Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଡ ଲେଉଟାଇବ ରାଉରକେଲା ରାଜନୀତି, ଶାରଦାଙ୍କୁ ପାନେ ଦେବା ପାଇଁ ମଇଦାନକୁ ଓହ୍ଲାବେ ଦିଲ୍ଲୀପ

ଭୁବନେଶ୍ବର: ରାଉରକେଲା ରାଜନୀତି ଏବେ କଡ଼ ଲେଉଟାଇଛି। ଗୁମସୁମ ଥିବା ଦିଲ୍ଲୀପ ରାୟ ହଠାତ ଚଳଚଞ୍ଚଳ ହୋଇଯାଇଛନ୍ତି। ୨୦୧୯ ଭଳି ଚବିଶରେ ବି ନିର୍ବାଚନୀ କାଦୁଅରେ ଘାଣ୍ଟି ହେବାକୁ ଦିଲ୍ଲୀପ ଚାହୁଁ ନ ଥିଲେ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁରୋଧକୁ ବି ଏଡ଼ାଇ ଦେଇଥିଲେ। ହେଲେ କେବଳ ଶାରଦା ପ୍ରସାଦ ନାୟକଙ୍କ ପାଇଁ ଏବେ ରାଉରକେଲା ଅଙ୍କ ବଦଳି ଯାଇଛି।

ଇଚ୍ଛା ନ ଥିଲେବି କର୍ମୀଙ୍କ ଚାପରେ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି ଦିଲ୍ଲୀପ। ଶାରଦା ବିରୋଧୀମାନେ ଏବେ ତାଙ୍କ ସହ ହାତ ମିଳାଇଥିବାବେଳେ ଏଥର ଜବରଦସ୍ତ ଲଢ଼େଇ ହେବା ନିଶ୍ଚିତ ହୋଇଯାଇଛି।

ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତ ହେବା ପରେ ଦିଲ୍ଲୀପଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟିହୋଇଛି। ସେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ହାଇକୋର୍ଟଙ୍କୁ କହିଥିବାରୁ ସେ କେଉଁ ଦଳରୁ ଲଢ଼ିବେ ତାହାକୁ ନେଇ ବି ଅଙ୍କକଷା ଆରମ୍ଭ ହୋଇଯାଇଛି। ଦିଲ୍ଲୀପ ପୂର୍ବରୁ ବିଜେପି ଛାଡ଼ିଥିବାବେଳେ ୨୦୧୯ ନିର୍ବାଚନବେଳେ ନବୀନ ନିବାସରେ ନବୀନଙ୍କ ସହ କଥା ହୋଇଥିଲେ।

ବିଜୟ ଏବେ ପରୋକ୍ଷରେ ବିଜେଡିରେ ଥିବାରୁ ଦିଲ୍ଲୀପ ବି ସେହି ରାସ୍ତାରେ ଫେରିପାରନ୍ତି ବୋଲି କୁହାଯାଉଥିଲା। ତେବେ ଟାଣୁଆ ବିଜେପି ନେତା ଜୁଏଲ ଓରାମ୍‌ ଏନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଦିଲ୍ଲୀପଙ୍କ ଟିକେଟ ବିଜେପି ଫାଇନାଲ କରିସାରିଛି। ସେ ରାଉରକେଲାରୁ ଲଢ଼ିବେ ବୋଲି ଜୁଏଲ କହିଛନ୍ତି।

ଏସବୁ ରାଜନୀତିକ ଚର୍ଚ୍ଚା ଭିତରେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନ ଥିବା ଦିଲ୍ଲୀପ କାହିଁକି ମଇଦାନକୁ ଆସିଲେ ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। ତେବେ ଦିଲ୍ଲୀପଙ୍କ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଦିଲ୍ଲୀପଙ୍କ ଟାର୍ଗେଟ ହେଉଛନ୍ତି ଶାରଦା।

