Categories
ଆଜିର ଖବର ଜାତୀୟ ଖବର

ପୁଣି ଲାଗୁ ହେଲା ନାଇଟ କର୍ଫ୍ୟୁ, ଆସନ୍ତାକାଲିଠାରୁ ଦୋକାନବଜାର ବନ୍ଦ କରିବାକୁ ଘୋଷଣା

ନୂଆଦିଲ୍ଲୀ: ପୁଣି ଥରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଛି। ବର୍ତ୍ତମାନ ଓମିକ୍ରମ ଭାରିଆଣ୍ଟର ସଂକ୍ରାମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା ଦିଲ୍ଲୀ ସରକାର କରିଛନ୍ତି। ସେହି ଅନୁସାରେ ଆସନ୍ତାକାଲିଠାରୁ ରାତି 11 ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହେବ। ଫଳରେ ଏହି ସମୟରେ ଦୋକାନବଜାର ସବୁ ବନ୍ଦ ରହିବ। କେବଳ ଜରୁରୀ କାଳୀନ ସେବା ଜାରୀ ରହିବ।

ବର୍ତ୍ତମାନ ଦିଲ୍ଲୀରେ ଓମିକ୍ରମ ସଂକ୍ରାମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଗୋଟିଏ ଦିନରେ ଦିଲ୍ଲୀରେ 290ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ସର୍ବାଧିକ ଆକ୍ରାନ୍ତ ଦିଲ୍ଲୀରେ ଅଛନ୍ତି। ଫଳରେ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମାସ୍କ ନ ପିନ୍ଧିଲେ ଏଣିକି ପାଞ୍ଚ ଶହ ନୁହେଁ, ଦେବେ ଦୁଇ ହଜାର ଟଙ୍କା ଜରିମାନା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ବର୍ତ୍ତମାନ ଦିଲ୍ଲୀରେ ଯେପର କରୋନା ସଂକ୍ରାମଣଙ୍କ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ସରକାର ବିଚଳିତ ହୋଇପଡିଲେଣି। ଯାହା ପୁରୁଣା ନିୟମ ରହିଛି ତାହାକୁ ବର୍ତ୍ତମାନ କଡାକଡି ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ 2000 ଟଙ୍କା ଜରିମାନା ଦେବାକୁ ପଡିବ। ଏହା ପୂର୍ବରୁ ପାଞ୍ଚଶହ ଟଙ୍କା ଥିଲା। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା ଉପରାଜ୍ୟପାଳଙ୍କୁ ଭେଟି ଏହି ନୂଆ ନିୟମ ଉପରେ ଅନୁମତି ଆଣିଛନ୍ତି। ଏହାପରେ ଦିଲ୍ଲୀରେ କରୋନା ସଂକ୍ରାମଣକୁ ରୋକିବା ପାଇଁ ସବୁ ନିୟମରେ ପରିବର୍ତ୍ତନ କରାଯାଇ ତାହାର ପରିମାଣ ବୃଦ୍ଧି କରାଯିବ।

ଏଥିସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଙ୍କୁ ରାଜନୀତି ନ କରି ଏପରି ସମୟରେ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି। ଲୋକମାନେ ବର୍ତ୍ତମାନ ବଡ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ ତାହାକୁ ନେଇ ରାଜନୀତି ନ କରିବା ପାଇଁ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ୍ତ, ଗୋଟିଏ ଦିନରେ 6 ହଜାର 3 ଶହ 96 ଜଣ ଚିହ୍ନଟ

ନୂଆଦିଲ୍ଲୀ, ବର୍ତ୍ତମାନ ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 6396 ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ 99 ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ 24 ଘଣ୍ଟା ମଧ୍ୟରେ, 49 ହଜାର 31 ପରୀକ୍ଷା କରାଯାଇଥିଲା। ଗତକାଲି 4421 ଜଣ ସୁସ୍ଥ ହୋଇଥିଲେ। ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସମୁଦାୟ କରୋନା ମାମଲା 4 ଲକ୍ଷ 95 ହଜାର 598ରେ ପହଁଚିଛି। ଯେଉଁଥିରୁ 42 ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। କରୋନା ବଢୁଥିବା ବିପଦକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ପ୍ରତିଦିନ ଏକ ଲକ୍ଷ ପରୀକ୍ଷା କରାଯିବ। ଏହି ନିଷ୍ପତ୍ତି ପରେ ଜିଲ୍ଲା ପ୍ରଶାସନ ହଟସ୍ପଟ୍ ଅଞ୍ଚଳରେ ଘରକୁ ଘର ବଲି ସର୍ଭେ କରିବାକୁ ଯୋଜନା କରିଛି।

ଶୁକ୍ରବାରଠାରୁ ଦିଲ୍ଲୀ ସରକାରଙ୍କ ଘରକୁ ଘର ସର୍ଭେ ଆରମ୍ଭ ହେବ। ବର୍ତ୍ତମାନ ଦିଲ୍ଲୀରେ ଦୈନିକ 50 ରୁ 60 ହଜାର ପରୀକ୍ଷା କରାଯାଉଛି। ଆଗାମୀ ଦିନରେ 1 ରୁ 1.25 ଲକ୍ଷ ପରୀକ୍ଷା କରାଯିବ। କରୋନା ପରୀକ୍ଷା ବୃଦ୍ଧି ପାଇଁ ପ୍ରତ୍ୟେକ ଜିଲ୍ଲାର ଦଳ ସଂଖ୍ୟା ବୃଦ୍ଧି କରାଯିବ। ସର୍ଭେ ରିପୋର୍ଟକୁ ଅପଡେଟ୍ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ ଡାଟାବେସ ସୃଷ୍ଟି କରାଯିବ।

ଦିଲ୍ଲୀର ମୃତ୍ୟୁ ହାର ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା କହିଛନ୍ତି ଯେ ଦିଲ୍ଲୀର ମୃତ୍ୟୁ ହାର 1.58 ପ୍ରତିଶତ, ଯାହା ଜାତୀୟ ହାରର ନିକଟତର। ଏକ ସମୟରେ ଦିଲ୍ଲୀରେ ମୃତ୍ୟୁ ହାର 3-4 ପ୍ରତିଶତ ଥିଲା, ଯାହା ଜାତୀୟ ହାରଠାରୁ ବହୁତ ଅଧିକ ଥିଲା। ତେବେ ମୃତ୍ୟୁ ହାର ଅପେକ୍ଷା ସଂକ୍ରାମଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁଣିଥରେ ଲକଡାଉନ ଘୋଷଣା କରାଯିବାର ସମ୍ଭାବନା ରହିଛି।