ନୂଆଦିଲ୍ଲୀ: ହରିୟାଣାର ଏକ କେନାଲରୁ ମଡେଲର ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଟୋହନା କେନାଲରେ ଦିବ୍ୟାଙ୍କ ମୃତଦେହ ମିଳିଛି। ଶବଟି ଦିବ୍ୟାଙ୍କର ଏବଂ ଏହା ଦିବ୍ୟାଙ୍କ ପରିବାର ସଦସ୍ୟ ନିଜେ ଚିହ୍ନଟ କରିଛନ୍ତି। ବର୍ତ୍ତମାନ ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରକାଶ ଯେ ଏହି ମାମଲାରେ ଅଭିଯୁକ୍ତ ବଲରାଜଙ୍କ ନିର୍ଦ୍ଦେଶରେ ପୋଲିସ ମୃତଦେହ ଉଦ୍ଧାର କରିଛି। ଏହି ମାମଲାରେ ୬ ଟି ପୋଲିସ ଟିମ୍ କାର୍ଯ୍ୟ କରୁଥିଲେ।