ଯଦି ବିଜେଡି ଶାରଦାଙ୍କୁ ଟିକେଟ ଦେଇନଥାନ୍ତା ତେବେ ଦିଲ୍ଲୀପ ନିର୍ବାଚନୀ ମଇଦାନକୁ ଆଦୌ ଓହ୍ଲାଇନଥାନ୍ତେ। ଶାରଦାଙ୍କୁ ରାଉରକେଲା ରାଜନୀତିରୁ ହଟାଇବା ପାଇଁ ଦିଲ୍ଲୀପଙ୍କ ସମର୍ଥକମାନେ ସଂକଳ୍ପ ନେଇଛନ୍ତି। ସେଥିପାଇଁ ଶାରଦା ବଧ ନିମନ୍ତେ ଦିଲ୍ଲୀପ ମଇଦାନକୁ ଓହ୍ଲାଇବେ ବୋଲି ତାଙ୍କର ସମର୍ଥକମାନେ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦିଲ୍ଲୀରୁ ଫେରିବା ପରେ ଦିଲ୍ଲୀପ ରାୟଙ୍କ ବଡ ବୟାନ, ରାଜନୀତି ସରଗରମ

ଭୁବନେଶ୍ବର: ଦିଲ୍ଲୀ କୋର୍ଟରେ ବିଜୟ ହେବା ପରେ ଆଜି ରାଉରକେଲା ଫେରିଛନ୍ତି ଶିଳ୍ପପତି ଦିଲ୍ଲୀପ ରାୟ। ସେ ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ଉର୍ଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶହଶହ ସମର୍ଥକମାନେ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।

ତେବେ ଦିଲ୍ଲୀପଙ୍କୁ ସମ୍ବର୍ଦ୍ଧନା ଦେବା ଯେତିକି ଚର୍ଚ୍ଚାର ବିଷୟ ତାଠାରୁ ଅଧିକ ଆଲୋଚନାର ବିଷୟ ହେଉଛି ତାଙ୍କର ମନ୍ତବ୍ୟ। ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ମୁଁ ବିଜେପିରେ ଅଛି। କାରଣ ବିଜେପିରୁ ମୁଁ ଇସ୍ତଫା ଦେଇଥିଲେ ମଧ୍ୟ ଦଳ ତାହାକୁ ଏ ପର୍ଯ୍ୟନ୍ତ ଗ୍ରହଣ କରି ନାହିଁ। ଅନ୍ୟପକ୍ଷରେ ଦଳ ଯଦି ଚାହିଁବ ତେବେ ମୁଁ ନିର୍ବାଚନରେ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ତେବେ ସେ ସଂପର୍କରେ ଅଳ୍ପ ଦିନ ମଧ୍ୟରେ ଜଣାପଡିବ ବୋଲି ଦିଲ୍ଲୀପ କହିଛନ୍ତି।

ବିଜେପି ବର୍ତ୍ତମାନ ସୁଦ୍ଧା ରାଉରକେଲା ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଦିଲ୍ଲୀପଙ୍କ ନାମ ଚର୍ଚ୍ଚାରେ ରହିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଦିଲ୍ଲୀପ ରାୟଙ୍କୁ ନେଇ କାହିଁକି ଏମିତି କହିଲେ ଜୁଏଲ ଓରାମ

ଭୁବନେଶର: ବର୍ତ୍ତମାନ ଓଡିଶା ରାଜନୀତିର ଦିଲ୍ଲୀପ ରାୟଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ତାଙ୍କୁ କୋଇଲା ଦୁର୍ନିତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଅସ୍ବସ୍ଥି ଦେଇଛନ୍ତି। ଦିଲ୍ଲୀପ ରାୟ ନିର୍ବାଚନ ଲଢିବେ ବୋଲି କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଏହାପରେ ସେ ରାଉରକେଲାରୁ ବିଜେପି ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି।

ଏହି ଚର୍ଚ୍ଚା ଭିତରେ ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଆଜି ପ୍ରଚାର ବେଳେ ତାଙ୍କ ବିଷୟରେ କହିଛନ୍ତି। ଯାହାକୁ ନେଇ ସୁନ୍ଦରଗଡ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଜୁଏଲ କହିଛନ୍ତି ଯେ, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀତ୍ୱ ଘୋଷଣା ହୋଇପାରେ । ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି । ତେଣୁ ସେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ।

ତଳସରା ନିର୍ବାଚନ ମଣ୍ଡଳିର ସବଡେଗାରେ ନିର୍ବାଚନୀ ପ୍ରଚାର ବେଳେ ଏହି ସୂଚନା ଦେଇଛନ୍ତି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ତେବେ ୨୦୧୮ରେ ବିଜେପି ଛାଡ଼ିଥିଲେ ଦିଲ୍ଲୀପ ରାୟ । ଏହି ସମୟରେ ସେ ବିଜେପିର ରାଉରକେଲା ବିଧାୟକ ଥିଲେ । ୧୯୯୯ ମସିହାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ଏହି ସମୟରେ କୋଇଲା ଦୁର୍ନୀତି ହୋଇଥିଲା । ପରେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ଦିଲ୍ଲୀର ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇ ନିର୍ବାଚନରେ ଲଢି ପାରିବା ରାୟ ଆଣିପାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀପ ରାୟ କରୋନା ପଜେଟିଭ ଚିହ୍ନଟ, ଘରୋଇ ଏକାନ୍ତବାସରେ ରହିଲେ

ଭୁବନେଶ୍ବର, ପୂର୍ବତନ ମନ୍ତ୍ରୀ ତଥା ମେ ଫେୟାର ଗ୍ରୁପ ଅଧ୍ୟକ୍ଷ ଦିଲ୍ଲୀପ ରାୟ ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରୋଇ ଏକାନ୍ତବାସରେ ରହିଛନ୍ତି। କିଛିଦିନ ତଳେ ଦିଲ୍ଲୀପଙ୍କ ଦେହରେ କରୋନା ଲକ୍ଷଣ କିଛି ପରିଲକ୍ଷିତ ହେଲା। ଫଳରେ ସେ କୋଭିଡ ଟେଷ୍ଟ କରାଇ ନେଇଥିଲେ। ଆଜି ଏ ନେଇ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଦିଲ୍ଲୀପ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋଲ୍ ସ୍କାମ ମାମଲାରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। କୋଲ୍ ସ୍କାମରେ ସ୍ଵତନ୍ତ୍ର ସିବିଆଇ କୋର୍ଟ ଦିଲ୍ଲୀପଙ୍କୁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ୧୯୯୯ ମସିହାରେ ଝାଡ଼ଖଣ୍ଡ କୋଲ୍ ଆବଣ୍ଟନ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟର ବିଭିନ୍ନ ଧାରାରେ ଦୋଷୀ ପ୍ରମାଣିତ ହୋଇଥିଲେ ଦିଲ୍ଲୀପ ରାୟ।

ଦିଲ୍ଲୀପଙ୍କ ସମେତ ଦୋଷୀ ସାବ୍ୟସ୍ତ ହୋଇଥିବା କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ବି ତିନି ବର୍ଷ ଲେଖାଏଁ ଦଣ୍ଡାଦେଶ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦିଲ୍ଲୀପ ରାୟଙ୍କୁ କଣ ଦଣ୍ଡ ଦିଆଯିବ ସେ ନେଇ ଆଜି ସିବିଆଇ ସ୍ବତନ୍ତ୍ର କୋର୍ଟ ଦେବେ ରାୟ

