Categories
ଆଜିର ଖବର ରାଜ୍ୟ ଖବର

ନାଳରେ ପଡ଼ି ଦିନ ମଜୁରିଆର ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ବାସୁଦେବପୁର ନିକଟସ୍ଥ ଛୋଟରାୟ ପୁର ଗ୍ରାମର ଟୁନା ମହାରଣା ନାମକ ଜଣେ ଦିନ ମଜୁରୀଆର ନାଳରେ ପଡ଼ି ଅକାଳ ବିୟୋଗ ଘଟିଛି।

ଘଟଣାରୁ ପ୍ରକାଶ ଯେ, ମୃତ ଟୁନା ପ୍ରତ୍ୟେକ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଗାଁ ରୁ ବ୍ରହ୍ମପୁର ଆସୁଥିଲେ। କିନ୍ତୁ ରବିବାର ଦିନ ଗାଁ କୁ ଫେରିଥିଲେ। ଘର ଲୋକେ ତାଙ୍କ ଆସିବା ବାଟ ଚାହିଁଥିବା ବେଳେ ଗତକାଲି ସକାଳୁ ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲୀ ଜାତୀୟ ରାଜପଥ ପାର୍ଶ୍ବରେ ଏକ ନାଳରେ ଜନୈକ ବ୍ୟକ୍ତି ର ଶବ ଭାସୁଥିବା ଅବସ୍ଥାରେ ଅଞ୍ଚଳ ଲୋକ ଲାଞିପଲୀ ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଥର ତଳେ ଚାପି ହୋଇ ଦୁଇ ମୃତ, ଦୁଇ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁରୀକାଳୁଆ ନିକଟରେ ଏକ ଗ୍ରାନାଇଟ୍ ପାହାଡ଼ ରେ କାମ କରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ୪ ଜଣ ଶ୍ରମିକ ପଥର ତଳେ ଚାପି ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଶ୍ରମିକମାନେ ଗୁରୁତର ଅବସ୍ଥାରେ ଦୁଇ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପଥର ଭିତରୁ ବାହାର କରିପାରିନଥିଲେ। ଯାହା ଫଳରେ ଗୋବିନ୍ଦ ମଲିକ ଓ କୋରା ମଲିକ ନାମକ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଗୁରୁତର ଆହତ ଦୁଇ ଶ୍ରମିକ କୃଷ୍ଣ ବେହେରା ଓ ସୁଦର୍ଶନ ବଡ଼ରଇତକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ଘଟଣା ସମ୍ପର୍କରେ ପୋଲିସ ଜାଣିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ଚାଲାଣ ବେଳେ ଦୁଇ ଯୁବକ ଅଟକ ଓ ଗଞ୍ଜେଇ ଜବତ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ମୁଖ୍ୟ ରାସ୍ତାରେ ଏକ ମୋଟରସାଇକେଲ କୁ ଅଟକାଇ ଜେରା କରିବା ବେଳେ ୨୦ କିଲୋ ୫୦ ଗଞ୍ଜେଇ ଜବତ କରିଛନ୍ତି ଓ ଚାଲାଣ କରୁଥିବା ବିହାର ରାଜ୍ୟର ପପୁ ଦାସ ଓ ରୁଦଲ୍ କୁମାର ନାମରେ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ମୋଟରସାଇକେଲ ଜବତ କରିଛନ୍ତି। ଉକ୍ତ ଯୁବକ ମାନେ ଏହି ଗଞେଇକୁ କେଉଁଠାରୁ ଆଣି କେଉଁଠି କୁ ଚାଲାଣ କରୁଥିଲେ ତାହା ଜଣାପଡୁନାହିଁ ବୋଲି ପୋଲିସ ସୁଚନା ଦେଇଛନ୍ତି।

