Categories
ଆଜିର ଖବର ରାଜ୍ୟ ଖବର

ଜି.ଆର୍.ଏସ୍ ହତ୍ୟାକାଣ୍ଡରେ ଜୈନିକ ମହିଳାଙ୍କ ସମ୍ପୃକ୍ତିକୁ ନେଇ ଥାନା ଆଗରେ ଶତାଧିକ ମହିଳାଙ୍କ ଧାରଣା

ବେଗୁନିଆପଡା: (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କନ୍ୟାରୀବାଡ଼ି ଗ୍ରାମରେ ଗତ ୦୪.୧୦, ୨୦୨୩ ରିଖ ରେ ଘଟିଥ‌ିବା ଜି.ଆର୍.ଏସ୍ ସୁଶିଲ କୁମାର ମହାନ୍ତି ହତ୍ୟାକାଣ୍ଡର ଫର୍ଦ୍ଦାପାସ ହେବା ପରେ ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ତେବେ ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ଘଟଣା ହୋଇଥିବାରୁ ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି କୁ ନେଇ ବେଗୁନିଆପଡା ଥାନାରେ ହୋ ହାଲ୍ଲା କରିଛନ୍ତି କନ୍ୟାରୀବାଡ଼ି ଗ୍ରାମର ଶତାଧିକ ମହିଳା ପୁରୁଷ। ସେମାନେ ଥାନା ରେ ପହଞ୍ଚି ଜୈନିକ ମହିଳାଙ୍କ ନାମକୁ ଲୋକ ଲୋଚନକୁ ଆଣିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି।

ସନ୍ଧ୍ୟା ବେଳେ ସମସ୍ତେ ଥାନା ସମ୍ମୁଖରେ ଧାରଣା ରେ ବସିଥିବା ବେଳେ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଜନୈକ ମହିଳାଙ୍କ ଗିରଫ କରିବା ସହ ତାଙ୍କ ନାମକୁ ଘୋଷଣା କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିବା ସହ ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା ଜାରୀ ରଖିଛନ୍ତି। ପରେ ଆନ୍ଦୋଳନକରୀଙ୍କ ମଧ୍ୟରୁ ପୁରୁଷ ଓ ମହିଳା ୧୦ଜଣଙ୍କ ସହ ଥାନା ଅଧିକାରୀ ଆଲୋଚନା କରିଥିଲେ।

ଉକ୍ତ ମହିଳାଙ୍କ ସଂପୃକ୍ତି ଉପରେ ଯଥେଷ୍ଟ ପ୍ରମାଣ ନଥିବା ଯୋଗୁଁ ତଦନ୍ତ ଚାଲୁ ରହିଛି। ଏହା ସହିତ ତଦନ୍ତ ପରେ ଯାହାର ବି ସମ୍ପୃକ୍ତି ଅଛି ସମସ୍ତଙ୍କ ଉପରେ ୭ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

Categories
ଆଞ୍ଚଳିକ

ବଳମ୍ ଗ୍ରାମ ପଞ୍ଚାୟତରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ଦାଵୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଵଳମ୍ ପଞ୍ଚାୟତରେ ଏକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ଏକ ଦାବୀ ପତ୍ର ବଳମ ପଂଚାୟତବାସୀ ତହସିଲଦାର୍ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ବଳମ୍ ପଂଚାୟତ ଅନ୍ତର୍ଗତ ଵିଭିନ୍ନ ଗ୍ରାମର ଲୋକମାନେ ସେମାନଙ୍କର ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ୧୦ କିଲୋମିଟର ଦୂର କିସିଣ୍ଡା ପଞ୍ଚାୟତ ରେ ଅଵସ୍ଥାପିତ ହୋଇଥିଵାରୁ ଵହୁତ ଅସୁବିଧା ହେଉଛି। ପୂର୍ବରୁ ନାକ୍ଟିଦେଉଳ ଠାରେ ଏହି କାର୍ଯ୍ୟାଳୟ ଥିବାରୁ ସୁବିଧା ହେଉଥିଲା। କିଛି ବର୍ଷ ପୂର୍ବେ ଵଳମ୍ ଠାରେ ଆର୍ ଆଇ ଅଫିସ୍ ଖୋଲାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।

ବଳମ୍ ରେ ଯଥାଶୀଘ୍ର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ କରାଯିବା ପାଇଁ ବଳମ୍, ମହୁକୁଦ, ଉପରମୁଣ୍ଡା, ଟିକିଲିପଡା, ଵଲାସି°ହା, କେଲୋ, ବେତଝରଣ, ମଣ୍ଡୁଆମ୍, ବଞ୍ଜାଗୋଳା, ତାସଭରଡି,ଗଞାବାହାଳ ଓ ତାଳପାଳ ଗ୍ରାମବାସୀ ଦାଵୀ କରିଛନ୍ତି। ତା ୧୨.୪.୨୩ ରିଖ ଦିନ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନାକ୍ଟିଦେଉଳ ତହସିଲଦାରଙ୍କୁ ବଳମ୍ ଠାରେ ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାପନପାଇଁ ପୁର୍ବତନ ସରପଞ୍ଚ ଵୀରେନ୍ ପ୍ରଧାନ, ଭକ୍ତ ଵଲ୍ଲଭ ପ୍ରଧାନ, ଅଚ୍ୟୁତାନନ୍ଦ ପ୍ରଧାନ, ଶ୍ରୀମନ୍ତ ପ୍ରଧାନ ଓ ଵୀରେନ୍ ମାଝୀ ନାକଟିଦେଉଳ ଅତିରିକ୍ତ ତହସିଲଦାରଙ୍କ ଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି।