ବୋଲି ସାମ୍ବାଦିକ ମାନେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟମାନେ କଳା ବ୍ୟାଜ ପରିଧାନ କରି ଅର୍ଦ୍ଧେନ୍ଦୁ ଦାସଙ୍କୁ ନ୍ୟାୟ ପ୍ରଦାନ ଏବଂ ଉକ୍ତ ଷଡଯନ୍ତ୍ରର ତଦନ୍ତ ଦାବିରେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଅନୁରୂପ ଭାବେ ଶାଳିଆ ପ୍ରେସ କ୍ଲବ ଏ ସଂକ୍ରାନ୍ତରେ ସମାନ ଦାବିପତ୍ର ଚିଲିକା ତହସିଲଦାରଙ୍କୁ ପ୍ରଦାନ କରିବ ବୋଲି ସଂଘ ସଭାପତି ଶ୍ରୀ ସାହୁ କହିଛନ୍ତି।