Categories
ଆଞ୍ଚଳିକ

ମହିଳାଙ୍କୁ ମାଡ଼ ମାରି ଜଣେ ଗିରଫ

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମଇଳା ପାଣି ମାଡିବାକୁ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜୟନ୍ତୀ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ତୋଫାନ ପ୍ରଧାନ ଲୁହା ପାଇପ୍ ରେ ଆକ୍ରମଣ କରିଥିଲା। ଯ’ଦ୍ଵାରା ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଉଭୟ ପଡୋଶୀଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ୨୭୧/୨୩ ଓ ୨୭୨/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିବା ସହ ଆକ୍ରମଣକାରୀ ତୋଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣା ର ତଦନ୍ତ ଚଳାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟା ଯୋଜନା ବିଫଳ, ୬ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ଯୋଗୀ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରୁଥିବା ବେଳେ ବ୍ରହ୍ମପୁର ଟାଉନ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଉଦୟନାଥ ସେଠୀ ସମେତ ୫ ଜଣ ସୁପାରୀ କିଲର ଯଥା ରୁପକ ସେଠୀ, ଅନୁଜ ସେଠୀ, ସୁରଜ୍ ସେଠୀ ସୁରଜ ପରିଡ଼ା ଓ ନିରାକାର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ କୁମାର ସୁଚନା ଦେଇଛନ୍ତି ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ଉଦୟନାଥ ସେଠୀ ଖଜୁରିପଲୀ ଗ୍ରାମର ନିଜ ଶଳା ଭାଉଜଙ୍କ ସହ ସମ୍ପର୍କ ରଖିବାକୁ ନେଇ ମହିଳାଙ୍କ ଭାଇ ଯୋଗୀ ସେଠୀ ଆପତ୍ତି କରିଥିଲା। ଯ’ଦ୍ଵାରା ଉଦୟ ଓ ଯୋଗୀ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇ ବଢ଼ି ବଢ଼ି ଚାଲିଲା। ଏହି ଭଳି ପରିସ୍ଥିତିରେ ଉଦୟ ଯୋଗୀକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରି ଉକ୍ତ ୫ ଜଣ ସୁପାରୀ କିଲରକୁ ୪ ଲକ୍ଷ ର ଡିଲ୍ କରିଥିଲା। ଚୁକ୍ତି ଅନୁଯାୟୀ ସେମାନେ ପ୍ରଥମେ ଯୋଗୀକୁ ହତ୍ୟା କରିବେ ଓ ପରେ ଟଙ୍କା ନେବେ।

ଗତକାଲି ଯୋଗୀ କୌଣସି କାମରେ ବ୍ରହ୍ମପୁର ଆସିଥିଲେ। ଉକ୍ତ ଯୁବକମାନେ ତାଙ୍କୁ ଅନୁସରଣ କରିଥିଲେ। ସେତିକି ବେଳେ ଟାଉନ ଥାନା ପୋଲିସ ଆସ୍କା ରୋଡ଼ରେ ଯାନବାହାନ ଯାଞ୍ଚ କରିବା ବେଳେ ସମସ୍ତେ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲେ ଓ ଏହି ଯୁବକ ମାନଙ୍କ ଠାରୁ ଖଣ୍ଡା ଓ ବୋମା ଜବତ କରାଯାଇଥିଲା। ପୋଲିସ ଏହି ମାନଙ୍କୁ ନେଇ ଥାନାରେ ଜେରା କରିବା ବେଳେ ସେମାନେ ଯୋଗୀକୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସ୍ବୀକାର କରିଥିଲେ।

ଏହି ସବୁ ଘଟଣା ପରେ ପୋଲିସ ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କାଜୁ ଜଙ୍ଗଲରୁ ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ପୋଲ୍ ନିକଟସ୍ଥ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି।

ସୁଚନା ଅନୁଯାୟୀ, ମୃତ ଯୁବକ ଜଣକ ଛଣମେରୀ ଗ୍ରାମର ଲଳିତ ରାଉଳ ଓ ସେ ମାର୍ବଲ୍ ମିସ୍ତ୍ରୀ ଭାବେ କାମ କରୁଥିଲେ। ଉକ୍ତ କାଜୁ ଜଙ୍ଗଲରେ ତାଙ୍କର ଶବ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କର ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହୁଡା ଗ୍ରାମରେ ଡବଲ ମର୍ଡର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ତଥା ବ୍ରହ୍ମପୁର ଉପକଣ୍ଠ ମହୁଡା ଗ୍ରାମରେ ଦୁଇ ଜଣ ଯୁବକଙ୍କୁ ନିଆଁ ଲଗାଇ ହତ୍ୟା କରିଥିବା ଖବର ଚାଞ୍ଚଲ୍ୟ ଖେଳି ଯାଇଛି। ସୁଚନା ଥାଉକି ଗ୍ରାମର ଲିଟୁ ପୁରୋହିତ ଓ ଶିବ ଗୌଡ଼ଙ୍କୁ କିଛି ଲୋକ ଗାଁ ଶେଷରେ ନିଆଁ ଲଗାଇ ହତ୍ୟା କରିଥିବା ଦେଖି ଖବର ପ୍ରକଟିତ ହେବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଦିଗପହଣ୍ଡି ଥାନା ପୋଲିସ୍, ଚିକିଟି ଏସ୍ ଡି ପି ଓ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିବା ୧୭ ଜଣଙ୍କୁ ଆଣି ଜେରା କରିବା ପରେ ୧୪ ଜଣଙ୍କୁ ଚିହ୍ନଟ କରିଛି।

ଅତି ଶୀଘ୍ର ହତ୍ୟାକାଣ୍ଡରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ସୁଶାନ୍ତ ରେଡ଼ି ନିଜ ଦୋକାନ ବନ୍ଦ କରି ଘରକୁ ଗଲା ବେଳେ ହଠାତ୍ ତିନି ଜଣ ଯୁବକ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଶାନ୍ତଙ୍କ ସ୍ତ୍ରୀ ବନିତା ରେଡି ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କର ଅନୁସନ୍ଧାନ ଚଳାଇଥିଲା। ଗତକାଲି ସୁନୀଲ ନାୟକ ଓ ନାରାୟଣ ସେଠୀ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ମୁଖ୍ୟ ଅଭିଯୁକ୍ତ ମଙ୍ଗଳା ସେଠୀ ଘଟଣା ପରଠାରୁ ଫେରାର ଅଛି।

ଘଟଣାରୁ ପ୍ରକାଶ ଯେ ଆହତ ସୁଶାନ୍ତ ସହ ମଙ୍ଗଳା ସହ ପୁର୍ବରୁ ଶତ୍ରୁତା ଥିଲା। ଯ’ଦ୍ଵାରା ମଙ୍ଗଳା ଅନ୍ୟ ଦୁଇ ସାଙ୍ଗକୁ ନେଇ ବାଟରେ ଛକି ଆକ୍ରମଣ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଫେରାର ବସ୍ ଚାଳକ ଭୁବନେଶ୍ୱରରୁ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଭୟାବହ ଦୁର୍ଘଟଣା ପରେ ଫେରାର ହୋଇ ଯାଇଥିବା ଓଏସଆରଟିସି ବସ୍ ର ଚାଳକ ମାନସ କୁମାର ପ୍ରଧାନଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିଛି। କମିଶନରେଟ୍ ପୋଲିସ ସହାୟତାରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଠାଇ ଆଣି ଦିଗପହଣ୍ଡି ଥାନାରେ ଜେରା କରିବା ପରେ ମାନସଙ୍କୁ ଗିରଫ କରାଯାଇଛି। ଏବଂ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଗତ ରବିବାର ବିଳମ୍ବିତ ରାତିରେ କନ୍ୟା ଯାତ୍ରୀଙ୍କୁ ଧରି ନିକଟସ୍ଥ ଖଣ୍ଡଦେଉଳି ଗ୍ରାମକୁ ଫେରୁଥିବା ମିନି ବସ୍ ସହ ଓଏସଆରଟିସି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉକ୍ତ ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହି ଦୁର୍ଘଟଣା ସ୍ଥଳରୁ ଚାଳକ ମାନସ ଫେରାଇ ହୋଇ ଯାଇଥିଲା। ଏବେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି। ଚିକିଟି ଏସଡିପିଓ ଓ ଦିଗପହଣ୍ଡି ଥାନା ଅଧିକାରୀ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ଚଳାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ମରଣାନ୍ତକ ଆକ୍ରମଣ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଯୁବକ ଜଣକ ବ୍ରହ୍ମପୁର ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ ବନ୍ଥପଲ୍ଲୀ ଗ୍ରାମର ଦୁଇଭାଇ କଂଗାରୁ ଭୂୟାଁ ଏବଂ କାଳିଆ ଭୂୟାଁ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ହତ୍ୟା ଅଭିଯୋଗରେ ଉଭୟ ଭାଇ ବର୍ତ୍ତମାନ ଜେଲ୍‌ରେ ଥିବାବେଳେ ହତ୍ୟାର ଶିକାର ହୋଇଥିବା ଗୋଷ୍ଠୀର ଯୁବକମାନେ ଆଜି କଂଗୁରୁ ଏବଂ କାଳିଆର ସାନ ଭାଇ ପଞ୍ଚୁ ଭୂୟାଁଙ୍କୁ ଆକ୍ରମଣ କରିଥିଲେ। ପଞ୍ଚୁ ରବିବାର ସକାଳେ ଗ୍ରାମ ନିକଟ ସାପୁଆ ନାଳକୁ ଗାଧେଇବାକୁ ଯାଇଥିବାବେଳେ ୮ ଜଣ ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚୋଟ ଉପରେ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ପଞ୍ଚୁକୁ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଦିଗପହଣ୍ଡି ଥାନାଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ବିବାହିତ ମହିଳା ଚମ୍ପଟ୍‌, ଥାନାରେ ଏତଲା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରୋଡ଼ା ପଚାଂୟତ ଚାଚଂଡ଼ାପଲ୍ଲୀ ଗ୍ରାମର ମୋହିନୀ ନାୟକ ନାମକ ଜଣେ ବିବାହିତ ମହିଳା ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ଫେରାର୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ସ୍ୱାମୀ ବାବୁଲା ନାୟକ ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୋହିନୀ ଦୁଇ ପୁଅ ଓ ଝିଅ ସହ ଚାଂଚଡ଼ାପଲ୍ଲୀ ସ୍ଥିତ ଭଉଣୀ ଘରୁ ପୋଡ଼ାମାରୀ ଯାଇଥିଲେ। ସେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବାବୁଲା ଦିଗପହଣ୍ଡି ଥାନାରେ ଏତଲା କରିଛନ୍ତି।