ନୂଆଦିଲ୍ଲୀ, ଆଜି ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ କଣ ଦଣ୍ଡ ବିଧାନ ହେବ ତାହାର ରାୟ ଆସିବ। ପୂର୍ଭରୁ କୋର୍ଟ ଏହି କୋଇଲା ଦୁର୍ନିତି ମାମଲାରେ ଦିଲ୍ଲୀପଙ୍କ ସମେତ ଅନ୍ୟମାନଙ୍କୁ ଦୋଷୀ ସାବସ୍ତ କରିଛନ୍ତି। ଏହି ମାମଲା ନୂଆଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାଲିଛି। ଦିଲ୍ଲୀପଙ୍କ ବିରୋଧରେ ଝା଼ଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିମିୟତାର ଅଭିଯୋଗ ଥିଲା। ଏହାର ଶୁଣାଣି କରି ଚଳିତ ମାସ 6 ତାରିଖରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଦିଲ୍ଲୀପଙ୍କ ସମେତ ଆଉ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଦିଲ୍ଲୀପ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ରର ଆଇପିସି ର ୧୨୦ ବି, ୪୦୯/୪୨୦ ଧାରା ଓ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୧)(ସି), ୧୩(୧)(ବି) ଧାରାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦିଲ୍ଲୀପ ରାୟଙ୍କୁ କୋଇଲା ଦୁର୍ନିତିରେ ଆଜୀବନ କାରାଦଣ୍ଡ ଦେବା ପାଇଁ କୋର୍ଟରେ ନିବେଦନ କଲା ସିବିଆଇ

ନୂଆଦିଲ୍ଲୀ, କୋଇଲା ଦୁର୍ନିତିରେ ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ତଦନ୍ତ ଏଜେନ୍ସି ସିବିଆଇ ଏହିପରି ଏକ ବଡ ଅପିଲ କୋର୍ଟରେ କରିଛି। ଆଜି ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦିଲ୍ଲୀପ ରାୟଙ୍କ ଉପରେ ଦଣ୍ଡବିଧାନ ରାୟ ଆସିବାର ଥିଲା। ହେଲେ କୋର୍ଟ ଏହି ରାୟକୁ ଅକ୍ଟୋବର 26 ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ସିବିଆଇର ଏପରି ଅପିଲ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦିଲ୍ଲୀପଙ୍କ ବିରୋଧରେ ଝା଼ଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିମିୟତାର ଅଭିଯୋଗ ଆସିଛି। ଏହାର ଶୁଣାଣି କରି ଚଳିତ ମାସ 6 ତାରିଖରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଦିଲ୍ଲୀପଙ୍କ ସମେତ ଆଉ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଦିଲ୍ଲୀପ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ରର ଆଇପିସି ର ୧୨୦ ବି, ୪୦୯/୪୨୦ ଧାରା ଓ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୧)(ସି), ୧୩(୧)(ବି) ଧାରାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଦିଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ପୂର୍ବତନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମ୍‌ସି ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରାନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ଜଷ୍ଟିସ ଭରତ ପରାଶର ଦୋଷୀ ସାବ୍ୟସ୍ତ କରିଛନ୍ତି। ବର୍ତ୍ତମାନ ଏମାନଙ୍କ ଉପରେ କଣ ଦଣ୍ଡବିଧାନ ହେବ ତାହା ଅକ୍ଟୋବର 26 ତାରିଖରେ ଜଣାପଡିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଦିଲ୍ଲୀପ ରାୟଙ୍କୁ ହେବ ସଜା, କୋଇଲା ଦୁର୍ନିତୀ ମାମଲାର ଆସିବ ଦଣ୍ଡ ବିଧାନ ରାୟ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ଦଣ୍ଡ ବିଧାନ କରିବେ। ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡାଦେଶ ସମୟରେ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରଥମ ଥର ପାଇଁ କୋଇଲା ଦୁର୍ନୀତିରେ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦିଲ୍ଲୀପ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ରର ଆଇପିସି ର ୧୨୦ ବି, ୪୦୯/୪୨୦ ଧାରା ଓ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୧)(ସି), ୧୩(୧)(ବି) ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଝା଼ଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିମିୟତା ଅଭିଯୋଗରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ପୂର୍ବତନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମ୍‌ସି ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରାନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ଜଷ୍ଟିସ ଭରତ ପରାଶର ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଏହି ମାମଲାରେ ଚୁଡାନ୍ତ ଦଣ୍ଡ ବିଧାନ କରାଯିବ।